ଇଲେକ୍ଟ୍ରିକ ବାଇକ କିମ୍ବା କାର ଘରେ ଚାର୍ଜ କଲେ ଆପଣଙ୍କୁ ହେବ ଜେଲ, ଜାଣନ୍ତୁ ଏହି ଖାସ ନିୟମ…..

0

Get real time updates directly on you device, subscribe now.

ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ ଓ ଡ଼ିଜେଲ ଦାମ ବଢ଼ିବାରେ ଲାଗିଛି, ଏହାକୁ ଦେଖି ଦେଶର ଅଧିକତର ଲୋକେ ଇଲେକ୍ଟ୍ରିକ ବେହିକଲ ଆଡ଼କୁ ଅଗ୍ରସର ହେଉଛନ୍ତି। କିନ୍ତୁ ଏହି ଇଲେକ୍ଟ୍ରିକ ବେହିକଲ କୁ ନେଇ ବହୁତସାରା ସୂଚନା ଲଗାତାର ଆସୁଛି।

ଏବେ ଇଲେକ୍ଟ୍ରିକ ବେହିକଲ ଚାର୍ଜ କରିବା ଲୋକଙ୍କୁ ଟିକେ ସାବଧାନତା ଅବଲମ୍ବନ କରିବାକୁ ହେବ, କାରଣ ମଧ୍ୟ କ୍ଷେତ୍ର ବିଦ୍ୟୁତ ବିତରଣ କମ୍ପାନୀ ଘରୋଇ ବିଜୁଳି ସହିତ କୃଷି ବିଜୁଳି କନେକ୍ସନ ଜରିଆରେ ଇଲେକ୍ଟ୍ରିକ କାର, ସ୍କୁଟର ଓ ବାଇକକୁ ଚାର୍ଜ କରିବା ଦ୍ୱାରା ଏହାକୁ ଅପରାଧ କ୍ଷେତ୍ରରେ ରଖିଛନ୍ତି। ଯଦି କୌଣସି ବି ବ୍ୟକ୍ତି ଏହି ଅପରାଧ କରେ ତାହେଲେ ତାଙ୍କ ଉପରେ ଆଇନଗତ କାର୍ଯ୍ୟବାହୀ ନିଆଯିବ।

ଏହି ଜିଲ୍ଲାରେ ଲାଗୁ କରାଯାଇଛି ନିୟମ:-

ଏହି ସମୟରେ ଇଲେକ୍ଟ୍ରିକ ବେହିକଲର ଚାହିଦା ଲଗାତାର ବଢ଼ିବାରେ ଲାଗିଛି। କିନ୍ତୁ ମଧ୍ୟ କ୍ଷେତ୍ର ବିଦ୍ୟୁତ କମ୍ପାନୀ ଦ୍ୱାରା ଇଲେକ୍ଟ୍ରିକ ବାହାନକୁ ନେଇ ଏକ ନୂଆ ଗାଇଡ଼ ଲାଇନ ଜାରି ହୋଇଛି।

ଯାହାଦ୍ୱାରା ମଧ୍ୟ ପ୍ରଦେଶର ପ୍ରାୟ 16ଟି ଜିଲ୍ଲାରେ ଇଲେକ୍ଟ୍ରିକ ବାହାନ ଇ ରିକ୍ସା, ସ୍କୁଟର ଓ କାରକୁ ଘରୋଇ ଏବଂ କୃଷି ବିଜୁଳି କନେକ୍ସନ ଦ୍ୱାରା ଚାର୍ଜ କରାଇଲେ ଏହାକୁ ଅପରାଧ ମାନାଯାଏ।

ଲାଗିବ ଏହି ଜରିମାନା:-

ଏହି ମାମଲାର ସୂଚନା ଦେଇ ବିଦ୍ୟୁତ କମ୍ପାନୀ କମ୍ପାନୀର ପ୍ରମୁଖ ସଚିବ ଶ୍ରୀ ସଞ୍ଜୟ ଦୁବେ କହିଛନ୍ତି କି, ଅଧିନିୟମ 2003 ଧାରା 2 ଅନ୍ତର୍ଗତ ଏହି ବାହାନ ଓ ସମ୍ବନ୍ଧିତ ଉପକରଣକୁ ଜବତ କରି ଶକ୍ତ କାର୍ଯ୍ୟବାହୀ କରାଯିବା ଆବଶ୍ୟକ।

ମଧ୍ୟ ପ୍ରଦେଶ ସରକାର ବର୍ତ୍ତମାନ ଏହି ନିୟମର ପାଳନ କରିବା ଆରମ୍ଭ କରିବେ। କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ବିଜୁଳି ଖର୍ଚ୍ଚ ହେବା ଭାରି ପଡ଼ୁଛି।

Leave A Reply

Your email address will not be published.