ବ୍ୟକ୍ତି ୨ ଘଣ୍ଟା ବିନିଯୋଗ କରି ବନାଇଲା ରବି ଶାସ୍ତ୍ରୀଙ୍କ ସ୍କେଚ,ଫଟୋ ଦେଖି ପୂର୍ବତନ କୋଚ ଦେଲେ ତଗଡା ଜବାବ

0

Get real time updates directly on you device, subscribe now.

ଶୁକ୍ରବାର ଦିନ ଠାରୁ ଭାରତୀୟ ଦଳର ପୂର୍ବ କୋଚ ରବି ଶାସ୍ତ୍ରୀ ସୋସିଆଲ ମିଡିଆରେ ଟ୍ରେଣ୍ଡିଙ୍ଗ ଟପିକ ବନିଛନ୍ତି! ପ୍ରଥମେ ସେ ସ୍କୁଲ ବେଳର ଫଟୋ ସେୟାର କରି ଚର୍ଚ୍ଚାରେ ଥିଲେ ଓ ଏଵେ ଫ୍ୟାନଙ୍କୁ ଜବାବ ଦେଇ ଚର୍ଚ୍ଚିତ|ତାଙ୍କ ଫ୍ୟାନ ଜଣେ ତାଙ୍କର ସ୍କେଚ ବନାଇଲା ଓ ଫଟୋ ଟୁଇଟରରେ ସେୟାର କରିଛନ୍ତି|ଯେତେବେଳେ ସେ ତାଙ୍କ ଫଟୋ ଦେଖିଲେ ତାଙ୍କ ହୃଦୟ ତରଳିଲା|ଏହାପରେ ସେ ଫ୍ୟାନଙ୍କୁ ଏଭଳି ଜବାବ ଦେଲେ ଫଳରେ ତାଙ୍କ ଟୁଇଟ ଭାଇରାଲ ହୋଇଗଲା|

୨୦ ମଇ ଦିନ ତାଙ୍କର ମୁଡ ଭଲ ଥିଲା|ଏଥିପାଇଁ ସେ  #AskRavi ଟ୍ୟାଗ ଟୁଇଟରରେ ଲେଖିଥିଲେ,ଆଜି ମୁଁ ଭଲ ମୁଡରେ ଅଛି ମୋତେ କିଛିବି ପଚାରି ପାରନ୍ତି|ଏହାପରେ ଜଣେ ପ୍ରଶଂସକ ତାଙ୍କ ସ୍କେଚ ବନାଇ ସେୟାର କଲେ ଓ ତାଙ୍କ ଠାରୁ ରିପ୍ଲାଏ ଆଶା କଲେ|

ତାଙ୍କ ଏହି ଟୁଇଟରେ @bhayankarbatra ନାମକ ଜଣେ ୟୁଜର କମେଣ୍ଟ କରିଥିଲେ|ବ୍ୟକ୍ତି ତାଙ୍କ ସ୍କେଚ ଫଟୋ ସେୟାର କରି ଲେଖିଲେ ,”ସାର ଦୁଇଘଣ୍ଟା ବିନିମୟରେ ଏହି ସ୍କେଚ ବନେଇଛି, ଦୟାକରି ରିପ୍ଲାଏ ଦିଅନ୍ତୁ”|ଏହାପରେ ଶାସ୍ତ୍ରୀ ଯେଉଁ ରିପ୍ଲାଏ ଦେଲେ ଭାଇରାଲ ହୋଇଗଲା|

ଫ୍ଯାନ ଦ୍ଵାରା ବନାଯାଇଥିବା ଫଟୋକୁ ଦେଖିଲା ପରେ ଶାସ୍ତ୍ରୀ କହିଲେ,”ଲିଭେଇ ଦେ ୟାର……”|ସ୍କେଚ ଏଭଳି ଵନିଛି ଯେ ଦେଖିକରି ଜଣାପଡୁ ନାହିଁ ଏହା ରବି ଶାସ୍ତ୍ରୀ ନା ନାହିଁ|ଏଥିପାଇଁ ସେ ଫ୍ୟାନକୁ ଲିଭାଇବା ପାଇଁ କହିଲେ|ପୁଣି ଶାସ୍ତ୍ରୀଙ୍କ ଏହି ଟୁଇଟ ଭାଇରାଲ ହୋଇଗଲା ଓ ଶହଶହ ୟୁଜର୍ସ ଏଥିରେ ପ୍ରତିକ୍ରିୟା ଦେଇଥିଲେ|ଏପର୍ଯ୍ୟନ୍ତ ଏହାକୁ ୧୭ ହଜାରରୁ ଉର୍ଦ୍ଧ୍ବ ଲାଇକ ମିଳିଛି|

Leave A Reply

Your email address will not be published.