ପ୍ରଥମେ ଅବୈଧ ସମ୍ଵନ୍ଧ ଓ ଲିଭ-ଇନ ରିଲେଶନସିପ ଏହାପରେ ପିଛା ଛଡ଼ାଇବା ପାଇଁ ରଚିଲେ ଷଡ଼ଯନ୍ତ୍ର

0

Get real time updates directly on you device, subscribe now.

ବିବାହରେ ଉପହାର ଦେବାର ପ୍ରଣାଳୀ ବହୁତ ପୁରୁଣା ଅଟେ। କିନ୍ତୁ ଗୁଜୁରାଟର ଜଣେ ବ୍ୟକ୍ତି ବିବାହ ସମୟରେ ଏପରି ଗିଫ୍ଟ ଦେଇଥିଲେ ଯେ ଉପହାର ଖୋଲିଥିବା ବ୍ୟକ୍ତି ସିଧା ଡାକ୍ତରଖାନାରେ ପହଞ୍ଚିଗଲେ। ଏଠାରେ ଉପହାର ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିଲା। ଏବେ ପ୍ରଶ୍ନ ଉଠିଛି କି, ସେହି ଉପହାରରେ ଏମିତି କ’ଣ ଥିଲା? ଏବଂ ଉପହାର ଦେଇଥିବା ବ୍ୟକ୍ତି କାହିଁକି ଏହି ଉପହାର ପଠାଇଥିଲେ? ଏହି ପୁରା ଘଟଣାର ମୂଳରେ ରହିଛି ଏକ ପ୍ରେମ କାହାଣୀ। ଏମିତି ଏକ ପ୍ରେମ କାହାଣୀ ଯେଉଁଥିରେ ପ୍ରେମ ମରିଗଲା କିନ୍ତୁ କାହାଣୀ ରହି ଯାଇଥିଲା।

ମେ 12, ଗୁରୁବାର:-

ନବସାରୀର ମିନ୍ଧାବାର ର 28 ବର୍ଷୀୟ ଯୁବକ ଲତେଶ ବର ବେଶରେ ତାଙ୍କ ଶାଶୁ ଘରେ ପହଞ୍ଚିଥିଲେ। ବେଦି ଚାରିପାଖରେ ସାତ ଘେର ନେଇ ସେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିଲା।

କେବଳ ଲତେଶ ନୁହେଁ, ତାଙ୍କର ତିନି ବର୍ଷର ଭଣଜା ମଧ୍ୟ ଆହତ ହୋଇଯାଇଛନ୍ତି ଓ ତାଙ୍କ ସମ୍ପୂର୍ଣ୍ଣ ପରିବାର ବେହାଲ ହୋଇଯାଇଛି। ବର୍ତ୍ତମାନ ସେହି ନିରୀହ ପିଲାଟି ଲତେଶଙ୍କ ସହିତ ଡାକ୍ତରଖାନାରେ ନିଜ ମୃତ୍ୟୁ ସହିତ ଲଢ଼ୁଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ନୂଆ କରି ବିବାହ କରିଥିବା ଲତେଶ ଓ ତାଙ୍କ ଭଣଜାଙ୍କ ସହିତ କଣ ହେଲା ? କିଏ ତାଙ୍କ ଉପରକୁ ଆକ୍ରମଣ କରିନାହାଁନ୍ତି ତ ?

ଯଦି ହଁ, ତାହେଲେ କାହିଁକି ? ସେ କିଏ ? ଲତେଶ କାହା ସହିତ ଏଭଳି ପୁରୁଣା ଶତ୍ରୁତା ରଖିଥିଲେ? ନୂଆ ବିବାହିତ ଏହି ଯୁବକଙ୍କ ଜୀବନରେ ସେହି ରହସ୍ୟଟି କଣ ଯାହାକି ତାଙ୍କୁ ହସ୍ପିଟାଲ ପଠାଇଦେଇଛି।? ତାହେଲେ ଆସନ୍ତୁ ଏହା ପଛର ସମ୍ପୂର୍ଣ୍ଣ କାହାଣୀକୁ ଜାଣିବା।

ମେ 12, ଗୁରୁବାର- ଗ୍ରାମ ଗାଙ୍ଗପୁର, ନବସାରି:-

ସେହିଦିନ ହରିଚନ୍ଦନଙ୍କ ଘରକୁ ବରଯାତ୍ରୀ ଆସିଥିଲା। ତାଙ୍କର ସାନ ଝିଅ ସଲମାର ବିବାହ ନିକଟସ୍ଥ ମିନ୍ଧାବାର ଗାଁର ଭାୟକୁ ଭାୟ ଗାବିତଙ୍କ ପୁଅ ଲତେଶଙ୍କ ସହିତ ହେବାର ଥିଲା। ଏହି ବିବାହରେ ସବୁ ଖୁସି ଥିଲେ, ବିବାହ ହୋଇଥିଲା ଏବଂ ହରିଚନ୍ଦନ ଖୁସିରେ ତାଙ୍କ ନୂଆ ଜ୍ବାଇଁ ଲତେଶଙ୍କ ସହ ତାଙ୍କ ଝିଅ ସଲମାଙ୍କୁ ବିଦାୟ ଦେଇଥିଲେ। ବିବାହ ପରେ ଲତେଶ ମଧ୍ୟ ବହୁତ ଖୁସି ଥିଲା, ଏହାର ପାଞ୍ଚଦିନ ପରେ ବିବାହରେ ମିଳିଥିବା ଗିଫ୍ଟ ଗୁଡ଼ିକୁ ଲତେଶ ଉତ୍ସୁକତାର ସହିତ ଖୋଲୁଥିଲା ଓ ସେ ସମୟରେ ତାଙ୍କ ନଜର ଏକ ସୁନ୍ଦର ଟେଡି ବିୟର ଉପରେ ପଡ଼ିଲା।

ହେଲା ଧାମାକା:-

ଲତେଶଙ୍କ ତିନି ବର୍ଷର ଭଣଜା ଜିଆନ୍ ମଧ୍ୟ ପାଖରେ ଥିଲା। ଏହି ସମୟରେ ଲତେଶ ଟେଡି ବିୟରକୁ ଅନ କରି ଏହାର ପ୍ଲଗ କୁ କେବୁଲରେ ଦେଇଥିଲେ ଓ ଏହାପରେ ଏକ ଶକ୍ତ ବିସ୍ଫୋରଣର ହୋଉଥିଲା ଏହି ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଗାଁ କମ୍ପାଇବା ସହିତ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ହୋଇଥିଲା।

ଅନ୍ୟପକ୍ଷରେ, ଏହି ବିସ୍ଫୋରଣରେ ଲତେଶ ଓ ତାଙ୍କ ନିରୀହ ଭଣଜା ଆହତ ହୋଇଥିଲେ। ଲତେଶଙ୍କ ସମ୍ପୂର୍ଣ୍ଣ ଶରୀର ରକ୍ତରେ ଜୁଡୁବୁଡୁ ହୋଇଗଲା ଓ ବାମ ହାତଟି ସମ୍ପୂର୍ଣ୍ଣ ଭାବରେ ଉଡିଯାଇଥିଲା, ଏହାସହ ତାଙ୍କର ଆଖି ମଧ୍ୟ ନଷ୍ଟ ହୋଇଯାଇଥିଲା। ଲାତେଶ ଓ ତାଙ୍କ ଭଣଜାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଅବସ୍ଥା ବହୁତ ସିରିୟସ ରହିଛି। ଧାମାକା ସମୟରେ ଘରର ସବୁ ଜିନିଷ ଛିନ୍ନଭିନ୍ନ ହୋଇଯାଇଥିଲା।

ଷଡ଼ଯନ୍ତ୍ର:-

ଏକ ଇଲେକ୍ଟ୍ରୋନିକ୍ ଟେଡି ବିୟର ଏତେ ଜୋରରେ ବିସ୍ଫୋରଣ ହୋଇ ନପାରେ ଏବଂ ଏହା କାହାର ଜୀବନ ପ୍ରତି ବିପଦ ମଧ୍ୟ ଆଣିନପାରେ, ଟେଡି ବିୟର ବ୍ଲାଷ୍ଟ ହେବା ସମୟରେ ପାଖାପାଖି 2 କିଲୋମିଟର ପର୍ଯ୍ୟନ୍ତ ଶବ୍ଦ କରିଥିଲା। ଯାହାକି ସମ୍ପୂର୍ଣ୍ଣ ରୂପରେ ଅସମ୍ଭବ। ଏହା କାହାର ଷଡ଼ଯନ୍ତ୍ର ଥିଲା ଓ ସେ କାହିଁକି ଏହା କଲା ବର୍ତ୍ତମାନ, ପ୍ରଶ୍ନ ଉଠିବାରେ ଲାଗିଛି।

307 ମାମଲା ରୁଜୁ କଲା ପୋଲିସ:-୍

ଏହି ମାମଲା ଏତେ ସଙ୍ଗୀନ ଥିଲା ଯେ, ଏହା ପୋଲିସ ପାଖରେ ପହଞ୍ଚିଥିଲା ଓ ପୋଲିସ ଆଇପିସି ଧାରା 307 ଅନ୍ତର୍ଗତ ଏକ୍ସପ୍ଲୋସିଭ ଆକ୍ଟ 114 ଲଗାଇ ଏହାର ଯାଞ୍ଚ ଆରମ୍ଭ କରିଦେଇଛି। ଲତେଶଙ୍କ ଶାଶୁଙ୍କ ଘରୁ ଯଥା ତାଙ୍କ ପତ୍ନୀ ସଲମାଙ୍କ ବାପଘରୁ ଏହି ଯାଞ୍ଚ ଆରମ୍ଭ ହୋଇଥିଲା ଓ ଜାଣିବାକୁ ଚେଷ୍ଟା କରାଯାଇଥିଲା ଯେ, ଏହି ଟେଡି ବିୟରକୁ କିଏ ଗିଫ୍ଟ ଦେଇଥିଲା।

ଯାଞ୍ଚ ପ୍ରକ୍ରିୟା ଚାଲିଥିବା ସମୟରେ ପୋଲିସକୁ ଜଣେ ଆଶା କର୍ମୀ ଆରତୀ ବେନଙ୍କ ବିଷୟରେ ଜଣାପଡ଼ିଲା, ଯିଏକି ଏହି ଟେଡି ବିୟର ସହିତ ବିବାହ ଦିନ ସଲମାଙ୍କ ଘରେ ପହଞ୍ଚିଥିଲେ ଏବଂ ଏହି ଟେଡି ବିୟରକୁ ସଲମାଙ୍କ ବଡ ଭଉଣୀ ଜାଗୃତି ବେନଙ୍କୁ ଦେଇଥିଲେ। ଜାଗୃତି ଏହାକୁ ବାହାଘର ଗିଫ୍ଟ ଭାବି ସଲମା ଓ ତାଙ୍କ ବରଙ୍କୁ ଦେଇଥିଲେ। ପାଞ୍ଚ ଦିନ ପରେ ଯେତେବେଳେ ଲତେଶ ଏହି ଟେଡି ବିୟର ଖୋଲିଥିଲେ ସେତେବେଳେ ଧାମାକା ହୋଇଥିଲା।

ଆଶା କର୍ମୀଙ୍କ ଟେଡି ବିୟର:-

ଆଶା କର୍ମୀ ଆରତୀ ବେନଙ୍କର ନା ସଲମାଙ୍କ ପରିବାର ସହିତ କୌଣସି ସମ୍ପର୍କ ଥିଲା ନାତ ଲତେଶଙ୍କ ସହିତ। ପ୍ରଶ୍ନ ଏହା ଉଠିଥିଲା କି, ବାରୁଦ ଭରା ଟେଡି ବିୟର ସହିତ ବିବାହକୁ କାହିଁକି ଆସିଲେ? ସେ ନିଜେ ଏହି ଟେଡି ବିୟର କୁ ଆଣିଲେ ନା- କେହି ତାଙ୍କ ହାତରେ ଏହି ଟେଡି ବିୟର ପଠାଇଥିଲେ ? କିନ୍ତୁ ପୋଲିସ ଯେତେବେଳେ ଯାଞ୍ଚ ଆରମ୍ଭ କଲା, ସେତେବେଳେ ଏପରି ଚେହେରା ସାମ୍ନାକୁ ଆସିଲା ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଥିଲା ରାଜେଶ ପଟେଲ।

ରାଜେଶ ପଟେଲ ଥିଲା ଏହାପଛର ମାଷ୍ଟର ମାଇଣ୍ଡ:-

ହଁ, ରାଜେଶ ପଟେଲ, ଯିଏକି ଏକ ସମୟରେ ସଲମାଙ୍କ ବଡ ଭଉଣୀ ଜାଗୃତି ବେନଙ୍କର ପ୍ରେମୀ ଥିଲା ଓ ସେମାନେ ଲିଭ-ଇନ୍ ପାର୍ଟନର ଥିଲେ। ରାଜେଶ ଓ ଜାଗୃତିଙ୍କର ଏକ ଛଅ ବର୍ଷର ଛୋଟ ଝିଅ ମଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ରାଜେଶ କାହିଁକି ଏହି ଷଡଯନ୍ତ୍ର ରଚିଥିଲା? ସେ କାହିଁକି ଏହି ବାରୁଦ ଭରା ଟେଡି ବିୟରକୁ ସଲମାଙ୍କ ଘରକୁ ପଠାଇଥିଲା? ପୋଲିସ ରାଜେଶଙ୍କୁ ଧରି ପଚରାଉଚରା କଲା, ସେତେବେଳେ ଏକ ଆଶ୍ଚର୍ଯ୍ୟକର କାହାଣୀ ସାମ୍ନାକୁ ଆସିଲା।

ଅବୈଧ ସମ୍ଵନ୍ଧ ଠାରୁ ଆରମ୍ଭ କରି ଘୃଣା ପର୍ଯ୍ୟନ୍ତ:-

ଯାଞ୍ଚ ରୁ ଜଣାପଡିଛି ଯେ ରାଜେଶ ପଟେଲ 2009 ମସିହାରେ ସଲମାଙ୍କ ବଡ ଭଉଣୀ ଜାଗୃତିଙ୍କୁ ପ୍ରେମ କରୁଥିଲେ। ଏହାପରେ ଉଭୟ ମଧ୍ୟ ଅନେକ ବର୍ଷ ପରସ୍ପର ସହିତ ଲିଭ-ଇନ ରହୁଥିଲେ ଏବଂ ଏହି ସମୟରେ ସେମାନଙ୍କର ଏକ ଝିଅ ମଧ୍ୟ ହୋଇଥିଲା , ଯାହାର ବର୍ତ୍ତମାନ ବୟସ 6 ବର୍ଷ ଅଟେ। ରାଜେଶଙ୍କର ଏହାପୂର୍ବରୁ 7 ବର୍ଷର ଝିଅ ଓ 12 ବର୍ଷର ଏକ ପୁଅ ମଧ୍ୟ ଥିଲେ ଓ ରାଜେଶ ପୂର୍ବରୁ ମଧ୍ୟ ବିବାହିତ ଥିଲେ। ରାଜେଶ ଏହି ପ୍ରେମ ସମ୍ପର୍କକୁ ଆଉ ଆଗକୁ ନେବାକୁ ଚାହୁଁନଥିଲେ ଓ ସେ ଏହାକୁ ସମାପ୍ତ କରିଦେବାକୁ ଚାହୁଁଥିଲେ।

ଲିଭ ଇନ ପାର୍ଟନରଙ୍କ ପାଇଁ ରଚିଥିଲେ ଷଡ଼ଯନ୍ତ୍ର:-

କିନ୍ତୁ ଜାଗୃତି ତାଙ୍କୁ ଏତେ ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ବିଶେଷକରି ଯେତେବେଳେ ଉଭୟଙ୍କର ଏକ ଝିଅ ଥିଲା। ଏଭଳି ସ୍ଥିତିରେ ରାଜେଶ ନିଜ ଝିଅ ଓ ପାର୍ଟନରଙ୍କୁ ମାରିବା ପାଇଁ ଚକ୍ରାନ୍ତ ଚଳାଇଥିଲେ। ସେ ଆଶା କର୍ମୀ ଆରତୀ ବେନଙ୍କୁ ଧୋଖାରେ ରଖି ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲେ। ବାରୁଦ ଭରା ଏହି ଟେଡି ବିୟରକୁ ତାଙ୍କ ଝିଅ ହାତରେ ଦେବାକୁ କହିଥିଲେ। କିନ୍ତୁ ଭୁଲରେ, ଆଶା କର୍ମୀ ଜାଗୃତିଙ୍କ ଝିଅକୁ ଏହି ଖେଳନା ଦେବା ବଦଳରେ ଜାଗୃତିଙ୍କ ହାତରେ ଦେଇଥିଲେ ଓ ସେଠାରୁ ଚାଲି ଆସିଥିଲେ।

ସଲମାଙ୍କ ବିବାହ ପରେ ଜାଗୃତି ଏହାକୁ ନବ ବିବାହିତ ଦମ୍ପତିଙ୍କ ପାଇଁ ଉପହାର ବୋଲି ଭାବି ଏହାକୁ ସଲମା ଏବଂ ତାଙ୍କ ସ୍ୱାମୀ ଲାତେଶ ଙ୍କୁ ଦେଇଥିଲେ, ବିବାହ ପରେ ଏହି ଟେଡି ବିୟରଟି ଲାତେଶ ଓ ସଲମାଙ୍କ ସହିତ ମିନ୍ଧାବାର ଗ୍ରାମକୁ ଚାଲି ଯାଇଥିଲା। ଯେତେବେଳେ ଲାତେଶ ବିବାହର ପାଞ୍ଚଦିନ ପରେ ଏହି ଖେଳନାକୁ ଚାଲୁ କରିବାକୁ ଚେଷ୍ଟା କରନ୍ତି ତ ଏହା ଜୋରଦାର ଧାମାକା ସୃଷ୍ଟି କରିଥିଲା। ଦେଖନ୍ତୁ ଏଠାରେ ଜଣେ ଜଣକୁ ମାରିବାକୁ ଚାହୁଁଥିଲା କିନ୍ତୁ ଅନ୍ୟ ଜଣେ ଏହାର ଶିକାର ହୋଇଗଲେ।

ରାଜେଶ ପଟେଲ କୁହନ୍ତି ଯେ, ସେ ତାଙ୍କ ସାଙ୍ଗ ମହେଶଙ୍କଠାରୁ କୂଅ ଖୋଳିବାରେ ବ୍ୟବହୃତ ଏକ ବିସ୍ଫୋରକ ଡିଟୋନେଟର ଆଣିଥିଲେ ଓ ଏହାକୁ ଟେଡି ବିୟର ଭିତରେ ପୁରାଇ ବିସ୍ଫୋରଣ କରିବାର ଯୋଜନା ବନାଇଥିଲେ। ଏହି ଷଡ଼ଯନ୍ତ୍ରରେ ରାଜେଶ ସଫଳ ତ ଥିଲା ଓ ଟେଡି ବିୟର ବିସ୍ଫୋରଣ ତ କଲା କିନ୍ତୁ ଯେଉଁମାନଙ୍କ ଜୀବନ ସେ ନେବାପାଇଁ ଚାହୁଁଥିଲା ସେମାନଙ୍କ ଜୀବନ ନେଇ ପାରିନଥିଲା। ଯାହା ସହିତ ତା’ର କୌଣସି ଶତ୍ରୁତା ନଥିଲା ତାଙ୍କ ଜୀବନକୁ ସେ ନେଇ ବସିଥିଲା।

Leave A Reply

Your email address will not be published.