ଥାଇରଏଡ଼ ହେଲେ ଶରୀର ଉପରେ ପଡ଼ିଥାଏ ଏହି ପ୍ରଭାବ, ବିଲକୁଲ ବି ଏହାକୁ ନଜର ଅନ୍ଦାଜ କରନ୍ତୁନାହିଁ

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଲଗାତାର ଭାବରେ ଲୋକଙ୍କ ଲାଇଫ ଷ୍ଟାଇଲ ବଦଳିବାରେ ଲାଗିଛି। ବାହାର ଖାଦ୍ୟ ଖାଇବାକୁ ମଧ୍ୟ ଲୋକଙ୍କୁ ବାଧ୍ୟ ହେବାକୁ ପଡ଼ୁଛି ଯେଉଁଥିରେ ସେମାନେ ନାନାଦିପ୍ରକାର ରୋଗରେ ପୀଡିତ ହେଉଛନ୍ତି। ଆଜିକାଲି ଡାଇବେଟିସ, ବ୍ଲଡ଼ ସୁଗାର, ହାର୍ଟ ଆଟାକରେ ବହୁତ ଲୋକ ପୀଡିତ ହେଉଛନ୍ତି। ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ବ୍ୟାୟାମ ଯାଏଁ ସବୁ ଜିନିଷ ଉପରେ ସଠିକ ଭାବରେ ଧ୍ୟାନ ଦେବାକୁ ହେବ ନଚେତ ଆଗକୁ ଯାଇ ଏହି ରୋଗ ବହୁତ ବଡ଼ ସମସ୍ୟା ଉପୁଜାଇପାରେ। ଆଜି ଆମେ ଆପଣଙ୍କୁ ଥାଇରଏଡ଼ ରୋଗ ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଏହା ହେଲେ ଶରୀରରେ କଣ କଣ ପ୍ରଭାବ ପଡ଼େ ତାହା ଆମେ ଆପଣଙ୍କୁ କହିବୁ।

ଥାଇରଏଡ଼ ହେଲେ ବଢ଼ିଥାଏ ଗ୍ଲାଣ୍ଡ:-

ଆପଣଙ୍କୁ ଜଣାଇଦେଉଛୁ ଥାଇରଏଡ଼ ଏକ ଗ୍ଲାଣ୍ଡ ଅଟେ ଯାହାକି ଗଳା ରେ ରହିଥାଏ। ଏହି ଗ୍ଲାଣ୍ଡ ଦ୍ୱାରା ଶରୀରର ମେଟାବୋଲିଜିମ କଣ୍ଟ୍ରୋଲ ହୋଇଥାଏ। ଆମେ ଯେଉଁ ଖାଦ୍ୟ ଖାଉ ତାହାକୁ ଏନର୍ଜିରେ ବଦଳାଇବା ଏହାରି କାମ ହୋଇଥାଏ। ଯଦି ଏହି ଗ୍ଲାଣ୍ଡ ଅଧିକ ବଢ଼ିଯାଏ ତାହେଲେ ଆପଣଙ୍କ ପାଇଁ ସମସ୍ୟା ଉତ୍ପାଦନ କରିପାରେ। ଏଥିରେ ଆପଣଙ୍କ ଶରୀର ଉପରେ ଭଲ ପ୍ରଭାବ ପଡେନାହିଁ। ଏହାର ଲକ୍ଷଣ ଏକାସହ ନଦେଖାଯିବା କାରଣରୁ ଏହାକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଇଥାଏ।

ବାଉଳି ହେବା ଏହାର ଏକ ଲକ୍ଷଣ ଅଟେ:-

ଯଦି ଆପଣଙ୍କ ବାଉଳି ହେଉଛନ୍ତି ଓ ଡ଼ର ଲାଗୁଛି ତାହେଲେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ କାରଣ ଥାଇରଏଡ଼ ଏହାର ମୁଖ୍ୟ କାରଣ ହୋଇପାରେ। ଏଥିରେ ଆପଣଙ୍କୁ ବହୁଳ ମାତ୍ରାରେ ଝାଳ ବୋହିପାରେ। ଏହି ସମସ୍ୟା ଶେଷ ହେବାର ନାଁ ନେଉନାହିଁ ଯଦି ଡ଼କ୍ଟରଙ୍କ ପରାମର୍ଶ ନିଅନ୍ତୁ।

ଅଧିକ ଭୋକ ଲାଗିବା:-

କବଜ ହେବା ଥାଇରଏଡ଼ର ଏକ ଲକ୍ଷଣ ଅଟେ। ଏମିତିରେ କାହାକୁ ବହୁତ ଭୋକ ଲାଗେ। ସେହିପରି କିଛି ଲୋକଙ୍କ ଓଜନ ବଢିବାକୁ ଲାଗିଯାଏ। ଏହି ଲକ୍ଷଣ ଆସିବାପରେ ଆପଣଙ୍କୁ ଥରୁଟିଏ ଡ଼କ୍ଟରଙ୍କୁ ଦେଖାଇବା ଉଚିତ, ଯାହାଦ୍ୱାରା ଆଗକୁ ଯେମିତି ଆପଣଙ୍କୁ କୌଣସି ସମସ୍ୟା ନହୁଏ।

ଏହାମଧ୍ୟ ଅଟେ ଥାଇରଏଡ଼ର ଲକ୍ଷଣ:-

– ଶକ୍ତି କମିବା କାରଣରୁ ବ୍ୟକ୍ତିର ଶରୀରରେ ଦରଜ ଓ ଦୁର୍ବଳତା ଅନୁଭବ ହୋଇଥାଏ। ଏହାସହ ଗଳା ପାଖରେ ଥିବା ଚର୍ମ କଳା ପଡ଼ିଯାଇଥାଏ।

– ଥାଇରଏଡ଼ ହେବାଦ୍ୱାରା ଗଳା ରେ ଗଣ୍ଠି ବନିଯାଇଥାଏ, ଯେଉଁଥିରେ ଗଳା ବଡ଼ ଦେଖାଯିବାକୁ ଲାଗେ, ଏହାସହ କହିବାରେ ସମସ୍ୟା ଦେଖାଯିବା ସହିତ ଗଳାରେ ଯନ୍ତ୍ରଣା ବଢ଼ିଯାଇଥାଏ।

– ଥାଇରଏଡ଼ ଗ୍ରାସିତ ବ୍ୟକ୍ତିଙ୍କୁ ନିଦ ଆସିବାରେ ମଧ୍ୟ ବହୁତ ସମସ୍ୟା ହୋଇଥାଏ।

Leave A Reply

Your email address will not be published.