ଟ୍ରେନରେ ଶୋଇବା ପାଇଁ ବ୍ୟକ୍ତି ଲଗାଇଲେ ଏମିତି ଜୁଗାଡ, ତାକୁ ଦେଖି ବୈଜ୍ଞାନିକଙ୍କର ମଧ୍ୟ ଉଡ଼ିଗଲା ହୋସ

0

Get real time updates directly on you device, subscribe now.

Desi Jugaad: ଭାରତର ଲୋକଙ୍କ ଜୁଗାଡ ବିଷୟରେ ସାରା ଦୁନିଆ ଜାଣିଛି । କୁହାଯାଏ ଯେ ଭାରତୀୟମାନଙ୍କ ଜୁଗାଡର କୌଣସି ଜବାବ ନାହିଁ । ଭାରତର ଲୋକମାନେ ନିଜ ଜୁଗାଡ ଦ୍ଵାରା ଏମିତି କାମ କରନ୍ତି, ଯାହା ଦୁନିଆର ଲୋକମାନେ ନିଜର ଟେକ୍ନୋଲୋଜି ଦ୍ଵାରା ମଧ୍ୟ କରିପାରନ୍ତି ନାହିଁ । ଭାରତୀୟଙ୍କ ଜୁଗାଡ ଟେକନିକ ଦେଖିଲେ NASA ର ବୈଜ୍ଞାନିକ ମଧ୍ୟ ନିଜ ମୁଣ୍ଡରେ ହାତ ଦେଇ ବସନ୍ତି । ସୋସିଆଲ ମିଡ଼ିଆରେ ଆପଣ ଜୁଗାଡର ଅନେକ ଗୁଡ଼ିଏ ଫଟୋ ଏବଂ ଭିଡିଓ ଦେଖିଥିବେ ।

ଶୋଇବା ପାଇଁ ଲଗାଇଲେ ଅଜବ ଜୁଗାଡ :-

ସୋସିଆଲ ମିଡିଆରେ ଭାରତୀୟଙ୍କ ଜୁଗାଡର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥାଏ ଏବଂ ଆସିବା ମାତ୍ରେ ହିଁ ଭାଇରାଲ ମଧ୍ୟ ହୋଇଯାଏ । ଆଜିକାଲି ଏପରି ଗୋଟିଏ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖିବାପରେ ଆପଣ ମଧ୍ୟ ଜୁଗାଡ ଲଗାଇଥିବା ଲୋକଙ୍କର ପ୍ରଶଂସା ନ କରି ରହିପାରିବେ ନାହିଁ । ଆମେ ଆପଣଙ୍କୁ ଯେଉଁ ଫଟୋ ଦେଖାଇବାକୁ ଯାଉଛୁ, ତାହା ଟିକେ ଅଜବ ଅଟେ । ଫଟୋ ଆପଣ ଜଣେ ବ୍ୟକ୍ତିଙ୍କୁ ଟ୍ରେନରେ ବସିବସି ଶୋଇଥିବାର ଦେଖିପାରିବେ ।

ଆପଣ ଦେଖିପାରିବେ ଯେ ବ୍ୟକ୍ତିଜଣକ ଟ୍ରେନରେ ଯାତ୍ରା କରିବା ସମୟରେ ନିଜ ସିଟରେ ବସି ବହୁତ୍ ଆରାମରେ ଶୋଇଛନ୍ତି । ଏହା ମଧ୍ୟ ଦେଖାଯାଇପାରେ ଯେ ବ୍ୟକ୍ତିଜଣକ ନିଜ ମୁଣ୍ଡରେ ଗୋଟିଏ ଗାମୁଛା ବାନ୍ଧି ଦେଇଛନ୍ତି । ଏହି ଗାମୁଛାର ଅନ୍ୟ ପଟକୁ ସେ ଉପର ସିଟରେ ବାନ୍ଧି ଦେଇଛନ୍ତି । ବ୍ୟକ୍ତିଜଣକ ଏହା ଏଥିପାଇଁ କରିଛନ୍ତି, ଯାହାଦ୍ଵାରା ପାଖରେ ବସିଥିବା କୌଣସି ବ୍ୟକ୍ତିଙ୍କର ଯେପରି ଅସୁବିଧା ନ ହେବ । ସୋସିଆଲ ମିଡିଆରେ ଏହି ଫଟୋ ଲୋକଙ୍କୁ ବହୁତ୍ ଅଧିକ ଭଲ ଲାଗୁଛି ।

ଏଠାରେ ଦେଖନ୍ତୁ ସେହି ଫଟୋ :-

ପୋଲିସ ଅଧିକାରୀ ସେୟାର କଲେ ଫଟୋ :-

ଆପଣ ଦେଖିପାରିବେ ଯେ ବ୍ୟକ୍ତିଙ୍କୁ ଶୋଇବାରେ ବିଲକୁଲ ଅସୁବିଧା ହେଉନାହିଁ । ସେ ବହୁତ୍ ଆରାମରେ ଶୋଇ ଶୋଇ ରେଳ ଯାତ୍ରାର ଆନନ୍ଦ ନେଉଛନ୍ତି । ଫଟୋଟିକୁ ପୋଲିସ ଅଧିକାରୀ ନବନିତ ସୀକେରା ଟୁଇଟରରେ ସେୟାର କରିଛନ୍ତି । ଫୋଟୋ ଉପରେ ସୋସିଆଲ ମିଡ଼ିଆ ୟୁଜର ଖୁବ୍ କମେଣ୍ଟ କରୁଛନ୍ତି ଏବଂ ବ୍ୟକ୍ତିଙ୍କର ବୁଦ୍ଧିକୁ ବହୁତ୍ ପ୍ରଶଂସା କରୁଛନ୍ତି । ଏହା ଉପରେ ଜଣେ ୟୁଜର କମେଣ୍ଟ କରିଛନ୍ତି, ” ସତରେ ଏହା ଜବରଦସ୍ତ ଜୁଗାଡ ଅଟେ ।”

Leave A Reply

Your email address will not be published.