ବର ପୂର୍ବରୁ ବିବାହ ମଣ୍ଡପରେ ପହଞ୍ଚିଗଲା ଗାର୍ଲଫ୍ରେଣ୍ଡ, କନ୍ୟାକୁ କହିଲା ଏମିତି ସତ ଯେ ଭାଙ୍ଗିଗଲା ବିବାହ

0

Get real time updates directly on you device, subscribe now.

ଆଜିକାଲି ବିବାହ ସିଜିନ ଚାଲିଛି ଏବଂ ବିବାହକୁ ନେଇ ଅନେକ ପ୍ରକାରର ଖବର ମଧ୍ୟ ଶୁଣିବାକୁ ମିଳୁଛି । ବର୍ତ୍ତମାନ ଗୋଟିଏ ଖବରରେ ପ୍ରେମରେ ଧୋକା ମାମଲା ମଧ୍ୟ ଦେଖିବାକୁ ମିଳିଛି । ଛତିଶଗଡର କୋରବାରେ ଜଣେ ଯୁବକଙ୍କୁ ନିଜ ପ୍ରେମିକାକୁ ଧୋକା ଦେବା ଏତେ ଭାରି ପଡ଼ିଗଲା ଯେ ସେ ଏହି କଥାକୁ ସାରା ଜୀବନ ପାଇଁ ମନେ ରଖିବ । ସେ ନିଜ ଗାର୍ଲଫ୍ରେଣ୍ଡକୁ ଧୋକା ଦେଉଥିଲା ।

ମେ 10 ତାରିଖରେ ତିଲଦା ନେବରାର ଜଲସୋ ଗାଁରେ ରହୁଥିବା ଚିରଞ୍ଜିବୀ ବର୍ମାଙ୍କ ବିବାହ ହେବାର ଥିଲା । ତାଙ୍କ ବୟସ 26 ବର୍ଷ ଅଟେ ଏବଂ ତାଙ୍କ ଘର ଲୋକମାନେ ତାଙ୍କର ବିବାହ ସ୍ଥିର କରିଦେଇଥିଲେ । ଝିଅଘର ଲୋକମାନେ ମଧ୍ୟ ସ୍ଥିର ହୋଇଥିବା ତିଥିରେ ସବୁ ପ୍ରସ୍ତୁତି କରିଥିଲେ । ବରଯାତ୍ରୀ ଯିବାପାଇଁ ପ୍ରସ୍ତୁତି ହେଉଥିଲା । ବିବାହ ମଣ୍ଡପ ମଧ୍ୟ ଝିଅଘର ଲୋକେ ସଜେଇ ରଖିଥିଲେ ।

ଗାର୍ଲଫ୍ରେଣ୍ଡ୍ ପାଇଗଲା ଖବର :-

ଚିରଞ୍ଜିବୀ ନିଜ ଘର ଲୋକଙ୍କ ଠାରୁ ଗୋଟିଏ କଥା ଲୁଚାଇ ଥିଲେ । ତାଙ୍କର ରାମପୁର ଚୌକି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହିତ ଅଫେୟର ଚାଲିଥିଲା । ଦୁହେଁ ପ୍ରାୟ ଦୁଇ ବର୍ଷ ଧରି ପରସ୍ପରକୁ ଜାଣିଥିଲେ । ସେହି ସମୟରେ ଯୁବକ ପ୍ରେମିକାକୁ ବିବାହ କରିବାକୁ ମଧ୍ୟ କଥା ଦେଇଥିଲେ । ଏହାସହିତ ସାଥିରେ ରହି ବଡ ବଡ ସ୍ଵପ୍ନ ମଧ୍ୟ ଦେଖାଇଥିଲେ ।

କିନ୍ତୁ ମେ 10 ତାରିଖରେ ଯେତେବେଳେ ତାଙ୍କର ବରଯାତ୍ରୀ ବାହାରିବାର ଥିଲା, ସେତେବେଳେ କେହି ଜଣେ ତାଙ୍କ ପ୍ରେମିକାକୁ ଏହି ବିଷୟରେ ସୂଚନା ଦେଇଦେଲେ । ଖବର ଶୁଣିବା ପରେ ଯୁବତୀ ରାଗରେ ନିଆଁ ହୋଇଗଲେ । ସେ ଜାଣିବାକୁ ପାଇଲେ ଯେ ପ୍ରେମିକର ବରଯାତ୍ରୀ କେଉଁ ଘରକୁ ଯାଉଛନ୍ତି । ସେ ଏହା ଜାଣିବା ପରେ ତୁରନ୍ତ କନ୍ୟା ଘରେ ପହଞ୍ଚି ଗଲେ । ଏହାପରେ କନ୍ୟା ସହିତ ତାଙ୍କର ଦେଖା ହେଲା ।

କହିଲେ ଏମିତି ସତ, କନ୍ୟା ଭାଙ୍ଗିଦେଲା ବିବାହ :-

ପ୍ରେମିକା ଏବଂ କନ୍ୟାର ଦେଖା ହେଲା ଏବଂ ଏହି ସମୟରେ ସେ କନ୍ୟାକୁ ଯୁବକଙ୍କ ସତ କହିଦେଲା । ପ୍ରେମିକା କହିଲା ଯେ ଚିରଞ୍ଜିବୀ ଏବଂ ସେ ଦୁଇ ବର୍ଷ ଧରି ସାଥିରେ ଅଛନ୍ତି । ସେ ଗୋଟିଏ ପ୍ରାଇଭେଟ୍ କମ୍ପାନୀର ଷ୍ଟୋରରେ ଚାକିରି କରନ୍ତି । ଯୁବତୀ କନ୍ୟାକୁ କହିଲେ ଯେ ଚିରଞ୍ଜିବୀ ବିବାହ କରିବାକୁ କଥା ଦେଇ ଅନେକ ଥର ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି ।

ଏତିକି ଶୁଣିବା ମାତ୍ରେ କନ୍ୟାର ହୋସ ଉଡ଼ିଗଲା । ସେ ବରର ସତ ଜାଣିବାପରେ ଆଶ୍ଚର୍ଯ୍ୟ ହୋଇଗଲା । ତେଣୁ ସେ ବଡ ନିଷ୍ପତ୍ତି ନେଇ ବିବାହ କରିବାକୁ ହିଁ ମନା କରିଦେଲା । ସେହିପରି ପ୍ରେମିକା ପୂର୍ବରୁ ହିଁ ପୋଲିସକୁ ସୂଚନା ଦେଇଥିଲେ । ସେ ଚିରଞ୍ଜିବୀ ଉପରେ ଧୋକା ଦେଇ ରେପ କରିବାର ଆରୋପ ଲଗାଇଲେ । ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହିତ ନେଇ ଯୁବକଙ୍କୁ ଗିରଫ କରି ଜେଲ ପଠାଇଦେଇଛି ।

Leave A Reply

Your email address will not be published.