ଗାର୍ଲଫ୍ରେଣ୍ଡକୁ ମାରି ଶବକୁ ପୋତୁଥିଲା ବ୍ୟକ୍ତି, ହେଲା ଏମିତି କିଛି ନିଜର ମଧ୍ୟ ଚାଲିଗଲା ଜୀବନ

0

Get real time updates directly on you device, subscribe now.

Boyfriend kills Girlfriend: ଆମେରିକାର ଦକ୍ଷିଣ କେଇରୋଲିନାରୁ ଗୋଟିଏ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଥମେ ନିଜ ଗାର୍ଲଫ୍ରେଣ୍ଡର ହତ୍ୟା କରିଦେଲା । ତାପରେ ସେ ଯେତେବେଳେ ତାକୁ ପୋତୁଥିଲା, ଠିକ୍ ସେତିକିବେଳେ ତାକୁ ହାର୍ଟଆଟାକ ଆସିଲା ଏବଂ ତାର ମୃତ୍ୟୁ ହୋଇଗଲା ।

ଗାର୍ଲଫ୍ରେଣ୍ଡର ବେକ କାଟି ହତ୍ୟା :-

‘ ନ୍ୟୁୟର୍କ ପୋଷ୍ଟ’ ରେ ପ୍ରକାଶିତ ଗୋଟିଏ ଖବର ଅନୁଯାୟୀ, ଏହି ମାମଲା ଆମେରିକାର ଅଟେ । ଦକ୍ଷିଣ କେଇରୋଲିନାରେ ରହୁଥିବା 60 ବର୍ଷର ଜୋସେଫ ମ୍ୟାକକିନନ୍ ନିଜର 65 ବର୍ଷୀୟ ଗାର୍ଲଫ୍ରେଣ୍ଡ୍ ପ୍ୟାତ୍ରିସୀୟା ଦେଣ୍ଟଙ୍କର ବେକ କାଟି ହତ୍ୟା କରିଦେଲେ । ବ୍ୟକ୍ତିଜଣକ ଏହି ଘଟଣାକୁ ନିଜ ଗାର୍ଲଫ୍ରେଣ୍ଡଙ୍କ ଘରେ ଘଟାଇଛନ୍ତି ।

ଗାତରେ ମିଳିଲା ଆଉ ଗୋଟିଏ ଲାସ :-

ଏଜଫିଲ୍ଡ କାଉଣ୍ଟି ସେରିଫର ଅଫିସର୍ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ତାଙ୍କୁ ସୂଚନା ଦେଇଥିଲେ ଯେ ଜଣେ ବ୍ୟକ୍ତି ଅଚେତ୍ ଅବସ୍ଥାରେ ପଡ଼ିଛି । ସୂଚନା ମିଳିବା ମାତ୍ରେ ହିଁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲେ, ଯେଉଁଠାରେ ସେମାନଙ୍କୁ ବ୍ୟକ୍ତିଙ୍କ ଲାସ ମିଳିଲା । ଏହାପରେ ସେମାନଙ୍କୁ ଗୋଟିଏ ଗାତରେ ଆଉ ଗୋଟିଏ ଲାସ୍ ମିଳିଲା, ଯାହାର ପରିଚୟ ବ୍ୟକ୍ତିଙ୍କ ଗାର୍ଲଫ୍ରେଣ୍ଡ୍ ପ୍ୟାତ୍ରିସୀୟା ଦେଣ୍ଟ ବୋଲି ଜଣାପଡ଼ିଲା । ସେମାନେ ଦୁହେଁ ଏକାଠି ରହୁଥିଲେ ।

ଲାସ ପୋତିବା ସମୟରେ ଆସିଲା ହାର୍ଟଆଟାକ :-

ଯାଞ୍ଚ ଅଧିକାରୀମାନେ କହିଛନ୍ତି ଯେ ଯେତେବେଳେ ଦୁହିଁଙ୍କ ଶବକୁ ପୋଷ୍ଟମର୍ଟମ କରାଗଲା, ସେତେବେଳେ ଜଣାପଡ଼ିଲା ଯେ ପ୍ୟାତ୍ରିସୀୟା ଦେଣ୍ଟଙ୍କ ମୃତ୍ୟୁ ବେକ କାଟିବା କାରଣରୁ ହୋଇଛି । ସେହିପରି ମ୍ୟାକକିନନଙ୍କ ମୃତ୍ୟୁ ହାର୍ଟଆଟାକ କାରଣରୁ ହୋଇଛି । ବ୍ୟକ୍ତିଙ୍କ ମୃତ୍ୟୁ ସେହି ସମୟରେ ହେଲା, ଯେତେବେଳେ ସେ ନିଜ ଗାର୍ଲଫ୍ରେଣ୍ଡକୁ ପୋତିବା ପାଇଁ ଚେଷ୍ଟା କରୁଥିଲା । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ବ୍ୟକ୍ତିଜଣକ ନିଜ ଗାର୍ଲଫ୍ରେଣ୍ଡକୁ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ଗାତରେ ପୋତିବାକୁ ଯାଉଥିଲା ।

Leave A Reply

Your email address will not be published.