ଆସିଲା ବଡ଼ ଖବର : ହେଲ୍‌ମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କାର ଚାଲାଣ ! ସାବଧାନ ରୁହନ୍ତୁ ବାଇକ ଓ ସ୍କୁଟି ଚାଳକମାନେ !

0

Get real time updates directly on you device, subscribe now.

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ଏବେ ପୁଲିସ ଓ ପବ୍ଲିକ୍ ମଧ୍ୟରେ ଚାଲିଛି ଛକାପଞ୍ଝା । ସାଧାରଣ ଲୋକେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ପୁଲିସ୍‌ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଥିବାବେଳେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍ । ହେଲ୍‌ମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କା ଚାଲାଣ । ଏପରି କିଛି ନିୟମ ବର୍ତମାନ ଗାଡ଼ି ଚାଲକ ମାନଙ୍କୁ ଦ୍ଵନ୍ଦ ରେ ପକେଇ ଦେଇଚି । ତେବେ ଏହି ନିୟମ ମଧ୍ୟରେ ମଧ୍ୟ ଅନେକ ନିୟମ ରହିଛି । ତେବେ ହେଲମେଟ ପିନ୍ଧିଲେ ମଧ୍ୟ କିପରି କାଟିବ ଚାଲାଣ ଜାଣନ୍ତୁ । କାରଣ ଏହି ନିୟମ ନ ଜାଣିଲେ ଅଯଥା ରେ ଆପଣଙ୍କୁ ପଇସା ଦେବାକୁ ପଡ଼ିବ । କାରଣ ନୂଆ ମୋଟର ଭେହିକଲ୍‌ ଆକ୍ଟ ରେ କିଛି ଟା ପରିବର୍ତନ ହୋଇଚି ।

ହେଲ୍‌ମେଟ ପିନ୍ଧିବା ପରେ ମଧ୍ୟ ଆପଣଙ୍କର ୨୦୦୦ ଟଙ୍କା ଚାଲାଣ କଟିପାରେ । ଯଦି ଆପଣ ଠିକ୍ ଭାବେ ଟ୍ରାଫିକ ନିୟମ ନ ମାନୁଛନ୍ତି ତେବେ ଏହି ଚାଲାଣ କଟିବ । ଯଦି ଆପଣ ହେଲ୍‌ମେଟର ଷ୍ଟ୍ରିପ୍‌ ବାନ୍ଧି ନାହାନ୍ତି ତେବେ ନିୟମ ୧୯୪ଡି ଅନୁସାରେ , ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟିବ । ଆଉ ଯଦି ଆପଣ ବିନା ବିଆଇଏସ୍‌ ଥିବା ହେଲମେଟ ପିନ୍ଧିଛନ୍ତି, ତ ଏହି ନୂତନ ନିୟମ ଅନୁସାରେ, ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟିପାରେ । ତେଣୁ ଆପଣ ହେଲ୍‌ମେଟ ପିନ୍ଧିବା ସତ୍ତ୍ୱେ ଯଦି ନିୟମ ଠିକ୍ ଭାବେ ପାଳନ କରୁ ନାହାନ୍ତି, ତା’ ହେଲେ ଆପଣଙ୍କ ପକେଟ୍‌ରୁ ୨୦୦୦ ଟଙ୍କା ଯାଇପାରେ । ଗାଡ଼ିରେ ଓଭରଲୋଡିଂ କଲେ ଆପଣଙ୍କୁ ୨୦,୦୦୦ ଟଙ୍କାର ଜରିମାନା ଦେବାକୁ ପଡ଼ି ପାରେ । ଏହାଛଡ଼ା ପ୍ରତି ଟନ ପିଛା ୨୦୦୦ ଟଙ୍କାର ଅତିରିକ୍ତ ଜରିମାନା ବି ଦେବାକୁ ହେବ । ତେବେ ଏପରି ଅନେକ ଚାଲାଣ ଆଗରୁ କାଟୁଥିବା କଥା ଆମେ ଶୁଣିବାକୁ ପାଇଥାଉ ।

ତେବେ ଆପଣଙ୍କ ଗାଡ଼ି ରେ ଚାଲାଣ କଟିଚି କି ନାହିଁ ଜାଣିବା ପାଇଁ ୱେବସାଇଟରେ ଯାଇ ଚେକ୍‌ ଚାଲାଣ ଷ୍ଟାଟସ୍‌ର ବିକଳ୍ପ ବାଛନ୍ତୁ । ଆପଣଙ୍କ ଏହି ବିଷୟ ରେ ଜାଣିବା ପାଇଁ ଅନେକ ଅପ୍‌ସନ ମିଳିବ । ଗାଡ଼ି ନମ୍ବରର ଅପ୍‌ସନ ଚୟନ କରନ୍ତୁ । ମଗା ଯାଇଥିବା ଜରୁରୀ ତଥ୍ୟଗୁଡ଼ିକୁ ଭରନ୍ତୁ ଓ ପରେ ଉପରେ କ୍ଲିକ୍‌ କରି ଚେକ୍ କରନ୍ତୁ । ସେହିପରି ସେହି ୱେବସାଇଟ ରେ ଅନଲାଇନ୍ ରେ ଚାଲାଣ ଭରିବା ପାଇଁ ମଧ୍ୟ ଅପ୍ସନ୍ ରହିଛି ଯେଉଁଠି ଆପଣ ଚାଲାଣ ପଇସା ଭାରି ପାରିବେ ।

Leave A Reply

Your email address will not be published.