Anaconda Video: ରାସ୍ତାରେ ଦେଖାଗଲା ଦୁନିଆର ସବୁଠାରୁ ବଡ ସାପ, ଅଟକି ଗଲା ପଥଚାରୀଙ୍କ ନିଶ୍ବାସ

0

Get real time updates directly on you device, subscribe now.

Anaconda Video : ସୋସିଆଲ ମିଡ଼ିଆ ସାଇଟରେ ଆଜିକାଲି ଅଲଗା ଅଲଗା ପ୍ରକାରର ସାପର ଭିଡିଓ ଭାଇରାଲ ହୋଇଥାଏ । ଆମେ ଅନେକ ଭିଡ଼ିଓରେ ଦେଖନ୍ତି ଯେ ମଣିଷଙ୍କ ମଧ୍ୟରେ ସାପ ଆସିବା ପରେ ଲୋକମାନେ ଡରି ଯାଆନ୍ତି କିମ୍ବା ସାପକୁ ଧରି ଅଲଗା ଆଡେ ଫିଙ୍ଗି ଦିଆଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଭିଡିଓ ଦେଖାଇବାକୁ ଯାଉଛୁ, ଯେଉଁଥିରେ ଦୁନିଆର ସବୁଠାରୁ ବଡ ସାପ କୁହାଯାଉଥିବା ଅନାକୋଣ୍ଡା ରାସ୍ତା ପାର କରୁଥିବାର ଦେଖାଯାଉଛି ।ଏହା ଏତେ ବଡ ଯେ ପୁରା ରାସ୍ତା କବଜା ହୋଇଯାଇଥିବା ଦେଖାଯାଉଛି ।

ମସ୍ତିରେ ପାର କଲା ଡିଭାଇଡର :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ବିଶାଳକାୟ ଅନାକୋଣ୍ଡା ହାଇୱେ ଭଳି ଚଉଡ଼ା ରାସ୍ତା ପାର କରୁଛି । ଏହି ଅନାକୋଣ୍ଡା ଏତେ ବଡ ଯେ ଏହାକୁ ଦେଖି ଲୋକଙ୍କର ନିଶ୍ବାସ ଅଟକି ଯାଇଥିବା ଦେଖାଯାଉଛି । ପୁରା ଟ୍ରାଫିକ ଏହି ଗୋଟିଏ ଜୀବ କାରଣରୁ ଅଟକି ଯାଇଛି । ସେହିପରି ଅନାକୋଣ୍ଡା ଆରାମରେ ବହୁତ୍ ଉଚ୍ଚ ଡିଭାଇଡର ମଧ୍ୟ ଆରାମରେ ପାର କରିଦିଏ ।

ଦେଖନ୍ତୁ ଭିଡିଓ :-

ଏହି ଭିଡିଓ Snake.wild ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । କମେଣ୍ଟ ସେକ୍ସନରେ ଲୋକମାନେ ଏହି ଭିଡ଼ିଓକୁ ବ୍ରାଜିଲର ବୋଲି କୁହାଯାଉଛି । ଲୋକମାନେ ଏହି ଭିଡ଼ିଓକୁ ବହୁତ୍ ଅଧିକ ପସନ୍ଦ କରୁଛନ୍ତି । ସବୁଠାରୁ ବିଶେଷ କଥା ଏହା ଯେ ଭିଡିଓ ପ୍ରାୟ 2 ମିନିଟର ଅଟେ ଏବଂ ଏହି ସାପ ଏତେ ବଡ ଯେ ତାକୁ ଡିଭାଇଡର ଠାରୁ ନେଇ ଅଧା ରାସ୍ତା ପାର କରିବାରେ ଏତେ ଡେରି ହେଲା । ଏତେ ଡେରି ହେଲେ ବି କେହି ବି ସାପକୁ ଡିଷ୍ଟର୍ବ କରିବାକୁ ସାହାସ କଲେନାହିଁ ।

ଲକ୍ଷ ଲକ୍ଷ ଲୋକ ଦେଖିଲେ ଭିଡିଓ :-

ଏହି ଭାଇରାଲ ଭୀଡ଼ିଓକୁ ବର୍ତ୍ତମାନ୍ ସୁଦ୍ଧା 2 ଲକ୍ଷ 40 ହଜାରରୁ ଅଧିକ ଲୋକ ଦେଖିଲେଣି । ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଲୋକମାନେ ସେହି ଲୋକଙ୍କ ସାହାସକୁ ସଲାମ କରୁଛନ୍ତି, ଯେଉଁମାନେ ଅନାକୋଣ୍ଡାକୁ ଦେଖିବା ଏବଂ ତାର ଭିଡିଓ ତିଆରି କରିବାପାଇଁ କାରରୁ ବାହାରକୁ ଆସିଗଲା ।

Leave A Reply

Your email address will not be published.