ଡକ୍ଟର ମାଣିକ ସାହା ହେଲେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ତେବେ ମାଣିକ ସାହା କିଏ ଆସନ୍ତୁ ଜାଣିବା

0

Get real time updates directly on you device, subscribe now.

ତ୍ରିପୁରାରେ ବର୍ତମାନ ସମୟରେ ଆରମ୍ଭ ହେବାକୁ ଯାଉଛି ମାଣିକ ସାହାଙ୍କ ସରକାର । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମାଣିକ ସାହା । ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଦେବଙ୍କ ଇସ୍ତଫା ପରେ ବିଜେପି ମାଣିକ ସାହାଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ବିପ୍ଲବ ଦେବଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ ମାଣିକ ସାହାଙ୍କ ନାମ ଅନୁମୋଦନ କରାଯାଇଥିଲା । ମାଣିକ ସାହା ତ୍ରିପୁରା ବିଜେପିର ଅଧ୍ୟକ୍ଷ ଏବଂ ରାଜ୍ୟସଭା ସାଂସଦ ।

ସୂଚନାନୁସାରେ ସି-ଏମ୍ ଦୌଡ଼ରେ ଡେପୁଟି ସିଏମ୍ ଜିଷ୍ଣୁ ଦେବ ବର୍ମାଙ୍କ ନାମ ମଧ୍ୟ ଆଲୋଚନା ହୋଇଥିଲା । ବିପ୍ଲବ ଦେବର ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ବିଜେପି କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ନିଯୁକ୍ତ କରିଥିଲା । ଆଜି ଅନୁଷ୍ଠିତ ଏହି ସଭାରେ ମାଣିକ ସାହାଙ୍କ ନାମରେ ମୋହର ଲାଗିଛି । ଡେପୁଟି ସିଏମ୍ ଜିଷ୍ଣୁ ଦେବ ବର୍ମା ଏବଂ କେନ୍ଦ୍ର ସରକାରରେ ସାଂସଦ ତଥା ରାଜ୍ୟ ମନ୍ତ୍ରୀ ପ୍ରତୀମା ଭୌମକି ଏହି ଦୌଡ଼ରେ ମଧ୍ୟ ଥିଲେ । କିନ୍ତୁ ଦଳ ମାଣିକ ସାହାଙ୍କ ନାମରେ ମୋହର ଲଗାଇଛି ।

ତେବେ ଆଜି ଶୀଘ୍ର ହିଁ ସେ ରାଜ୍ୟର ପରବର୍ତ୍ତୀ ସି-ଏମ୍ ଭାବରେ ଶପଥ ଗ୍ରହଣ କରିବେ । ବୃତ୍ତି ଅନୁଯାୟୀ ଦନ୍ତ ଚିକିତ୍ସକ ମାଣିକ ସାହା ଭାରତୀୟ ଜନତା ଦଳର ବଡ ନେତାଙ୍କ ମଧ୍ୟରେ ଗଣାଯାଏ । ବର୍ତ୍ତମାନ ସେ ପ୍ରଦେଶ ଅଧ୍ୟକ୍ଷ । ଗତ ମାସରେ ସେ ରାଜ୍ୟସଭା ନିର୍ବାଚନରେ ଜିତି ଉପର ଗୃହର ସଦସ୍ୟ ହୋଇଥିଲେ । ଡକ୍ଟର ମାଣିକଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପରେ ବିପ୍ଲବ ଦେବଙ୍କୁ ପୁଣିଥରେ ରାଜ୍ୟ ବିଜେପି ଅଧ୍ୟକ୍ଷ କରାଯାଇପାରିବ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂଗଠନରେ ଭଲ ହୋଲ୍ଡକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ହାଇ କମାଣ୍ଡ ପୁଣିଥରେ ତାଙ୍କୁ ଏହି ଦାୟିତ୍ୱ ଦେଇପାରନ୍ତି ।

ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପିର ତ୍ରିପୁରା ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାଣିକ ସାହା ଶନିବାର ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ମାଣିକ ସାହାଙ୍କୁ ଦାୟିତ୍ବ ମିଳିବା ପରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ସେ କହିଛନ୍ତି ବିଧାୟକ ଦଳର ନେତା ଭାବରେ ମନୋନୀତ ହୋଇଥିବାରୁ ମାଣିକ ସାହାଜୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ମୁଁ ବିଶ୍ୱାସ କରୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଦିଗଦର୍ଶନ ଏବଂ ନେତୃତ୍ୱରେ ତ୍ରିପୁରା ଉନ୍ନତି କରିବ ।

Leave A Reply

Your email address will not be published.