ଭାରତର ଏହି ରେଲୱେ ଟ୍ରାକ ଉପରେ ଆଜି ମଧ୍ୟ ରହିଛି ଇଂରେଜମାନଙ୍କ ହୁକୁମ, ସରକାରଙ୍କୁ ପ୍ରତିବର୍ଷ ଦେବାକୁ ପଡ଼ିଥାଏ ଟ୍ୟାକ୍ସ

0

Get real time updates directly on you device, subscribe now.

ଏହି ରେଲୱେ ଟ୍ରାକ୍ ମହାରାଷ୍ଟ୍ରର ଅମରାବତୀରେ ରହିଛି । ଏହି ମାର୍ଗରେ ଚାଲୁଥିବା ଶକୁନ୍ତଳା ଏକ୍ସପ୍ରେସ କାରଣରୁ ଏହାକୁ ‘ଶକୁନ୍ତଳା ରେଳ ମାର୍ଗ’ ମଧ୍ୟ କୁହାଯାଏ । 1903 ମସିହାରେ ବ୍ରିଟିଶ୍ କମ୍ପାନୀ କ୍ଲିକ ନିକ୍ସନ ତରଫରୁ ଏହି ଟ୍ରାକ ତିଆରି କରିବାର କାର୍ଯ୍ୟ ଆରମ୍ଭ ହୋଇଥିଲା | ରେଳ ଟ୍ରାକ ବିଛାଇବାର କାମ 1916 ରେ ଯାଇ ପୁରା ହୋଇଥିଲା । ଏହି କମ୍ପାନୀ ଆଜି ସେଣ୍ଟ୍ରାଲ ପ୍ରୋଭିନ୍ସ ରେଲୱେ କମ୍ପାନୀ ନାମରେ ଜଣାଶୁଣା ଅଟେ ।

ଅମରାବତୀ ଅଞ୍ଚଳ ଏହାର କପା ପାଇଁ ସାରା ଦେଶରେ ପ୍ରସିଦ୍ଧ ଥିଲା । ବ୍ରିଟିଶମାନେ ମୁମ୍ବାଇ ବନ୍ଦରକୁ କପା ପରିବହନ କରିବା ପାଇଁ ଏହା ନିର୍ମାଣ କରିଥିଲେ । ସେହି ସମୟରେ କେବଳ ପ୍ରାଇଭେଟ୍ ଫର୍ମ ହିଁ ରେଳ ନେଟୱାର୍କ ବିସ୍ତାର କରିବା ପାଇଁ କାର୍ଯ୍ୟ କରୁଥିଲେ ।

ଆଜି ମଧ୍ୟ ଏହି ଟ୍ରାକ ଉପରେ ବ୍ରିଟେନ କମ୍ପାନୀର କବଜା ରହିଛି । ଏହାର ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଏହା ଉପରେ ଅଛି । ପ୍ରତିବର୍ଷ ଟଙ୍କା ଦେବା ସତ୍ତ୍ବେ ମଧ୍ୟ ଏହି ଟ୍ରାକ୍ ବହୁତ ଜଟିଳ ଅଟେ । ରେଳ ସୂତ୍ରରୁ ପ୍ରକାଶ ଯେ ଗତ 60 ବର୍ଷ ଧରି ଏହାର ମରାମତି ମଧ୍ୟ ହୋଇନାହିଁ । ଏହା ଉପରେ ଚାଲୁଥିବା ଜେଡିଏମ ସିରିଜ୍ ଡିଜେଲ ଲୋକୋ ଇଞ୍ଜିନର ସର୍ବାଧିକ ଗତି ଘଣ୍ଟା ପ୍ରତି 20 କିଲୋମିଟରରେ ରଖାଯାଇଥାଏ ।

ଏହି ରେଳ ମାର୍ଗରେ ଲାଗିଥିବା ସିଗନାଲ ଆଜି ମଧ୍ୟ ବ୍ରିଟିଶ ଯୁଗରୁ ରହିଆସିଛି । ଏଠାରେ ଚାଲୁଥିବା ଶକୁନ୍ତଳା ଏକ୍ସପ୍ରେସ ଟ୍ରେନରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ ଟ୍ରାଭେଲ କରନ୍ତି ।

Leave A Reply

Your email address will not be published.