ୱାଟର ହିଟର୍ ନେଲା ଜୀବନ, ଅସାବଧାନତା ଯୋଗୁଁ ଯୁବତୀଙ୍କ ଚାଲିଗଲା ଜୀବନ

0

Get real time updates directly on you device, subscribe now.

ନବରଙ୍ଗପୁର,ସାମାନ୍ୟ ୱାଟାର ହିଟର ଉଜାଡ଼ି ଦେଲା ଜୀବନ, ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରେ। ଏକ ୱାଟାର ହିଟର୍ ହସ, ଖୁସୀ ର ଏକ ସୁନା ର ସଂସାର କୁ ଉଜାଡ଼ି ରଖିଦେଲା।ସାମାନ୍ୟ ଟିକେ ଭୁଲ ପାଇଁ ୱାଟର ହିଟର୍ ୨୫ ବର୍ଷୀୟ ଜଣେ ବିବାହିତା ମହିଳା ର ଜୀବନ ନେଇଗଲା ଏବଂ ତାଙ୍କର ହସ ଖୁସିର ପରିବାର ଆଖିରେ ଲୁହ ଦେଇଗଲା।

ଏଭଳି ଏକ ଦୁଃଖଭରା ଘଟଣା ନବରଙ୍ଗପୁର ର ସଂଖାରି ରେ ଦେଖିବାକୁ ମିଳିଛି।ୱାଟର ହିଟର୍ ସଂସ୍ପର ରେ ଆସି ଯେଉଁ ମହିଳା ଜଣକ ପ୍ରାଣ ହରେଇଛନ୍ତି ତାଙ୍କ ନାମ ହେଉଛି ପ୍ରତିମା ବେହେରା। ପ୍ରତିମା ୩ ବର୍ଷ ତଳେ ବିବାହ କରିଥିଲେ,ସବୁଦିନ ପରି ସେ ଆଜି ମଧ୍ୟ ସକାଳୁ ଉଠିକି ଘର କାମ ସବୁ ସାରିଥିଲେ। କିନ୍ତୁ ସେ କଣ ଜାଣିଥିଲେ କି ଆଜି ଏଇ କାମ ତାଙ୍କ ଜୀବନର ଶେଷ କାମ ବୋଲି ଘର ପାଇଁ। ଏପଟେ ତାଙ୍କ ସ୍ବାମୀ ହରିଦ୍ଵାର ଯାଇଛନ୍ତି ତୀର୍ଥ ପାଇଁ,ଘରେ ଖାଲି ତାଙ୍କ ଶାଶୁ,ନଣନ୍ଦ ଆଉ ୨ ବର୍ଷ ର ଜଣେ କୁନି ପୁଅ।

ଗାଧେଇବା ପାଇଁ ପାଣି ଗରମ କରିବା ପାଇଁ ୱାଟର ହିଟର ଲଗେଇଥିଲେ। କୌଣସି ଗୋଟେ ଭୁଲ ପାଇଁ ପ୍ରତିମା ୱାଟର ହିଟର ପାଖରେ ଅଚେତ ହେଇକି ପଡିଛନ୍ତି। ଘର ଲୋକ ଏମିତି ଅବସ୍ଥାରେ ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନା କୁ ନେଇଥିଲେ ମାତ୍ର ଡାକ୍ତର ସେଠି ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଏହି କଥା ତାଙ୍କ ସ୍ବାମୀ ଶୁଣି ତୀର୍ଥ ଯାଉଥିବା ଅଧା ରାସ୍ତାରେ ଫେରୁଛନ୍ତି।

ଏପଟେ ତାଙ୍କର କୁନି ପୁଅ ର ମା ଡାକ ଶୁଣି ସବୁ ଗାଆଁ ଲୋକଙ୍କ ଆଖିରେ ଲୁହ ଭରିଦେଇଛି। ସେଠାକାର ପରିବେଶରେ ଶୋକକୁଳ ପରିବେଶ ସୃଷ୍ଟି ହେଇଛି।ସାମାନ୍ୟ ଟିକେ ଅସାବଧାନତା ଯୋଗୁଁ ପ୍ରତିମା ସବୁ ଦିନ ପାଇଁ ତାଙ୍କ ପରିବାର ଠୁ ଦୂରକୁ ଚାଲିଗଲେ। ସେଠାରେ ତାଙ୍କ ଗାଆଁ ଓ ପରିବାର ର ଆଖିରେ ଲୁହ ଦେଇଗଲେ ପ୍ରତିମା।

Leave A Reply

Your email address will not be published.