Business Idea: ପଇସାର ସମସ୍ୟା ହେବ ଶେଷ, ଘରେ ବସି ଆରମ୍ଭ କରନ୍ତୁ ଏହି ସହଜ ବିଜନେସ, ଏହିପରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ ପ୍ରୋସେସ

0

Get real time updates directly on you device, subscribe now.

ଖରାଦିନେ ସମସ୍ତେ ଥଣ୍ଡା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ଯାହା ଦ୍ଵାରା ମନ ଏବଂ ସ୍ୱାସ୍ଥ୍ୟ ଠିକ ରୁହେ । ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଲୋକମାନେ ଗରମରୁ ଟିକେ ଆରାମ ପାଆନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଟଙ୍କା ରୋଜଗାର କରିବାର କୌଣସି ମାଧ୍ୟମ ନାହିଁ, ତେବେ ଟେନସନ ନିଅନ୍ତୁ ନାହିଁ । ଚାକିରୀ ବିନା ମଧ୍ୟ ଆପଣ ପଇସା ରୋଜଗାର କରି ନିଜ ପରିବାରର ସ୍ୱପ୍ନକୁ ଚନ୍ଦ୍ରରେ ପହଞ୍ଚାଇପାରିବେ । କେବଳ କିଛି ପଦକ୍ଷେପ ନେବା ଆବଶ୍ୟକ । ଟଙ୍କା ରୋଜଗାର କରିବା ପାଇଁ ଆପଣ ଏକ ଛୋଟ ବିଜନେସ ଆରମ୍ଭ କରିପାରିବେ, ଯେଉଁଥିରୁ ଆପଣ ସହଜରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ଏହି ବିଜନେସ କୌଣସି ନୂଆଁ ନୁହେଁ । ଆପଣ ଫ୍ରୋଜନ ୟୋଗର୍ଟ ପ୍ରଡକ୍ଟର ବିଜନେସ ଆରମ୍ଭ କରି ଆପଣ ବହୁତ୍ ରୋଜଗାର କରିପାରିବେ । ଦହି ଅର୍ଥାତ୍ କର୍ଡ ଭଳି ଦେଖାଯାଉଥିବା ଖାଦ୍ୟ ପଦାର୍ଥ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ଟ ଅଟେ, ଯାହାର ଆପଣ ଅନେକ ଫ୍ଲେଭର ତିଆରି କରିପାରିବେ । ସ୍ୱାସ୍ଥ୍ୟ ପ୍ରତି ଲୋକଙ୍କ ସଚେତନତା କାରଣରୁ ଆଜି ଏହାର ଡିମାଣ୍ଡ ବୃଦ୍ଧି ପାଇବାରେ ଲାଗିଛି ।

ଏହା ବଜାରରେ ଅଲଗା ଅଲଗା ଫ୍ଲେଭରରେ ମିଳିଥାଏ । ଆପଣ ପ୍ରାୟ 100 ଗ୍ରାମ ୟୋଗର୍ଟରେ 6 ଗ୍ରାମ ପ୍ରୋଟିନ୍ ପାଇପାରିବେ । ଏହାର ଅର୍ଥ ହେଉଛି ସ୍ୱାଦ ସହିତ ଏହା ଆପଣଙ୍କ ଶରୀରର ଆବଶ୍ୟକତା ମଧ୍ୟ ପୂରଣ କରିପାରିବ । ଯଦି ଫ୍ରୋଜନ ୟୋଗର୍ଟ ଦୃଷ୍ଟିରୁ ଦେଖିବା, ତେବେ ଏହାର ମୂଳ ପ୍ରଡକ୍ଟ, ୟୋଗର୍ଟ ଅତି କମ୍ ମୂଲ୍ୟରେ ସହଜରେ ମିଳିଥାଏ ।

ଏହିପରି ଆରମ୍ଭ କରନ୍ତୁ ବିଜନେସ :-

ସୂଚନା ପାଇଁ କହିରଖୁଛୁ ଯେ ଫୁଡ ବିଜନେସକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଟ୍ୟାକ୍ସ, ଲୋନ, ଖାଦ୍ୟ ନିରାପତ୍ତା ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ଆଇନଗତ ଏବଂ ଅର୍ଥନୈତିକ ଦିଗକୁ ସଠିକ୍ ଭାବରେ ବୁଝିବାକୁ ପଡିବ, ଯାହା ଦ୍ଵାରା ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

କମ୍ ଟଙ୍କା ଖର୍ଚ୍ଚ କରି ଅଧିକ ଟଙ୍କା ରୋଜଗାର କରନ୍ତୁ :-

ଏହି ବିଜନେସ ଆରମ୍ଭ କରିବା ପାଇଁ ଆପଣଙ୍କୁ ଏକ ଦୋକାନ ଦରକାର ହେବ । ଏହାସହିତ ଏହାର ମୂଳ ପ୍ରଡକ୍ଟ ଅର୍ଥାତ୍ ୟୋଗର୍ଟ ଆବଶ୍ୟକ ହେବ । ୟୋଗର୍ଟ କାଉଣ୍ଟର, ଇଣ୍ଡଷ୍ଟ୍ରିଆଲ୍ ମିକ୍ସର୍, କ୍ୟାସ୍ କାଉଣ୍ଟର, ରେଫ୍ରିଜରେଟର, ଚେୟାର, ଟେବୁଲ୍ କିଣିବାକୁ ପଡିବ । ସେଲ୍ଫ ସର୍ଭିଙ୍ଗ ସର୍ଭିସ ଅଟେ, ତେଣୁ ଆପଣଙ୍କୁ 1-2 ରୁ ଅଧିକ କର୍ମଚାରୀ ରଖିବାକୁ ମଧ୍ୟ ପଡ଼ିବ ।

Leave A Reply

Your email address will not be published.