ବିବେକକୁ ମିଳିଲା ଗୁଗୁଲରେ ଚାକିରୀ, ବାର୍ଷିକ ମିଳିବ ୧.୩୭ କୋଟି ଟଙ୍କା, ଜାଣନ୍ତୁ କିପରି ପାଇଲେ ସଫଳତା ?

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ଯୁଵକ କମାଲ କରିଦେଲା|ବେରଜଗାରୀ ସମୟ ମଧ୍ୟରେ ସେ ଗୁଗଲ ଭଳି ବଡ କମ୍ପାନୀରେ ଚାକିରୀ କରିଛନ୍ତି|ଏହି ଚାକିରିରେ ବର୍ଷକୁ ୧.୩୭ କୋଟି ଟଙ୍କା ଦରମା ମିଳିବ|

ଲକ୍ଷ୍ନୌରେ ପଢୁଥିବା ଏହି ଯୁବକକୁ ଗୁଗଲ ଲଣ୍ଡନ ଅଫିସରେ ଚାକିରି ମିଳିଛି|ମାନେ ସେ ଏଵେ ବିଦେଶରେ ରହି ଟଙ୍କା କମାଇବ|ଯଦିଓ ସଫଳତା ଏତେ ସହଜରେ ମିଳିନାହିଁ|ଏଥିପାଇଁ ସେ ବହୁ ସଘର୍ଷ କରିଛନ୍ତି|ଚାଲନ୍ତୁ ଜାଣିବା|

ଯେଉଁ ଛାତ୍ର କଥା ଆମେ କଥା ହେଉଛନ୍ତି ସେ ଲକ୍ଷ୍ନୌରେ ରହି ପଢୁଥିଲେ|ସେଠାରେ ସେ ଇନଷ୍ଟିଚୁ୍ୟଟ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିରେ ଆଡ଼ମିଶନ କରିଥିଲେ|ତାଙ୍କ ନାଁ ବିବେକ ଭରଦ୍ୱାଜ ଓ ସେ ବିଟେକ କରୁଥିଲେ|ସେ କମ୍ପ୍ୟୁଟର ସାଇନ୍ସର ଛାତ୍ର ଥିଲେ ଓ ଶେଷ ବର୍ଷ ଛାତ୍ର ଥିଲେ|

ଏମିତିରେ ତାଙ୍କ ଘର ବୁଲନ୍ଦସହର ଅଟେ|ସେ ପଢ଼ାପଢ଼ି ପାଇଁ ସହର ଛାଡି ଲକ୍ଷ୍ନୌ ଆସିବାକୁ ନିଷ୍ପତ୍ତି ନେଲେ|ସେ ସେଠାରେ ଆଇଆଇଟିରେ ଆଡ଼ମିଶନ ନେଇଥିଲେ|ସେ ଯେତେବେଳେ ଶେଷବର୍ଷରେ ପହଞ୍ଚିଲେ ଚାକିରି ପାଇଁ ସବୁଜାଗା ଆବେଦନ କରିଥିଲେ|

ବିବେକ କହିଛନ୍ତି ସେ ବିଦେଶରେ ରହି ଚାକିରୀ କରିବାକୁ ଚାହୁଁଥିଲେ|ଏଥିପାଇଁ ସେ ବହୁ କମ୍ପାନୀରେ ଆବେଦନ କରିଥିଲେ|ଦିନେ ତାଙ୍କୁ ଲଣ୍ଡନର ଗୁଗଲ ଅଫିସରୁ ମେସେଜ ଆସିଲା|ସେଠାରେ ତାଙ୍କର ଇଣ୍ଟଟରଭ୍ୟୁ ହେଲା ଓ ସେ ତାକୁ କ୍ଲିଅର କରି ଚାକିରି କରିଥିଲେ|

ତାଙ୍କୁ ଇଣ୍ଟରଭ୍ୟୁରେ ୪ରାଉଣ୍ଡ ପ୍ରଶ୍ନ କରିଥିଲେ|୫ ଲୋକ ପୁଙ୍ଖାନୁପୁଙ୍ଖ ଭାବେ ତାଙ୍କ ସାକ୍ଷାତକାର କଲେ|ତାଙ୍କୁ ଡାଟା ଷ୍ଟକ୍ଚର ଓ ଆଲଗୋରିଦମ ଉପରେ ବହୁତ ପ୍ରଶ୍ନ କରିଥିଲେ|ସମସ୍ତ ପ୍ରଶ୍ନର ଉତ୍ତର ଦେବାପରେ ସାଧାରଣ ପ୍ୟଶ୍ନ କରିଥିଲେ|ସମସ୍ତଙ୍କୁ ସନ୍ତୁଷ୍ଟ କରି ସେ ଚାକରି ହାସଲ କରିଥିଲେ|

ତାଙ୍କୁ ୧.୩୭ ବାର୍ଷିକ ଟଙ୍କା ପ୍ୟାକେଜ ମିଳିଛି|ତାଙ୍କୁ ସଫ୍ଟୱେର ଡେଭଲପମେଣ୍ଟ ଇଞ୍ଜିନିୟର ସମ୍ଭାଳିବାକୁ ହେବ|ଯଦିଓ ସେ କହିଛନ୍ତି ତାଙ୍କ ସ୍ୱପ୍ନ ଷ୍ଟାଟ ଅପ କରିବା|ଏହା ପୂର୍ବରୁ ସେ ଗୁଗଲ ସହ କିଛି କାମ କରି ଅନୁଭବ ରଖିବାକୁ ଚାହାନ୍ତି|

ସେ ଚାକିରୀକୁ ନେଇ କହିଛନ୍ତି ଏହା ଏକ ଛୋଟ ମାଧ୍ୟମ , ତାଙ୍କ ଲକ୍ଷ୍ୟ ବହୁତ ଦୂର ରହିଛି|ଛାତ୍ର ପରିବାର କଥା କହିବା ଯଦି ତାଙ୍କ ଛୋଟ
ଭଉଣୀ ହରିୟଣାରେ ପଢୁଛି|ତାଙ୍କ ଛୋଟ ଭାଇ ବୁଲନ୍ଦ ସହରରେ ରହୁଛି|ସେ ଦଶମ ଶ୍ରେଣୀରେ ପଢୁଛି|ବିବେକ ତାଙ୍କ ସଫଳତାର ଶ୍ରେୟ ପିତାକୁ ଦେଇଛନ୍ତି ଓ କହିଛନ୍ତି ସେ ତାଙ୍କ ଗୁରୁ ଅଟନ୍ତି|

Leave A Reply

Your email address will not be published.