ଜେଲ୍ ରେ ଏକ ବର୍ଷ କିପରି କଟିବ ସିଦ୍ଧୁଙ୍କ ଜୀବନ । ଜାଣନ୍ତୁ କେମିତି ରହିବ ଦୈନିକ ରୁଟିନ ?

0

Get real time updates directly on you device, subscribe now.

ଶୁକ୍ରବାର ପଞ୍ଜାବର ପୂର୍ବତନ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରୋଡ଼ ରେଜ୍ କେଶ୍ ରେ ବର୍ଷେ କାରାଦଣ୍ଡରେ ଦଣ୍ଡିତ ହେବାର ଦିନକ ପରେ ସେ ସରେଣ୍ଡର କରିଛନ୍ତି । କ୍ରିକେଟରରୁ ରାଜନେତା ପାଲଟିଥିବା ସିଦ୍ଧୁଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ପଟିଆଲା ଜେଲକୁ ନିଆଯାଇଛି । ସେଠାରେ ତାଙ୍କୁ ନିର୍ଦ୍ଧିଷ୍ଟ କଏଦୀ ନମ୍ବର ପ୍ରଦାନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଆଗକୁ ସେ ଜେଲର କେଉଁ କାର୍ଯ୍ୟସୂଚୀ ଅନୁସାରେ ଜୀବନ ବିତାଇବେ ।

ଖବର ଅନୁଯାୟୀ, ନବଜୋତ ସିଂହ ସିଦ୍ଧୁ ବର୍ତ୍ତମାନ କଏଦୀ ନମ୍ବର ୨୪୧୩୮୩ରେ ପରିଚିତ ହେବେ । ତାଙ୍କୁ ପଟିଆଲା ଜେଲର ୭ ନମ୍ବର ବ୍ୟାରେଜରେ ରଖାଯାଇଛି । ସେ ଅଣକୁଶଳୀ, ଅର୍ଦ୍ଧ-କୁଶଳୀ କିମ୍ବା କୁଶଳୀ ଶ୍ରେଣୀଭୁକ୍ତ ହେବା ପୂର୍ବରୁ ସିଦ୍ଧୁ ତିନିମାସ ପର୍ଯ୍ୟନ୍ତ କୌଣସି ମଜୁରୀ ପାଇବେ ନାହିଁ । ଅନ୍ତେବାସୀମାନେ ବିଭିନ୍ନ କାର୍ଯ୍ୟ କରି ଦୈନିକ ୩୦ ରୁ ୯୦ ଟଙ୍କା ରୋଜଗାର କରନ୍ତି । ତେବେ ସିଦ୍ଧୁ ପାଠପଢ଼ିଥିବାରୁ ତାଙ୍କୁ ଫର୍ଣ୍ଣିଚର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ କାମ ଦିଆଯାଇପାରେ । କିମ୍ବା ଜେଲର ଲାଇବ୍ରୋରୀ କିମ୍ବା ଅଫିସରେ କୌଣସି କାମ ମିଳିପାରେ ବୋଲି ଲାଗୁଛି ।

ତେବେ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖିଆଙ୍କୁ ଜେଲରେ ଗୋଟିଏ ଟେବୁଲ, ଚେୟାର, ଦୁଇଟି ପଗଡି, ଆଲମାରୀ, କମ୍ବଳ, ତିନି ସେଟ୍ ଅନ୍ତଃବସ୍ତ୍ର, ଦୁଇଟି ଗାମୁଛା, ମଶାରୀ, କଲମ, ନୋଟବୁକ୍, ଜୋତା ପ୍ରଦାନ କରାଯାଇଛି । ପଟିଆଲା କେନ୍ଦ୍ରୀୟ ଜେଲରେ ଦୁଇଟି ବେଡ୍ ସିଟ୍, ଚାରି ଯୋଡା କୁର୍ତ୍ତା-ପାଇଜାମା ଏବଂ ଦୁଇଟି ତକିଆ କଭର ମଧ୍ୟ ଦିଆଯାଏ ।

ଆଉ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ସକାଳ ସାତଟା ସମୟରେ ସେମାନଙ୍କୁ ଚା ସହିତ ବିସ୍କୁଟ କିମ୍ବା ବୁଟ ଦିଆଯାଏ । ସକାଳ ସାଢେ ଆଠଟା ସମୟରେ ଛଅଟି ରୁଟି, ଡାଲି କିମ୍ବା ପନିପରିବାର ତରକାରୀ ଖାଇବା ପରେ ଅନ୍ତେବାସୀମାନେ କାମ କରିବାକୁ ଯାଆନ୍ତି । ଅପରାହ୍ନ ସାଢେ ପାଞ୍ଚଟାରେ କଏଦୀମାନେ ବର୍ଗ ଅନୁଯାୟୀ ବଣ୍ଟିତ କାର୍ଯ୍ୟ ସମାପ୍ତ କରନ୍ତି । ଆଉ ସନ୍ଧ୍ୟା ଛଅଟାରେ ରାତ୍ରୀ ଭୋଜନରେ ଛଅଟି ରୁଟି, ମସୁର ଡାଲି/ତରକାରୀ ଖାଇ ସାରିବା ପରେ ସନ୍ଧ୍ୟା ୭ ଟାରେ ଅନ୍ତେବାସୀଙ୍କୁ ବ୍ୟାରେକ ଭିତରେ ଲକ୍ କରାଯାଏ । ତେବେ ଏସବୁ ନିୟମ ସିଦ୍ଧୁ ଜେଲ୍ ଭିତରେ ମାନିବେ ।

Leave A Reply

Your email address will not be published.