ପତ୍ନୀଙ୍କ ଚିକିତ୍ସା ପାଇଁ ୭୦ ଲକ୍ଷ ଟଙ୍କାରେ ବନ୍ଧକ ରଖିଲେ ଏମବିବିଏସ୍ ଡିଗ୍ରୀ,ଏଵେ ପତ୍ନୀଙ୍କ ଅବସ୍ଥା ଏଭଳି

0

Get real time updates directly on you device, subscribe now.

କୁହାଯାଏ ପତିପତ୍ନୀଙ୍କ ସମ୍ପର୍କ ଅତୁଟ ଯାହାକୁ ଚାହିଁଲେ ବି ଭାଙ୍ଗି ପାରିବା ନାହିଁ|ଏଭଳି ପତିପତ୍ନୀଙ୍କ କାହାଣୀ କହିବାକୁ ଆଜି ଯାଉଛି ଯେଉଁଠି ଜଣେ ପତି ନିଜର ପତ୍ନୀଙ୍କୁ ବଞ୍ଚାଇବା ପାଇଁ କିଛି ଏଭଳି କରି ଦେଖାଇଲା ଯାହାର କଳ୍ପନା କେହି ସ୍ୱପ୍ନରେ ସୁଦ୍ଧା କରି ପାରିବେ ନାହିଁ|ଏହି କାହାଣୀ ରାଜସ୍ଥାନର ପାଲ୍ଲୀ ଜିଲ୍ଲାର ରହୁଥିବା ସୁରେଶ ଚୈଧୁରୀଙ୍କ ଅଟେ ଯାହାଙ୍କ ପତ୍ନୀ ବେମାରରେ ଶେଷ ସମୟ କଟାଉଥିଲେ|ପରନ୍ତୁ ସୁରେଷ ହିମ୍ମତ ନହାରି ନିଜ ସବୁକିଛି ବାଜି ଲଗାଇ ପତ୍ନୀଙ୍କୁ ମରଣ ମୁହଁରୁ ଛଡାଇ ଆଣିଛନ୍ତି|ଡାକ୍ତର ସୁରେଶ ଚୈଧୁରୀ ନିଜ ବେମାର ପତ୍ନୀଙ୍କ ଚିକିତ୍ସା ପାଇଁ ନା କେଵଳ ସବୁକିଛି ଵାଜି ଲଗାଇଲେ ଏହାସହ ଡିଗ୍ରୀକୁ ବନ୍ଧକ ରଖିଲେ|କରୋନାରୁ ସଂକ୍ରମିତ ପତ୍ନୀଙ୍କୁ ବଞ୍ଚାଇବାକୁ ଏହି ଡାକ୍ତର ୧.୫ କୋଟି ଟଙ୍କା ଖର୍ଚ୍ଚ କରିଦେଇଥିଲେ ଓ ଶେଷରେ ପ୍ରେମକୁ ବଞ୍ଚାଇଥିଲେ|

୩୨ ବର୍ଷୀୟ ସୁରେଶ୍ ଚୈଧୁରୀ ପାଲି ଜିଲ୍ଲାରେ ଖୈଵା ଗାଁର ବାସିନ୍ଦା ଅଟନ୍ତି ଯିଏ ନିଜ ପତ୍ନୀ ଅନିତା ଓ ଅଞ୍ଜୁ ଓ ୫ ବର୍ଷର ପୁଅ ସହ ନିଜ ଗାଁରେ ରହୁଥିଲେ|ମେ ମାସରେ ଯେତେବେଳେ କରୋନାର ଦ୍ୱିତୀୟ ଲହର ଆସିଲା ତାଙ୍କ ପତ୍ନୀଙ୍କୁ ଜ୍ୱର ଆସିଲା ଓ ଚେକ କରିବାରୁ ଜଣାପଡିଲା ସେ କରୋନା ସଂକ୍ରମିତ|ଦେଖୁଦେଖୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେଲା ତେଣୁ ସେ ପତ୍ନୀଙ୍କୁ ନେଇ ବଙ୍ଗାଡ ହସ୍ପିଟାଲରେ ପହଞ୍ଚିଲେ|ସେଠାରେ ବେଡ ନମିଳିବାରୁ ତାଙ୍କୁ ନେଇ ଯୋଧପୁର ଏମ୍ସ ପହଞ୍ଚିଲେ|ସୁରେଶ ନିଜେ ଜଣେ ଡାକ୍ତର ତେଣୁ ଯେତେବେଳେ କରୋନା ଉର୍ଦ୍ଧ୍ବରେ ଥିଲା ଛୁଟି ମିଳିବାରୁ ପତ୍ନୀଙ୍କୁ ସମ୍ପର୍କୀୟ ପାଖରେ ଛାଡି ଡ୍ୟୁଟି ଯାଇଥିଲେ|

ଚିକିତ୍ସା ସମୟରେ ଯେତେବେଳେ ଜଣାପଡିଲା ଯେ ଅନିତାଙ୍କ ଅବସ୍ଥାରେ ଆହୁରି ଖରାପ ହେଲାଣି ତାଙ୍କ ଲଙ୍ଗସ ୯୫% ଖରାପ ହୋଇଗଲା|ଫଳରେ ଡ଼ାକ୍ତରମାନେ କହିଲେ ବଞ୍ଚାଇବା କଷ୍ଟକର|ସୁରେଶ ହାର ନମାନି ପତ୍ନୀଙ୍କୁ ଧରି ଅହମଦାବାଦ ଚାଲିଗଲେ|ସେ ସେଠାରେ ଭର୍ତ୍ତି କରାଇଲେ|ସେ ସମୟରେ ଅନୀତାଙ୍କ ଓଜନ ୫୦ ରୁ ୩୦ ହୋଇଥିଲା ଓ ରକ୍ତ କମ ହୋଇଯାଇଥିଲା|ତାଙ୍କୁ ଇସିଏମ୍ଓରେ ରଖାଗଲା ଯେଉଁଥିରେ ଦୈନିକ ଖର୍ଚ୍ଚ ୧ ଲକ୍ଷ ହୋଇଥାଏ|ଯଦିଓ ଏହି ଚିକିତ୍ସା ଚକ୍କରରେ ସେ କରଜରେ ବୁଡି ଯାଇଥିଲେ କିନ୍ତୁ ପତ୍ନୀଙ୍କୁ ବଞ୍ଚାଇବା ଏକମାତ୍ର ଉଦେଶ୍ୟ ଥିଲା|୮୭ ଦିନର ସଘର୍ଷ ପରେ ସେ ଅନୀତାକଙ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ|

ଚିକିତ୍ସା ସମୟରେ ସେ ସବୁକିଛି ବାଜି ଲଗାଇ ଦେଇଥିଲେ ଫଳରେ ଟଙ୍କା କମ ହେଲା ତେଣୁ ସେ ଏମବିବିଏସ ଡିଗ୍ରୀ ବ୍ୟାଙ୍କରେ ବନ୍ଧକ ରଖି ୭୦ ଲକ୍ଷ ଟଙ୍କାର ଲୋନ ନେଇଥିଲେ|ଅନୀତା ଠିକ ହେବାପରେ କହିଛନ୍ତି ଆଜି ମୁଁ କେଵଳ ପତିଙ୍କ ଜିଦ୍ ଓ ସଂଘର୍ଷ ପାଇଁ ବଞ୍ଚିଛି|ଯେତେବେଳେ ସେ ଠିକ ହୋଇଗଲେ ସୁରେଶ ବହୁ ଖୁସ ଥିଲେ|ସୁରେଶ କହିଛନ୍ତି “ଏଭଳି କେଭଳି ଆଖି ସାମ୍ନାରେ କିଏ ମରିବାକୁ ଦିଏ ?”ଟଙ୍କା ତ ବହୁତ କମାଇବି କିନ୍ତୁ ତାର କିଛି ହେଲେ ମୁ ବଞ୍ଚି ପାରି ନଥାନ୍ତି|

Leave A Reply

Your email address will not be published.