ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର : ଗୋଟେ ବିୟର କିଣିଲେ ଆଉ ଗୋଟିଏ ଫ୍ରି ,,,

0

Get real time updates directly on you device, subscribe now.

ଗରମ ବଢ଼ିବାରେ ଲାଗିଛି। ଏମିତିରେ ଗରମ ଦିନରେ ବିୟର ପିଉଥିବା ଲୋକଙ୍କ ପାଇଁ ଖବର ଆସିଛି। ଦିଲ୍ଲୀରେ ତ ବିୟର ପାଣି ଦାମ ଭଳି ବିକ୍ରି ହେଉଛି। ଯଦି ଆପଣ ବିୟର ପିଇବାର ଶୋଉକ ରଖନ୍ତି ତାହେଲେ ଆପଣଙ୍କୁ ଅନ୍ୟ କେଉଁଠି ନୁହେଁ ବରଂ ରାଜଧାନୀ ଦିଲ୍ଲୀରେ ରହିବା ଉଚିତ।

ମେରଠ ଓ ଏହାର ପାଖାପାଖି ଜିଲ୍ଲାରେ ମଦ ଓ ବିୟରର ଶୋଉକ ରଖୁଥିବା ଲୋକ ଗରମରେ ଏହାର ଫାଇଦା ଉଠାଇ ପାରିବେ। ମେରଠ ରେ ଏକ କ୍ୟାନ ବିୟରର ଦାମ 120 ଟଙ୍କା ଥିବାବେଳେ ଦିଲ୍ଲୀରେ 50 ଟଙ୍କା।

ଆପଣଙ୍କ ଜାଣିବା ପାଇଁ ବତାଇ ଦେଉଛୁ କି, ଦେଶର ରାଜଧାନୀ ଦିଲ୍ଲୀରେ ବିୟର ଉପରେ ଖାଆସ ଅଫର ମିଳୁଛି। ଏହି ଅଫର ଜରିଆରେ ଦିଲ୍ଲୀର କେତେକ ଦୋକାନୀ ଗୋଟିଏ ବିୟର ଉପରେ ଆଉ ଗୋଟିଏ ବିୟର ଫ୍ରି ଦେଉଛନ୍ତି। ଦିଲ୍ଲୀରୁ କାମ କରି ଫେରୁଥିବା ଲୋକେ ସେଠାରୁ ବିୟର ପେଟି ଭରା ଆଣୁଛନ୍ତି ଯାହାଦ୍ୱାରା ମେରଠରେ ସରକାରୀ ମଦ ଦୋକାନରେ ଏହାର ପ୍ରଭାବ ଦେଖାଯାଉଛି।

କେବଳ ମେରଠ ନୁହେଁ ନୋଏଡ଼ା ଓ ଗାଜିଆବାଦର ଲୋକେ ମଧ୍ୟ ଦିଲ୍ଲୀରୁ ବିୟର କିଣୁଛନ୍ତି। ଏପରିକି ଦିଲ୍ଲୀର କେତେକ ସ୍ଥାନରେ ବିୟର ଦାମ ପାଣି ଦାମ ସହିତ ସମାନ ହୋଇଯାଇଛି। ବିୟର ର ଦାମ ଏଠାରେ 25 ପ୍ରତିଶତ ହ୍ରାସ ହୋଇ 50 ଟଙ୍କା ହୋଇଯାଇଛି।

ଆପଣଙ୍କ ଜାଣିବା ପାଇଁ ବତାଇଦେଉଛୁ କି, ଏହିଥର ଅବକାରୀ ନୀତିକୁ ଲାଗୁ କରିବାପାଇଁ ଏକ ସମିତିର ଗଠନ କରାଯାଇଥିଲା। ଏହି କମିଟି କହିଛି କି, ଯେଉଁଭଳି ଭାବରେ ଦିଲ୍ଲୀରେ ବିୟର ଶସ୍ତା ହେଉଛି ଏହାର ଆଖପାଖ ଦୋକାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Leave A Reply

Your email address will not be published.