ଅନୁତାପ କରୁଛନ୍ତି ଏବେ ଅନୁଭବ । କହିଲେ ବର୍ଷାଙ୍କୁ ଜୀବନ ସାଥୀ ବାଛିବାରେ ଭୁଲ୍ କରିଦେଲି !

0

Get real time updates directly on you device, subscribe now.

ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ଏକ ଭିଡିଓକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପ୍ରାୟ ଅଧଘଣ୍ଟା ଏହି ଭିଡିଓରେ ସେ ନିଜର ମନର କଥା କହିଛନ୍ତି । ବର୍ଷାକୁ ସେ ଭଲ ପାଇ ବାହା ହୋଇଥିଲେ । ଆଉ ଏବେ ଭିଡିଓରେ ସେ ଭଲ ପାଇ ଭୁଲ କରିଥିବା କଥା କହିଛନ୍ତି ।

ଅନୁଭବ କହିଛନ୍ତି, ୨୦୦୮ରେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲି, ତାଙ୍କ ବିନା କାହା ବିଷୟରେ ଭାବିନଥିଲି । କିନ୍ତୁ ଏବେ ଭୁଲ ହୋଇଛି । କେବଳ ଏତିକି ନୁହେଁ ଉଭୟଙ୍କ ଘରେ ବାହାଘର ରାଜି ନଥିଲେ । ତଥାପି ବାହାଘର ହୋଇଥିଲା । ମହିଳା ବୋଲି ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ତାଙ୍କ କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ।

ତେବେ ବନ୍ଧୁଗଣ ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ । ସେ କହିଛନ୍ତି ଯେ ୧୪ ବର୍ଷ ହେବ ମୁଁ ଅନେକ ସମସ୍ୟା ଭୋଗୁଛି । ମୁଁ ମୋ ଜୀବନରେ ସମସ୍ତଙ୍କୁ ସମ୍ମାନ ଦିଏ । ଏମିତିକି ନାରୀଙ୍କ ପ୍ରତି ମୋର ସମ୍ନାନ ମଧ୍ୟ ରହିଛି ।

କିନ୍ତୁ ମୁଁ ମୋ ଜୀବନରେ ବହୁତ ବଡ ଭୁଲ ନିଷ୍ପତ୍ତି ନେଇଛି । ଯାହାର ପରିଣାମ ଭୋଗୁଛି । ଭଲପାଇ ସିନା ବିବାହ କଲି, କିନ୍ତୁ ଭଲ ଜୀବନସାଥୀଟିଏ ପାଇଲି ନାହିଁ । ମୋର ଜୀବନସାଥୀ ବାଛିବାରେ ମୋର ଭୁଲ ହୋଇଗଲା । ନାଁ ନନେଇ ପରୋକ୍ଷରେ ପତ୍ନୀ ବର୍ଷା ଓ ତାଙ୍କ ପରିବାରକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । କହିଛନ୍ତି ମୁଁ ସେମାନଙ୍କ ନିର୍ଯାତନାର ଶିକାର ହୋଇଛି । ମୁଁ ବହୁତ ସହିଲି ଆଉ ସହିବି ନାହିଁ । ଏହାର ପରିମାଣ ସେମାନେ ନିଶ୍ଚୟ ଭୋଗିବେ ବୋଲି ସ୍ପଷ୍ଟ ଭାବେ ଭିଡଓରେ କହିଛନ୍ତି ସାଂସଦ ଅନୁଭବ ।

Leave A Reply

Your email address will not be published.