ମାତ୍ର ପାଞ୍ଚ ହଜାର ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରଥମ ଦିନରୁ ହେବ ତିନିଗୁଣା ରୋଜଗାର

0

Get real time updates directly on you device, subscribe now.

ଆଜିର ସମୟରେ କିଛି ଏମିତି ବିଜନେସ ରହିଛି ଯାହାକୁ ଆପଣ ବହୁତ କମ ଟଙ୍କା ଦେଇ ଆରମ୍ଭ କରିପାରିବେ ଓ ଏହାକୁ ଆରମ୍ଭ କରିବାପାଇଁ ବହୁତ କମ ସ୍ଥାନ ମଧ୍ୟ ଆପଣଙ୍କୁ ଆବଶ୍ୟକ ହେବ। କିନ୍ତୁ ଏଥିରେ ଫାଇଦା ଜବରଦସ୍ତ ହେବ। ଏଭଳି ବିଜନେସରେ ଲୋକ ଅଧିକ ଦରକାର ହୁଅନ୍ତି ନାହିଁ କିନ୍ତୁ ପ୍ରଥମ ଦିନରୁ ହିଁ ମାଲ ବିକ୍ରି ହେବା ଆରମ୍ଭ ହୋଇଥାଏ। ଏହିପରି ବିଜନେସ ଆମେ ଆପଣଙ୍କ ପାଇଁ ନେଇଆସିଛୁ ଯେଉଁଥିରେ ମାତ୍ର 5000 ଟଙ୍କା ନିବେଶ କରି ଆପଣ ଏକ ରୁମ ଭିତରେ ଏହାକୁ ଆରମ୍ଭ କରିପାରିବେ।

କେଉଁ ବିଜନେସରେ ଟଙ୍କା ନିବେଶ କରାଯାଏ:-

ଆପଣ LED ବଲବ ବନାଇବାର ବିଜନେସ ଆରମ୍ଭ କରିପାରିବେ। ଏହା ବହୁତ ଛୋଟ ସ୍ତରରୁ ଆରମ୍ଭ ହେଉଥିବା ବିଜନେସ ଅଟେ। ଏଥିପାଇଁ ଆପଣଙ୍କୁ କୌଣସି ଭାରି ମେସିନ ଦରକାର ହୋଇନଥାଏ। ସବୁକିଛି ମାର୍କେଟରୁ ହିଁ ମିଳୁଥାଏ। ଆପଣଙ୍କୁ ମାତ୍ର ଏତିକି କରିବାକୁ ହେବ ଯେ, ଜିନିଷକୁ ଘରକୁ ନେଇ ଆସନ୍ତୁ ଓ ଏହାକୁ ଆସେମ୍ବଲ କରି ମାର୍କେଟରେ ସପ୍ଲାଏ କରିଦିଅନ୍ତୁ। ଆପଣ ଏହି ବିଜନେସକୁ 5000 ଟଙ୍କାର ଏକ ଛୋଟ ପୁଞ୍ଜିରୁ ଆରମ୍ଭ କରିପାରିବେ। ଏଥିରେ ଆପଣଙ୍କୁ କଞ୍ଚା ମାଲ ଆଣିବାକୁ ହୋଇଥାଏ। ଆସେମ୍ବଲ କରିବାପାଇଁ କିଛି ଜରୁରୀ କେମିକାଲ ଦରକାର ହୋଇଥାଏ। ବାସ ବିଜନେସ ଆରମ୍ଭ ହୋଇଗଲା।

କେତେ ଲାଭ ହେବ ଏହି ବିଜନେସ ଜରିଆରେ:-

ଏକ୍ସପର୍ଟଙ୍କ ଅନୁସାରେ ଜଣେ ବ୍ୟକ୍ତି ଦିନକୁ ପ୍ରାୟ 8 ଘଣ୍ଟା କାମ କରି ପାଖାପାଖି 250 ବଲ ଆରାମରେ ବନାଇ ପାରିବ। ଏହିପରି ଭାବରେ ଏକ ବଲ ପାଖାପାଖି 10 ରୁ 15 ଟଙ୍କାରେ ବହୁତ ଆରାମରେ ତିଆରି ହୋଇଯିବ। ଯାହାକୁ ଆପଣ ମାର୍କେଟରେ 40 ରୁ 70 ଟଙ୍କାରେ ବିକ୍ରି କରିପାରିବେ। ଏହିପରି ଭାବରେ ସିଧାସଳଖ ଆପଣଙ୍କୁ ତିନିଗୁଣା ଲାଭ ମିଳିବ। ଯଦି ଆପଣଙ୍କ ପାଖରେ ଅର୍ଡର ଅଧିକ ଆସୁଛି ତାହେଲେ ଆପଣ ନିଜ ସହିତ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ରଖିପାରିବେ।

କାହିଁକି LED ବଲବ ବନାଇବା ବିଜନେସ ଭଲ ହୋଇଥାଏ:-

ଏହି ସମୟରେ ଲାଇଟ ନାମରେ LED ଓ ଟ୍ୟୁବଲାଇଟ ଦେଖିବାକୁ ମିଳିଥାଏ। ଏହା ବିଜୁଳି କମ ଖର୍ଚ୍ଚ କରି ଅଧିକ ଆଲୋକ ଦେଇଥାଏ। ଏଥିରେ କୌଣସି ପ୍ରକାରର ସାଇଡ଼ ଇଫେକ୍ଟ ନଥାଏ। ଏଥିପାଇଁ ସମସ୍ତ ଲୋକେ ବର୍ତ୍ତମାନ ଟ୍ରାଡିସନାଲ ବଲବ ଓ ଲାଇଟ ସ୍ଥାନରେ LED କୁ ପ୍ରମୁଖତା ଦେଉଛନ୍ତି। ଏଥିପାଇଁ ଏହି ବିଜନେସରେ ଆସୁଥିବା ସମୟ ବହୁତ ଭଲ ରହିବ।

LED ବଲବ ବିଜନେସ ଆରମ୍ଭ କରିବାପାଇଁ ଏହିଠାରୁ ନେଇପାରିବେ ଟ୍ରେନିଂ:-

ଯଦି ଆପଣ ଏହି ବିଜନେସକୁ ଆରମ୍ଭ କରିବାକୁ ଚାହାଁନ୍ତି ତାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଚଳାଯାଉଥିବା ସ୍ୱରୋଜଗାର ଯୋଜନା ଅନ୍ତର୍ଗତ LED ବଲବ ବନାଇବା ଟ୍ରେନିଂ ନେଇପାରିବେ। କେତେକ କମ୍ପାନୀ ଗୁଡ଼ିକ ମଧ୍ୟ ଏହି ଟ୍ରେନିଂ ଦିଅନ୍ତି ଓ ଏହାସହ ବିଜନେସ ସମ୍ପର୍କୀୟ ସାରା ସୂଚନା ଦେଇଥାନ୍ତି। ଯଦି ଆପଣଙ୍କୁ କେଉଁଠାରେ କୌଣସି ପ୍ରକାରର ସମସ୍ୟା ଆସୁଛି ତାହେଲେ କମ୍ପାନୀ ଏହାକୁ ସମାଧାନ କରିବା ପାଇଁ ପ୍ରସ୍ତୁତ ରହେ।

Leave A Reply

Your email address will not be published.