Jio ର ଦମଦାର ଅଫର, ଗୋଟିଏ ପ୍ଲାନରେ ଚାରିଜଣଙ୍କୁ ମିଳିବ ଡାଟା, କଲ୍ ଏବଂ ବହୁତ୍ କିଛି, ଜାଣନ୍ତୁ ଏ ବିଷୟରେ ସଂପୂର୍ଣ୍ଣ ତଥ୍ୟ

0

Get real time updates directly on you device, subscribe now.

Jio ପ୍ରିପେଡ଼ ରିଚାର୍ଜ ପ୍ଲାନ୍ ସହିତ ପୋଷ୍ଟପେଡ ପ୍ଲାନ୍ ମଧ୍ୟ ଅଫର୍ କରିଥାଏ । କମ୍ପାନୀର ପୋର୍ଟଫୋଲିୟାରେ ଅନେକ ପ୍ରକାରର ପ୍ଲାନ୍ ଆସିଥାଏ । ଏମିତି ଗୋଟିଏ ଅଫର୍ ଫ୍ୟାମିଲି ପ୍ଲାନ୍ ଅଟେ, ଯାହା ଜିଓ ପୋଷ୍ଟପେଡ ୟୁଜରମାନଙ୍କୁ ମିଳିଥାଏ । ଏହି ପ୍ଲାନରେ ୟୁଜରମାନଙ୍କୁ ଅନେକ ପ୍ରକାରର ଲାଭ ମିଳିଥାଏ ।

କଲ ଏବଂ ଡାଟା ସହିତ ୟୁଜରମାନଙ୍କୁ SMS ବେନେଫିଟ ମଧ୍ୟ ମିଳିଥାଏ । କିନ୍ତୁ ଏହାର ବିଶେଷତା ହେଉଛି ଫ୍ୟାମିଲି ପ୍ଲାନ । ଆସନ୍ତୁ ଜାଣିବା ଏହି ପ୍ଲାନରେ ଆପଣଙ୍କୁ କଣ୍ କଣ୍ ଫାଇଦା ମିଳିଥାଏ ।

ଏହି ପ୍ଲାନରେ ୟୁଜର ତିନୋଟି ଆଡିସନଲ ସିମ କାର୍ଡ ମଧ୍ୟ ଯୋଡି ପାରିବେ । Jio Rs 999 Postpaid Plan ରେ ୟୁଜରମାନଙ୍କୁ ଅନଲିମିଟେଡ କଲିଙ୍ଗ ବେନେଫିଟ ମିଳିଥାଏ । ଏହି ପ୍ଲାନରେ ପ୍ରତିଦିନ 100 SMS ଏବଂ 200 GB ଡାଟା ସହିତ ଆସିଥାଏ । ଡାଟା ଲିମୀଟ ଶେଷ ହେବାପରେ ୟୁଜରମାନଙ୍କୁ ଏକ ଜିବି ପିଛା 10 ଟଙ୍କା ମୂଲ୍ୟରେ ଡାଟା ମିଳିବ । ଏହାର ବୈଧତା ୱିଲିଙ୍ଗ ସାଇକିଲ ପର୍ଯ୍ୟନ୍ତ ଥାଏ ।

ଜିଓ ଏହି ପ୍ଲାନରେ Netflix, Amazon Prime ଏବଂ Disney+ Hotstar ର ସବସକ୍ରିପସନ୍ ମଧ୍ୟ ଅଫର କରୁଛି । ୟୁଜରମାନଙ୍କୁ ଏକ ବର୍ଷ ପାଇଁ Amazon Prime Video ର ସବସକ୍ରିପସନ୍ ମିଳିବ । ଏହାସହିତ ୟୁଜରମାନଙ୍କୁ ଜିଓ ଟିଭି, ଜିଓ ସିକ୍ୟୋରିଟି ଏବଂ ଜିଓ କ୍ଲାଉଡର ମଧ୍ୟ ସୁବିଧା ଦିଆଯାଏ । ଏହି ପ୍ଲାନ୍ 500GB ପର୍ଯ୍ୟନ୍ତ ଡାଟା ରୋଲଓଭର ସହିତ ଆସିଥାଏ ।

ଏହି ପ୍ଲାନରେ ୟୁଜର୍ସ ଦୁଇଟି ଅତିରିକ୍ତ ସିମ କାର୍ଡକୁ ଯୋଡି ପାରିବେ । ଅର୍ଥାତ୍ ଏହା ମଧ୍ୟ ଗୋଟିଏ ଫ୍ୟାମିଲି ପୋଷ୍ଟପେଡ ପ୍ଲାନ୍ ଅଟେ । ଏହି ପ୍ଲାନର ମୂଲ୍ୟ 799 ଟଙ୍କା ଅଟେ ଏବଂ ଏହାର ବୈଧତା ୱିଲିଙ୍ଗ ସାଇକିଲ ପର୍ଯ୍ୟନ୍ତ ହେବ । ଏହି ପ୍ଲାନରେ ୟୁଜର୍ସଙ୍କୁ 150GB ଡାଟା ଏବଂ 200GB ପର୍ଯ୍ୟନ୍ତ ଡାଟା ରୋଲଓଭର ମିଳିଥାଏ ।

ୟୁଜର୍ସଙ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ପ୍ରତିଦିନ 100 SMS ବେନେଫିଟ ମିଳିବ । ଏହି ପ୍ଲାନରେ ମଧ୍ୟ ୟୁଜର୍ସଙ୍କୁ Netflix, Amazon Prime ଏବଂ Disney+ Hotstar ର ସବସକ୍ରିପସନ୍ ମିଳିଥାଏ । ଏହାସହିତ ୟୁଜର୍ସ ଜିଓ ଟିଭି, ଜିଓ ସିକ୍ୟୋରିଟି ଏବଂ ଜିଓ କ୍ଲାଉଡର ମଧ୍ୟ ବ୍ୟବହାର କରିପାରିବେ ।

Leave A Reply

Your email address will not be published.