ସାମ୍ନାକୁ ଆସିଲା ଦୁର୍ଘଟଣାର ସିସିଟିଭି ଫୁଟେଜ, ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

0

Get real time updates directly on you device, subscribe now.

ତାମିଲନାଡ଼ୁର ସଲେମ ଜିଲ୍ଲାରେ ଦୁଇଟି ଘରୋଇ ବସ ମୁହାଁମୁହିଁ ହେବାପରେ 30 ଜଣ ଲୋକ ଘାୟଲ ହୋଇଯାଇଛନ୍ତି। ରିପୋର୍ଟସ ମୁତାବିକ ଏହି ଘଟଣା ମଙ୍ଗଳବାର ଦିନ ସନ୍ଧ୍ୟାରେ ଘଟିଥିଲା। ଯେତେବେଳେ ଏଡାପାଡ଼ିରୁ 30 ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ଆଉ ଏକ ଘରୋଇ ବସ ଯେଉଁଥିରେ 55 ଜଣ ଛାତ୍ର ବସିଥିଲେ, ଏହି ଦୁଇଟି ବସ ପରସ୍ପର ସହିତ ଧକା ହେଲେ ଯେତେବେଳେ ଏହି ଦୁଇଟି ବସ ଏଡାପାଡ଼ି-ଶଙ୍କରୀ ହାଇୱେ ଉପରେ କୋଝିନପଇ ବସ ଷ୍ଟପ ପାଖରେ ପହଞ୍ଚିଲା ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାର ସିସିଟିଭି ଫୁଟେଜ ହେଲା ଭାଇରାଲ:-

ସମାଚାର ଏଜେନ୍ସି ଏଏନଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ସିସିଟିଭି ଫୁଟେଜରୁ ଜଣାପଡ଼ିଲା ଯେ, ଦୁର୍ଘଟଣାର ଏକ ସେକେଣ୍ଡ ଭିତରେ ବସ ଡ୍ରାଇଭର ନିଜ ସିଟ ରୁ ଉଡ଼ିଯାଇ ଆଉ ଏକ ସିଟ ରେ ଧକା ଖାଇଲେ ଓ ଏଥିରେ ବସ ର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଥିଲା।

ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ଭିଡ଼ିଓ:-

ତାମିଲନାଡ଼ୁର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଆପଣ ଆରମ୍ଭରୁ ଦେଖିପାରିବେ ଡ୍ରାଇଭର ବହୁତ ଆରାମରେ ଗାଡ଼ି ଚାଳନା କରୁଥିଲା ଓ ତାଙ୍କୁ ଜଣାପଡ଼ିଲା ନାହିଁ ଯେ, ସାମ୍ନାରୁ ଗାଡ଼ି ଚାଲିଆସିଲାଣି। ଭୟଙ୍କର ଧକା ହେବାପରେ ଡ୍ରାଇଭରର ଅବସ୍ଥା ଶୋଚନୀୟ ହୋଇପଡିଲା। ଡ୍ରାଇଭର ହୋସରେ ଥିଲେ କିନ୍ତୁ ତାଙ୍କ ପଛପଟେ ବସିଥିବା ମହିଳା ଗଳି ପଡ଼ିଥିଲେ। କିଛି ସେକେଣ୍ଡର ଏହି ଭୟାନକ ଭିଡ଼ିଓ ଦେଖି ଆପଣ ହଇରାଣ ହୋଇଯିବେ।

Leave A Reply

Your email address will not be published.