ଏଲପିଜି ସିଲିଣ୍ଡରରେ କପଡା ଇସ୍ତ୍ରୀ କରୁଥିବା ବ୍ୟକ୍ତିକୁ ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ,କହିଲେ ,”କେତେ ବୁଦ୍ଧିଜୀବି ଲୋକ ଅଛନ୍ତି ଆମ ପାଖରେ !

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଭିଡିଓର ଭଣ୍ଡାର|ଏଠାରେ ଆପଣଙ୍କୁ ଅଲଗା ଅଲଗା ପ୍ରକାରର ଭିଡିଓ ଦେଖିବାକୁ ମିଳେ ଯେଉଁଥିରେ ଅଲଗା ଅଲଗା ପ୍ରକାରର ପ୍ରତିକ୍ରିୟା ମିଳେ|ଏଵେ ମିମ୍ସ ସହ ଜଡ଼ିତ ଭିଡିଓକୁ ଦେଖିବା ଲୋକଙ୍କ ପସନ୍ଦ ଆସିଛି|ଏଵେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଆଇରନ କରୁଛନ୍ତି କିନ୍ତୁ ଏଲପିଜି ସିଲିଣ୍ଡର ସାହାଯ୍ୟରେ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ|

ମିମ୍ସ ଓ ଫନି ଭିଡିଓ ସେୟାର ହୋଇଥିବା ଏକ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ୟ୍ଯ ହେଉଛନ୍ତି ଓ ଭିଡିଓକୁ ବନାଉଥିବା ବ୍ୟକ୍ତିର କଥା ଶୁଣି ହସିହସି ଗଡିଯିବେ|ଭିଡିଓରେ ଜଣେ ବ୍ୟକ୍ତି କପଡା ଇସ୍ତ୍ରୀ କରୁଛନ୍ତି ଓ ଏଥିପାଇଁ ସେ କୋଇଲା ବା ବିଜୁଳି ବ୍ୟବହାର ନାହିଁ ଏଲପିଜି ସିଲିଣ୍ଡରରୁ ବାହାରୁଥିବା ଗ୍ୟାସର ଉପଯୋଗ କରିଛନ୍ତି|

View this post on Instagram

A post shared by BrainChod (@brainchod)

ଭିଡିଓ ବନାଉଥିବା ବ୍ୟକ୍ତି ନିଜେ ଏହି କଥାରେ ଆଶ୍ଚର୍ଯ୍ୟ ଯେ ପ୍ରକୃତରେ କିପରି ସେ ବ୍ୟକ୍ତି ସିଲିଣ୍ଡର ଜରିଆରେ ପ୍ରେସ କରୁଛନ୍ତି|ସେ କପଡା ପ୍ରେସ କରୁଥିବା ବ୍ୟକ୍ତିଙ୍କୁ ପଚାରିଲା ଯେ ଏହି ଆବିଷ୍କାର କିଏ କରିଥିଲେ ତ ସେ ଜବାବରେ କହିଥିଲେ ଯେ ଏହି ସମ୍ପର୍କରେ କିଛି ତ ଜଣାନାହିଁ କିନ୍ତୁ ସେ ୪ ବର୍ଷ ଧରି ପ୍ରେସ କରୁଛନ୍ତି|ସିଲିଣ୍ଡରରୁ ପାଇପ ଲଗାଇ ପ୍ରେସରେ ଫିଟ କରାଯାଇଛି ଓ ଏଥିରୁ ବାହାରୁଥିବା ଗ୍ୟାସରେ ପ୍ରେସ ହେଉଛି ଫଳରେ ସିଧା ହେଉଛି|

ଭିଡିଓକୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଭିଉ ମିଳିଛି ଓ ବହୁଲୋକ କମେଣ୍ଟରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ କହିଲେ ଯେ ଭିଡିଓ ଦିଲ୍ଲୀର ବିନୋଦନଗରର ଲାଗୁଛି|ଆଉଜଣେ କହିଛନ୍ତି ଏହା ଟେକନିକ ନୁହେଁ ବହୁ ଜାଗାରେ ଏହା ବ୍ୟବହାର ହେଉଛି|ଜଣେ ବ୍ୟକ୍ତି ମଜାକରେ କହିଛନ୍ତି ଟେକ୍ନୋଲୋଜି ଭାରତରୁ ବାହାରକୁ ଯିବା ଆବଶ୍ୟକତା ନୁହେଁ| ବହୁଲୋକ ଏଥିରେ ଚିନ୍ତିତ ଯେ ଗରମ କେଉଥିରୁ ଆସୁଛି|ଜଣେ ବ୍ୟକ୍ତି ତାକୁ ଫେକ ବତାଇଲା ତ କିଛି ଲୋକ ରିପ୍ଲାଏରେ ବତେଇଲେ ଯେ ତାଙ୍କ ଘର ପାଖରେ ବହୁ ସମୟରୁ ଏହା ଚାଲୁଅଛି

Leave A Reply

Your email address will not be published.