ବୋଧୂ ହେବେ ମଲାଇକା ଆରୋରା,ଅର୍ଜୁନ କପୁର ସହ ଵିବାହ ବନ୍ଧନରେ ବାନ୍ଧି ଜୀବନସାଥି ହେବାକୁ ପ୍ରସ୍ତୁତ ?

0

Get real time updates directly on you device, subscribe now.

ବଲିଉଡର ସବୁଠାରୁ ରୋମାଣ୍ଟିକ ଓ ଲଭେବଲ ଦମ୍ପତି ମଲାଇକା ଆରୋରା ଓ ଅର୍ଜୁନ କପୁର ଶିଘ୍ର ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି|ରିପୋର୍ଟ ଅନୁସାରେ ଅର୍ଜୁନ ଓ ମଲାଇକା ନିଜ ପ୍ରେମ ରିଲେସନକୁ ଏକ ନୂଆ ନାଁ ଦେବାକୁ ପ୍ରସ୍ତୁତ|ହଁ ଆଜ୍ଞା,ଲଭ ସହ ପ୍ରେମ ଖବର ଏଵେ ଚର୍ଚ୍ଚିତ|

ମିଡିଆ ରିପୋର୍ଟ ଅନୁସାରେ ଅର୍ଜୁନ କପୁର ଓ ମଲାଗକା ଅରୋରା ବିବାହ କରି ଜଣେ ଜଣଙ୍କୁ ସହ ସାଥି ହେବାକୁ ଚାହୁଁଛନ୍ତି|ଏଭଳି ଚର୍ଚ୍ଚା ହେଉଛି ଯେ ରୋମାଣ୍ଟିକ କପଲ ଅର୍ଜୁନ ଓ ମଲାଇକା ଏବର୍ଷ ନଭେମ୍ବର ବା ଡିସେମ୍ବର ମାସରେ ଉଇଣ୍ଟର ୱଡିଙ୍ଗ କରିପାରନ୍ତି|

ରିପୋର୍ଟରେ କୁହାଯାଇଛି ଯେ ବଲିଉଡର ନୂଆ ଟ୍ରେଣ୍ଡ ଫଲୋ କରି ଅର୍ଜୁନ ଓ ମଲାଇକା ଇଣ୍ଟିମେଟ ୱଡିଙ୍ଗ କରିବାକୁ ଚାହାଁନ୍ତି|ଦୁହିଁଙ୍କ ବିବାହ ମୁମ୍ବାଇରେ ତାଙ୍କର ସମ୍ପର୍କୀୟ ଓ ପରିବାର ଉପସ୍ଥିତିରେ ହେବ|ନିଜ ବିବାହକୁ ରେଜିଷ୍ଟ୍ରେସନ କରିବା ପରେ ମଲାଇକା ପରିବାର ଓ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଭୋଜିର ଆୟୋଜନ କରି ପାରନ୍ତି|

ରିପୋର୍ଟ ସୂତ୍ରରୁ ଜଣାପଡିଛି ଯେ ନିଜ ବିବାହରେ ମଲାଇକା ଲେହେଙ୍ଗା ନାହିଁ ସିମ୍ପଲ ଓ କ୍ଲାସି ସାଢୀ ପିନ୍ଧିବେ|ଅର୍ଜୁନ ଏଥିରେ କୁର୍ତ୍ତା ପିନ୍ଧିବେ|ବିବାହ ପରେ ପାର୍ଟିରେ ଲଭ ସହିତ ୱଷ୍ଟର୍ଣ ଆଉଟଫିଟରେ ଆଶିର୍ବାଦ ପାଇଁ ପ୍ରସ୍ତୁତ ହେବେ|

ଅର୍ଜୁନ ଓ ମଲାଇକାଙ୍କ ବିବାହ ଫ୍ୟାନ୍ସଙ୍କ ବହୁ ସମୟ ଅପେକ୍ଷା ଥିଲା|ଏଵେ ଦୁହିଁଙ୍କ ଉଇଣ୍ଟର ୱଡିଙ୍ଗ ଖବର ଫ୍ୟାନ୍ସକୁ ବହୁ ଉତ୍କଣ୍ଠିତ କରିଛି|ଏଵେ ଦେଖାଯାଉ ବଲିଉଡର ଏହି ଦମ୍ପତି କେବେ ବିବାହ ରଚାଉଛନ୍ତି|

Leave A Reply

Your email address will not be published.