ବ୍ୟୁଟିପାର୍ଲର ଯାଇଥିବା କନ୍ୟା,ବୟଫ୍ରେଣ୍ଡ ସହ ହେଲା ଫେରାର, ଆଉ ବର କହିଲା – ମୋର ଯେକୌଣସି ଝିଅ ସହିତ ବିବାହ କରାଅ

0

Get real time updates directly on you device, subscribe now.

ଆଜିକାଲି ବିବାହ ସିଜିନ ଚାଲିଛି । ଏପରି ପରିସ୍ଥିତିରେ ଅନେକ ଲୋକଙ୍କର ଯୋଡି ତିଆରି ହେଉଛି । ସେହିପରି କିଛି ଭାଗ୍ୟହିନ ବ୍ୟକ୍ତି ଥାଆନ୍ତି, ଯାହାର ଯୋଡି ତିଆରି ହେଉ ହେଉ ରହିଯାଏ । ଇନ୍ଦୋର ରୁ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିଛି । ଏଠିକାର ଏମଜି ରୋଡ ଅଞ୍ଚଳରେ ଅଜବ କେସ ହୋଇଛି । ଏଠାରେ ବୁଧବାର ଦିନ ରାତିରେ ବିବାହର ଆୟୋଜନ କରାଯାଇଥିଲା ।

ବର ଉଜେଇନର ବାସିନ୍ଦା ଏବଂ ସେ ବରଯାତ୍ରୀ ନେଇ ଇନ୍ଦୋର ପହଞ୍ଚି ଯାଇଥିଲା । ଏଠାରେ ଚିମନବାଗ ଅଞ୍ଚଳରେ ବିବାହର ସବୁ ରୀତିନୀତି ସମ୍ପନ୍ନ ହେବାର ଥିଲା । ତେବେ ଏହି ସମୟରେ ଏମିତି କିଛି ହୋଇଗଲା, ଯାହା ପରେ ବରଯାତ୍ରୀଙ୍କ ହୋସ ଉଡ଼ିଗଲା । କନ୍ୟାକୁ ଉଜେଇନରୁ ନେବାକୁ ଆସୁଥିବା ବରଯାତ୍ରୀ ଖାଲି ହାତରେ ଫେରିଗଲେ । ଖୁସିର ବାତାବରଣ ଦୁଃଖରେ ପାଲଟିଗଲା ।

ଦିନରେ ନିର୍ବନ୍ଧ ଏବଂ ରାତିରେ ହେବାର ଥିଲା ବିବାହ :-

ଚିମନବାଗ ଅଞ୍ଚଳରେ ରହୁଥିବା ଯୁବତୀଙ୍କ ସହିତ ଉଜେଇନର ଯୁବକଙ୍କ ବିବାହ ସ୍ଥିର ହୋଇଥିଲା । ଦୁଇ ପରିବାର ଏକାଠି ବସି ବିବାହ ସ୍ଥିର କରିଥିଲେ । ଯୁବକ ଟେବୁଲ୍ ଟେନସର କୋଚ ଥିଲେ । ଏପରି ପରିସ୍ଥିତିରେ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ବିବାହ ପାଇଁ ରାଜି ହୋଇଗଲା । ଏହାପରେ ସ୍ଥିର ହୋଇଥିଲା ଯେ ଯୁବକ ବରଯାତ୍ରୀ ନେଇ ଇନ୍ଦୋର ଆସିବ । ଏଠାରେ ସବୁ ରୀତିନୀତି ସମ୍ପନ୍ନ ହେବ ।

ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଥମେ ମଧ୍ୟାହ୍ନରେ ଦୁହିଁଙ୍କର ନିର୍ବନ୍ଧ ହେବ । ଏହା ପରେ ଯୁବକ ରାତିରେ ବରଯାତ୍ରୀ ଆଣିବ । ଏହାମଧ୍ୟରେ ଯୁବତୀ ମେକଅପ୍ ସାରି ପ୍ରସ୍ତୁତ ହୋଇଯିବ । ଏହା ପରେ ଦିନରେ ନିର୍ବନ୍ଧ ମଧ୍ୟ ହୋଇଯାଇ ଥିଲା ଏବଂ ରାତିରେ ବର ବରଯାତ୍ରୀ ସହିତ ମଣ୍ଡପରେ ମଧ୍ୟ ପହଞ୍ଚିଥିଲେ ।

ବିୟୁଟି ପାର୍ଲରରୁ ଫେରିଲା ନାହିଁ କନ୍ୟା :-

ନିର୍ବନ୍ଧ ହେବା ପରେ କନ୍ୟା ଅନ୍ନପୂର୍ଣ୍ଣା ଅଞ୍ଚଳର ବିୟୁଟି ପାର୍ଲରକୁ ଯାଇଥିଲା । ଏହା ପରେ ବର ବରଯାତ୍ରୀ ନେଇ ପହଞ୍ଚିଲା । ବିବାହର ସମୟ ଅତିବାହିତ ହେଉଥିଲା କିନ୍ତୁ ଯୁବତୀ ମଣ୍ଡପକୁ ଆସୁ ନଥିଲେ । ଯେତେବେଳେ ପୁଅଘର ଲୋକେ କନ୍ୟା ଘର ଲୋକଙ୍କୁ ପଚାରିଲେ, ପ୍ରଥମେ ସେମାନେ କିଛି କହିଲେ ନାହିଁ । ତା’ପରେ ସେମାନେ ପରେ କହିଲେ ଯେ ତାଙ୍କ ଝିଅ ତା ପ୍ରେମିକ ସହିତ ପଳାଇ ଯାଇଛି ।

ଏ କଥା ଜାଣିବା ପରେ ବରର ହୋସ ଉଡ଼ିଗଲା । ବର ସେଠାରେ ଖୁବ୍ ହଙ୍ଗାମା କଲା । ଏହାପରେ ରାଗରେ ବର ସିଧା ପୋଲିସ ଷ୍ଟେସନରେ ପହଞ୍ଚିଲା । ସେଠାରେ ସେ କହିବାକୁ ଲାଗିଲା ଯେ ସେ କେମିତି କାହାକୁ ମୁହଁ ଦେଖାଇବ । ଏହାପରେ ବର ଜିଦ୍ କରିବାକୁ ଲାଗିଲା ଯେ ଯେକୌଣସି ଝିଅ ସହିତ ତାର ବିବାହ କରାଇ ଦିଅ । ତେବେ ବହୁତ୍ ବୁଝାଇବା ପରେ ବରଯାତ୍ରୀ ନେଇ ବରକୁ ଖାଲି ହାତରେ ଫେରିବାକୁ ପଡ଼ିଲା ।

Leave A Reply

Your email address will not be published.