୬ ବର୍ଷର ବ୍ରେନ୍ ଡେଡ୍ ଝିଅ ବଞ୍ଚାଇଲା ୫ ଜଣ ଲୋକଙ୍କ ଜୀବନ, ଆଉ ସାଜିଲା AIIMS ର ସବୁଠାରୁ କମ ବୟସର “ଅଙ୍ଗ ଦାତା

0

Get real time updates directly on you device, subscribe now.

ବାସ୍ତବରେ ଆମେ ଆପଣଙ୍କୁ ଯେଉଁ ଝିଅ ବିଷୟରେ କହିବାକୁ ଯାଉଛୁ, ତାର ନାମ ରୋଲି ପ୍ରଜାପତି ଅଟେ । ରୋଲିଙ୍କୁ ଗତ ମାସ ଅର୍ଥାତ୍ ଏପ୍ରିଲ ମାସରେ ଉତ୍ତରପ୍ରଦେଶର ନୋଏଡା ଠାରେ ଅଜଣା ଆକ୍ରମଣକାରୀମାନେ ମୁଣ୍ଡରେ ଗୁଳି ମାରି ଦେଇଥିଲେ । ଯେଉଁଥିପାଇଁ ରୋଲି କୋମାକୁ ଚାଲି ଯାଇଥିଲେ । ସେ ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ଼ ବୋଲି ଘୋଷଣା କରିଦେଲେ ।

AIIMS ର ବରିଷ୍ଠ ନ୍ୟୁରୋସର୍ଜନ ଡକ୍ଟର ଦୀପକ ଗୁପ୍ତା ନ୍ୟୁଜ ଏଜେନ୍ସି ANI କୁ କହିଛନ୍ତି ଯେ “ସାଢେ଼ 6 ବର୍ଷର ଝିଅ ରୋଲି ଏପ୍ରିଲ 27ରେ ହସ୍ପିଟାଲରେ ପହଞ୍ଚିଥିଲେ । ତାଙ୍କ ମସ୍ତିଷ୍କରେ ଏକ ଗୁଳି ବାଜିଥିଲା । ମସ୍ତିଷ୍କ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସେ ପ୍ରାୟ ବ୍ରେନ ଡେଡ଼ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ । ତେଣୁ ଆମେ ପରିବାର ସଦସ୍ୟଙ୍କ ସହ କଥା ହେଲୁ ।” ସେହିପରି ବାପାମାଆ ଝିଅର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ।

ବାପାମାଆଙ୍କ ଏହି ନିଷ୍ପତ୍ତିକୁ ଡାକ୍ତରମାନେ କରିଥିଲେ ପ୍ରଶଂସା :-

AIIMS ର ନ୍ୟୁରୋସର୍ଜନ ଡାକ୍ତର ଦୀପକ ଗୁପ୍ତା କହିଛନ୍ତି ଯେ “ଆମ ଟିମ୍ ଝିଅର ବାପାମାଆଙ୍କ ସହ ବସି ଅଙ୍ଗ ଦାନ ବିଷୟରେ ଆଲୋଚନା କରିଥିଲେ । ଆମେ ବାପାମାଆଙ୍କୁ ପରାମର୍ଶ ଦେଇଥିଲୁ ଏବଂ ସେମାନଙ୍କ ସମ୍ମତି ଲୋଡିଥିଲୁ ଯେ ସେମାନେ ଅନ୍ୟ ପିଲାମାନଙ୍କର ଜୀବନ ବଞ୍ଚାଇବା ପାଇଁ ଅଙ୍ଗ ଦାନ କରିବାକୁ ଇଚ୍ଛା କରିବେ କି ?

ଝିଅର ବାପାମାଆ ଅଙ୍ଗ ଦାନ ପାଇଁ ରାଜି ହେଲେ ଏବଂ ସେମାନେ ଏଥିପାଇଁ ହଁ ମଧ୍ୟ କହିଲେ ।” AIIMS ର ଡାକ୍ତର ଅଙ୍ଗ ଦାନ କରିବା ଏବଂ 5 ଜଣ ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଲିଙ୍କ ବାପାମାଆଙ୍କୁ ପ୍ରଶଂସା କରିଛନ୍ତି । ଝିଅର ଲିଭର, କିଡନୀ, କର୍ଣ୍ଣିଆ, ହାର୍ଟ ୱାଲଭ୍ ଦାନ କରାଯାଇଛି ।

ଝିଅର ବାପାମାଆ ଜୀବନ ବଞ୍ଚାଇବାର ମହତ୍ତ୍ୱ ବୁଝାଇଲେ :-

ଆପଣଙ୍କୁ କହିରଖୁଛୁ ଯେ ଏହି ଅଙ୍ଗ ଦାନ ସହିତ ରୋଲି AIIMS ଦିଲ୍ଲୀର ଇତିହାସରେ ସବୁଠାରୁ କମ ବୟସର ଡୋନର ହୋଇ ଯାଇଛନ୍ତି । ସିନିୟର ନ୍ୟୁରୋସର୍ଜନ ଡକ୍ଟର ଦୀପକ ଗୁପ୍ତା କହିଛନ୍ତି, “ଅଙ୍ଗ ଦାନ ବିଷୟରେ ଅଧିକ କିଛି ଜାଣି ନଥିଲେ ମଧ୍ୟ ଏହି ପଦକ୍ଷେପ ନେଇଥିବାରୁ ଆମେ ଝିଅର ବାପାମାଆଙ୍କ ଥରେ ବହୁତ କୃତଜ୍ଞ । ସେମାନେ ଜୀବନ ରକ୍ଷା କରିବାର ମହତ୍ତ୍ୱକୁ ବୁଝିଲେ ।”

AIIMS ର ନ୍ୟୁରୋ ସର୍ଜନ ପ୍ରକାଶ କରିଛନ୍ତି ଯେ “ଆମେ 1994 ମସିହାରେ ଏଠାରେ ଅଙ୍ଗ ଦାନ ସୁବିଧା ଆରମ୍ଭ କରିଥିଲୁ । ମୋ ସୂଚନା ଅନୁଯାୟୀ, ସମଗ୍ର ଦିଲ୍ଲୀ-ଏନସିଆରରେ ଆମର ଏତେ ସଂଖ୍ୟକ ଯୁବ ଅଙ୍ଗ ଦାତା ନଥିଲେ ।”

Leave A Reply

Your email address will not be published.