ଗାର୍ଲଫ୍ରେଣ୍ଡ କୁ ହତ୍ୟା କରି ପୋତୁଥିଲା ଓ ସେସମୟର ନିଜର ହାର୍ଟଆଟାକ ହୋଇଗଲା

0

Get real time updates directly on you device, subscribe now.

ଜଣେ ବ୍ୟକ୍ତି ପ୍ରଥମେ ନିଜ ଗାର୍ଲଫ୍ରେଣ୍ଡଙ୍କ ଗଳା ଚିପି ହତ୍ୟା କଲା ଓ ଏହାପରେ ନିଜେ ବି ହାର୍ଟ ଆଟାକରେ ମୃତ୍ୟୁବରଣ କଲା। ତାଙ୍କୁ ହାର୍ଟ ଆଟାକ ସେତେବେଳେ ଆସିଥିଲା ଯେତେବେଳେ ସେ ନିଜର ଗାର୍ଲଫ୍ରେଣ୍ଡକୁ ଘର ସାମ୍ନାରେ ପୋତୁଥିଲା।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ମୁତାବିକ, ଏହି ମାମଲା ଆମେରିକାର ଅଟେ। 60 ବର୍ଷର ଜୋସେଫ ମାକକିନନ 65 ବର୍ଷର ପାଟ୍ରିସିଆ ଡେଣ୍ଟଙ୍କ ହତ୍ୟା କଲେ। ଜୋସେଫ ମ୍ୟାକକିନନ ଦକ୍ଷିଣ କ୍ୟାରୋଲିନାରେ ରୁହନ୍ତି। ସେ ନିଜର ଗାର୍ଲଫ୍ରେଣ୍ଡଙ୍କ ହତ୍ୟା ଟ୍ରେଣ୍ଟନର ଏକ ଘରେ କରିଥିଲେ। ଏହି ସୂଚନା ଏଜଫିଲଡ଼ କାଉଣ୍ଟିଂ ଶେରିଫର ଅଫିସରୁ ଆସିଥିଲା।

ଅଫିସ ସହିତ ଜଡିତ ଅଧିକାରୀ ମାନେ କହିଥିଲେ କି, ଲୋକମାନେ ତାଙ୍କୁ ସୂଚନା ଦେଇଥିଲେ ଯେ, ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ନିଜ ଘର ବାହାରେ ପଡ଼ିଛନ୍ତି। ଏହାପରେ ଯାଞ୍ଚ ଏଜେନ୍ସି ପହଞ୍ଚିବା ପରେ ତାଙ୍କୁ ମ୍ୟାକକିନନଙ୍କ ଶବ ମିଳିଥିଲା। ଏହାପରେ ତାଙ୍କୁ ଆଉ ଏକ ଶବ ଖୋଳା ଯାଇଥିବା ଗାତ ଭିତରୁ ମିଳିଲା, ଯାହାର ପରିଚୟ ପାଟ୍ରିସିଆ ଡେଣ୍ଟ ନାମରେ ହୋଇଥିଲା। ଯିଏକି ମ୍ୟାକକିନନ ସହିତ ରହୁଥିଲା।

ପୋଷ୍ଟ ମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା କେମିତି ମୃତ୍ୟୁ ହୋଇଥିଲା:-

ଏହି ମାମଲାରେ ଯାଞ୍ଚ ଅଧିକାରୀ ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ କଲେ ଓ ସାମ୍ନାକୁ ଆସିଲା ଯେ, ପାଟ୍ରିସିଆଙ୍କ ମୃତ୍ୟୁ ଗଳା ଚିପିବା କାରଣରୁ ହୋଇଥିଲା।

ସେହିପରି ମ୍ୟାକକିନନଙ୍କ ମୃତ୍ୟୁ ହାର୍ଟଆଟାକ କାରଣରୁ ହୋଇଥିଲା। ଯିଏକି ମୃତ ଦେହକୁ ପୋତିବାକୁ ଚେଷ୍ଟା କରୁଥିଲା ଓ ଏହି ସମୟରେ ତାଙ୍କୁ ହାର୍ଟଆଟାକ ଆସିଥିଲା।

Leave A Reply

Your email address will not be published.