କୌଣସି ବିଲେଇକୁ କେବେ କୁକୁଡ଼ା ଉପରେ ବସି ବୁଲୁଥିବାର ଦେଖିଛନ୍ତି କି ? ମଜାରେ ପିଠି ଉପରେ ଲଦି ସାଙ୍ଗକୁ ବୁଲାଉଥିବାର ଦେଖାଗଲା କୁକୁଡ଼ା

0

Get real time updates directly on you device, subscribe now.

କେବେ କାହା ସହିତ ଗଭୀର ବନ୍ଧୁତା ହୋଇଯାଏ, ତାହା କହିହେବ ନାହିଁ । ଅନେକଥର ଯୁଗ ଯୁଗର ପୁରୁଣା ଜଣାଶୁଣା ଶତ୍ରୁ ମଧ୍ୟ ଏମିତି ଆସି ଆଲିଙ୍ଗନ କରି ମିଶିବାକୁ ଲାଗେ, ଯେମିତି ସେ ଜନ୍ମ ଜନ୍ମର ସାଥି ଅଟେ । ବେଳେବେଳେ ପରସ୍ପରର ଏମିତି ଯତ୍ନ ନିଅନ୍ତି, ଯେପରି ତା ବିନା ଗୋଟେ ମୁହୂର୍ତ୍ତ ମଧ୍ୟ ବିତାଇ ପାରିବେ ନାହିଁ । ଏପରି ଦୁଇଟି ଜୀବଙ୍କର ଯୁଗଳ ମୂର୍ତ୍ତି ଦେଖିବାପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯାହାର ଏତେ ନିକଟ ହେବା ପରେ ମଧ୍ୟ ପରିବେଶରେ ଶାନ୍ତି ରହିବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନଥିଲା ।

ବୋଧହୁଏ କେହି କେବେ କଳ୍ପନା ମଧ୍ୟ କରିନଥିବେ ଯେ ଗୋଟିଏ ବିଲେଇ ଏବଂ କୁକୁଡ଼ା ଏତେ ଖାସ ବନ୍ଧୁ ହୋଇଯିବେ ଯେ ପରସ୍ପର ସହିତ ଖେଳିବେ । କିନ୍ତୁ ଆଜିକାଲି ଟୁଇଟର @twitkocheng ଆକାଉଣ୍ଟରେ କୁକୁଡ଼ା ଏବଂ ବିଲେଇର ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯାହା ପୂର୍ବରୁ କେହି କେବେ ଭାବି ମଧ୍ୟ ନଥିବେ । ଭିଡ଼ିଓରେ କୁକୁଡ଼ା ନିଜ ପିଠିରେ ବିଲେଇକୁ ଲଦି ବୁଲାଉଥିବାର ଦେଖାଯାଉଛି । ୟୁଜର ମାନଙ୍କୁ ଏହି ପୋଷ୍ଟ ଖୁବ୍ ମଜାଳିଆ ଲାଗୁଛି ।

କୁକୁଡ଼ା ପିଠିରେ ବିଲେଇ ଯାତ୍ରା :-

କୁକୁଡ଼ା ପିଠିରେ ବିଲେଇର ଯାତ୍ରା, ଏହା ଭାବିଲେ ଯେତିକି ଅଜବ ଲାଗୁଛି, ତାଠାରୁ ବହୁତ୍ ଅଧିକ ଆଶ୍ଚର୍ଯ୍ୟଜନକ ଏହି ଭିଡିଓ । ଯେଉଁଠାରେ ଗୋଟିଏ ଛୋଟ ବିଲେଇ ମୋଟା ଏବଂ ସୁସ୍ଥ ସବଳ କୁକୁଡା ପାଖରେ ଏମିତି ହାତ ହଲାଉଥିଲା, ଯେପରି କୁକୁଡ଼ାକୁ ଅନୁରୋଧ କରୁଛି ଯେ ” ପ୍ଲିଜ- ପ୍ଲିଜ- ପ୍ଲିଜ ମତେ ପିଠିରେ ବସାଇ ବୁଲାଇ ଦିଅ ନା ପ୍ଲିଜ୍” ।

ଦେଖନ୍ତୁ ଭିଡିଓ :-

ତାପରେ କୁକୁଡ଼ା ବିଲେଇକୁ ଏତେ ଅନୁରୋଧ କରୁଥିବାର ଦେଖିଲା ସେତେବେଳେ ଭାବିଲା, “ଆଜି ପର୍ଯ୍ୟନ୍ତ ମୁଁ କେବେ କାହାକୁ ନିଜ ପିଠିରେ ବୁଲାଇ ନାହିଁ, କିନ୍ତୁ ଚାଲ ତତେ ବୁଲେଇ ଦେବି ।” ତାପରେ ବିଲେଇ କୁକୁଡ଼ାର ପିଠିରେ ଚଢ଼ି ଏମିତି ବସିପଡ଼ିଲା, ଯେପରି ଛୋଟ ପିଲାଟି ବାପାଙ୍କ ପିଠିରେ ଚଢ଼ି ବୁଲିବାକୁ ବାହାରିଛି । ତାପରେ ଦୁହେଁ ପରସ୍ପରକୁ ଏଞ୍ଜୟ କରୁଥିବାର ଦେଖାଗଲେ ।

Leave A Reply

Your email address will not be published.