ଆସନ୍ତାକାଲି ଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ।

0

Get real time updates directly on you device, subscribe now.

ଏବେ ତାତିରୁ ମିଳିବ ବେଶୀ ନହେଲେ ମଧ୍ୟ ଟିକିଏ ଆଶ୍ୱସ୍ତି । ଖୁବଶୀଘ୍ର ତାତିରୁ ମୁକ୍ତି ଦେବ ଆଗାମୀ ମୌସୁମୀ ବର୍ଷା । କାରଣ ମିଳିଥିବା ଖବର ଅନୁସାରେ ଆଜି ଆଣ୍ଡାମାନ ଛୁଇଁଛି ମୌସୁମୀ । ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଯେହେତୁ ମୌସୁମୀ ଆଣ୍ଡାମାନ ଛୁଇଁସାରିଛି ତେଣୁ ଖୁବଶୀଘ୍ର ଦେଶବାସୀ ତାତିରୁ ମୁକ୍ତି ପାଇବେ ବୋଲି ଆଶା । ଅନ୍ୟପଟେ ତାତିରୁ ମୁକ୍ତି ଦେବାକୁ ମୌସୁମୀ ପୂର୍ବରୁ ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ଏହା ଦିନେ କିମ୍ବା ୨ଦିନ ମଧ୍ୟରେ ଆଣ୍ଡାମାନ ସାଗର ଅଂଚଳକୁ ପ୍ରବେଶ କରିବ । ତାପରେ ରୁପରେଖ ଏବଂ ପରବର୍ତି ପ୍ରଭାବ ସମ୍ପର୍କରେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଏହା ଅଧିକ ଘନୀଭୁତ ହୋଇନପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

ଏସବୁ ଭିତରେ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ଷା ସମ୍ଭାବନା । ତେବେ ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଚଳିତ ବର୍ଷ ୨୭ ମେ’ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରାଯାଇଛି ।  ଯାହାକି ସ୍ୱାଭାବିକ ତାରିଖ ଠାରୁ ପୂର୍ବରୁ ଛୁଇଁବା ନେଇ ପୂର୍ବାନୁମାନ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉ କି, ରାଜ୍ୟରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରାୟ ସହରରେ ୪୦ ଡିଗ୍ରୀ ଉପରକୁ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଏଭଳି ସ୍ଥିତିରେ ମୌସୁମୀ ଜଲ୍ଦୀ ଆସିବା ନିହାତି ଆଶ୍ଵସ୍ତିକର ଖବର ।

Leave A Reply

Your email address will not be published.