ବିନା ଭୟରେ ଖରାଦିନେ ଘରେ ଲଗାନ୍ତୁ ଏସି, ଏହି ଯନ୍ତ୍ର ଲଗାଇ ବିଦ୍ୟୁତ୍ ବିଲ୍ କରନ୍ତୁ କମ !

0

Get real time updates directly on you device, subscribe now.

ଦିନକୁ ଦିନ ଗରମ ବଢ଼ିବାରେ ଲାଗିଛି ଆଉ,ବିନା ଏସି ରେ ଘରେ ମୁହୂର୍ତ୍ତେ କଟେଇବା ଅସମ୍ଭବ ହେଇପଡ଼ିଲାନି। ଦିନ ସାରା ଏସି ଚଲେଇବା ମାନେ ମାସ ଶେଷରେ ମହଙ୍ଗା ବିଲ୍ ଭରିବା। ଯଦି ଆପଣ ମାନେ ଏହିସବୁ ଅସୁବିଧାର ସମ୍ମୁଖୀନ ତାହାଲେ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ଏକ ଯାଦୁର ଉପକରଣ। ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଯନ୍ତ୍ର ର ନାମ କହିବୁ ଯାହା କି ଆପଣ ମାନେ ଦିନ ସାରା ଏସି ଚଲେଇଲେ ମଧ୍ୟ ଆପଣଙ୍କ ବିଲ୍ କୁ କମେଇ ପାରିବ।ଆମେ ଆପଣ ମାନଙ୍କୁ ଏସି ପାୱାର ସେଭର ଡିଭାଇସ୍ ବିଷୟରେ କହୁଛୁ,ଯାହାକୁ ବ୍ୟବହାର କରି ଆପଣ ମାନେ ଘରେ ଅଧିକ ରୁ ଅଧିକ ସମୟ ଏସି ବ୍ୟବହାର କରିପାରିବେ, ଏବଂ ବାରମ୍ବାର ଏସି ଅନ ଅଫ କରିବା ପାଇଁ ବି ପଡ଼ିବନି।

ଏହା ଏମିତି ଏକ ଡିଭାଇସ୍ ଯାହାକୁ ଆମେ ଆମ ଏସି ରେ ଫିଟ୍ କରିପାରିବା ଆଉ ବିଦ୍ୟୁତ୍ ସଞ୍ଚୟ ମଧ୍ୟ କରିପାରିବା।ସର୍ବ ପ୍ରଥମେ ଆସନ୍ତୁ ଜାଣିବା କି ପ୍ରୋଲେକ୍ଟ୍ରା ଏମ ଡି 05 କଣ,ଯାହା ବିଦ୍ୟୁତ୍ ସଞ୍ଚୟ କରିବାରେ ସାହାଯ୍ୟ କରେ। ଏହି ଯନ୍ତ୍ର ଟିର କ୍ଷମତା 1KW ର। ଏହାକୁ ବିଦ୍ୟୁତ୍ ସଂରକ୍ଷଣ ପାଇଁ ଆମେ ଘରେ, ଅଫିସ୍ ରେ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବା।

ଅମାଜନ ରେ ଏହାର ମୂଲ୍ୟ ୨୨୦୦ ଟଙ୍କା ପରେ ୬୪% ର ରିହାତି ପରେ ମାତ୍ର ୭୯୯ ଟଙ୍କାରେ ମିଳିଯିବ। ଏହାକୁ କେବଳ ଆପଣଙ୍କ ଏସି ରେ ଫିଟ୍ କରିବାକୁ ପଡ଼ିବ ବାସ୍ ଆଉ ଆପଣଙ୍କ କାମ ସରିଲା। ଡାଇନାମିକ୍ ଏସି ପାୱାର୍ ସେଭର୍ ମଧ୍ୟ ଏକ ଏମିତି ଯନ୍ତ୍ର ଯାହାକୁ ବିଦ୍ୟୁତ୍ ବିଲ୍ ରୁ ବଞ୍ଚାଇବା ପାଇଁ ଆପଣ ବ୍ୟବହାର କରିପାରିବେ। ଏହି ଡିଭାଇସ୍ କୁ ବ୍ୟବହାର କରି ବିଦ୍ୟୁତ୍ ବିଲ୍ କୁ ୧୦-୪୦ % ହ୍ରାସ କରିପାରିବେ। ଅନ୍ୟ ଡିଭାଇସ୍ ଅପେକ୍ଷା ଏହା ବହୁତ ଦାମିକା,ଏହାର ମୂଲ୍ୟ ଆପଣଙ୍କୁ ୭୮୦୦ ଟଙ୍କା ରେ ମିଳିବ।

Leave A Reply

Your email address will not be published.