ନିଜ ବୟଫ୍ରେଣ୍ଡଙ୍କୁ କଣ୍ଟ୍ରୋଲ କରିବାପାଇଁ ଯୁବତୀ ବନାଇଲେ ଏହି 8ଟି ନିୟମ

0

Get real time updates directly on you device, subscribe now.

ମାନାଯାଏ ଏକ ରିଲେସନସିପ ସେତେବେଳେ ଦୃଢ଼ ହେବ ଯେତେବେଳେ ପାର୍ଟନରଙ୍କ ମଧ୍ୟରେ ଟ୍ରଷ୍ଟ ବୋଲି ଏକ ଜିନିଷ ଥିବ। କିନ୍ତୁ ଏକ ଝିଅଟି ନିଜର ବୟଫ୍ରେଣ୍ଡ ପାଇଁ 8ଟି ନିୟମ ବନାଇ ସାରିଛନ୍ତି। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି।

ଯୁବତୀ ଜଣକ ନିଜର ଏହି 8ଟି ରୁଲ ବତାଇ ଏକ ଭିଡ଼ିଓ ବନାଇଲେ। ଯାହାକୁ ଟିକଟକରେ 3 ମିଲିୟନରୁ ଅଧିକ ଭିୟୁ ମିଳିସାରିଛି। ଭିଡ଼ିଓରେ ଯୁବତୀଙ୍କ ଫ୍ୟାନ୍ସ ମାନେ ଅଲଗା ଅଲଗା ବିଚାର ରଖୁଛନ୍ତି। କିଛି ଲୋକ ତାଙ୍କର ପ୍ରଶଂସା କରିଥିବା ବେଳେ ଅନ୍ୟ କିଛି କହିଥିଲେ ଏତେ କଣ୍ଟ୍ରୋଲ ଟ୍ରଷ୍ଟ ଇସୁକୁ ଦର୍ଶାଇଥାଏ।

ଭିଡ଼ିଓରେ ରୁଲ ବିଷୟରେ କହି ଝିଅଟି କହିଥିଲା କି- ଆଜି ମୁଁ କିଛି ବିବାଦିତ ରୁଲ ବିଷୟରେ କହିବାକୁ ଯାଉଛି, ଯାହାକୁ ମୁଁ ମୋ ବୟଫ୍ରେଣ୍ଡ ଦ୍ୱାରା ଫଲୋ କରାଇବି।

ପ୍ରଥମ:- ସବୁ ଝିଅ ମାନଙ୍କୁ ବ୍ଲକ କରିବାକୁ ହେବ ଯାହାସହ ତୁମେ ରୋମାଣ୍ଟିକ କଥାବାର୍ତ୍ତା ହୋଇଛ।

ଦ୍ବିତୀୟ:- ଯେଉଁ ଦିନଠାରୁ ମୋତେ ଡେଟ କରିବା ଆରମ୍ଭ କରିଲ ସେବେଠାରୁ ଅନ୍ୟ କେଉଁ ଝିଅକୁ ଫଲୋ ନକରିବା ଉଚିତ।

ତୃତୀୟ:- ହ୍ୟାଣ୍ଡଲବାରରେ କୌଣସି ଯୁବତୀକୁ ସର୍ଚ୍ଚ କରାଯିବ ନାହିଁ।

ଚତୁର୍ଥ:- ଝିଅ ମାନଙ୍କ ଫୋଟକୁ ଲାଇକ କରା ଯିବନାହିଁ।

ପଞ୍ଚମ:- କାହା ଷ୍ଟୋରୀ ଉପରେ ରିପ୍ଲାଇ କରିବନାହିଁ।

ଷଷ୍ଠ:- ଏକ୍ସପ୍ଲର ପେଜ କ୍ଲୋଜ କରିବା ସମୟରେ ଗୋଟିଏ ରୁ ଅଧିକ ଝିଅ ଫୋଟ ଯେମିତି ନ ଦେଖାଯିବା ଉଚିତ।

ସପ୍ତମ:- ଯଦି କୌଣସି ଝିଅ ଲଗାତାର ବିକିନି ଫୋଟ ପୋଷ୍ଟ କରୁଛି ତାହେଲେ ତାଙ୍କୁ ଅନଫଲୋ କରିବାକୁ ହେବ।

ଅଷ୍ଟମ:- ଲିଙ୍କ ଟ୍ରିକୁ ଛୁଇଁବା ଉଚିତ ନୁହେଁ।

Leave A Reply

Your email address will not be published.