୧୦ ଟଙ୍କା ଟପ୍ ଅପ୍ ରେ ଏୟାରଟେଲ୍ ଦେଇଚି ଏହି ସମସ୍ତ ସୁବିଧା

0

Get real time updates directly on you device, subscribe now.

ସାଧାରଣ ଲୋକଙ୍କୁ ଝଟକା ଲାଗିଥାଏ ଯେତେବେଳେ କୌଣସି ଜିନିଷ ର ଦାମ୍ ବଢିଯାଏ । ଖାଦ୍ୟ ସାମଗ୍ରୀ ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥି ସହିତ, ଫୋନରେ କଥା ହେବା ଏବଂ ଇଣ୍ଟରନେଟ୍ ଚଳାଇବା ମଧ୍ୟ ମହଙ୍ଗା ପଡିଛି । ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ଗୁଡିକ ମଧ୍ୟ ମହଙ୍ଗା କରିଛନ୍ତି । ପ୍ରଥମେ ଏୟାରଟେଲ ଏହାର ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ମହଙ୍ଗା କଲା, ତା’ପରେ ଭୋଡାଫୋନ୍-ଆଇଡିଆ , ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି ।

ତେବେ ଦେଶର ସର୍ବ ବୃହତ ୪ଜି ଟେଲିକମ୍ କମ୍ପାନୀ ଏୟାରଟେଲ ସର୍ବଦା ତାର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଦେଇଥାଏ । କମ ଦାମରେ ପ୍ରିପେଡ ପ୍ଲାନ ଠାରୁ ଆରମ୍ଭ କରି ଦୀର୍ଘକାଳୀନ ଭେଲିଡିଟି ପ୍ଲାନରେ ସବୁଠୁ ଆଗରେ ଏୟାରଟେଲ । ଏବେ ଏୟାରଟେଲ ଏମିତି ଏକ ରିଚାର୍ଜ ପ୍ଲାନ ଆଣିଛି ଯାହା ଆପଣ ରିଚାର୍ଜ କଲେ ଆପଣଙ୍କୁ ଅନେକ ସୁବିଧା ରହିଛି । ଅନେକ ବର୍ଷ ପୂର୍ବରୁ ରେ ୧୦ ଟଙ୍କାର ଟପ୍ ଅପ୍ ରିଚାର୍ଜ ବହୁତ ଲୋକପ୍ରିୟ ଥିଲା ।

ତେବେ ବର୍ତମାନ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଅନେକ ପରିବର୍ତ୍ତନ ଘଟିବା ଫଳରେ ଲୋକ ମାନେ ୧୦ ଟଙ୍କାର ଟପ୍ ଅପ୍ ପ୍ଲାନକୁ ଭୁଲି ଗଲେ । ଯଦିଓ ସମସ୍ତେ ଏକ ଶସ୍ତା ରିଚାର୍ଜ ଖୋଜୁଛନ୍ତି, ତେବେ କମ୍ପାନୀର ପୋର୍ଟଫୋଲିଓରେ ମଧ୍ୟ ୧୦ ଟଙ୍କା ଅଫର ଅଛି । ଚାହିଁଲେ ଏହା ଆପଣ ବ୍ୟବହାର କରିପାରିବେ । ତେବେ ଆପଣ ଯଦି ୧୯ ଟଙ୍କା ରିଚାର୍ଜ କରିବେ ୭.୪୭ ଟଙ୍କା ଟକଟାଇମ୍ ପାଇବେ । ଏଥିରେ କୌଣସି ବୈଧତା କିମ୍ବା ଅନ୍ୟାନ୍ୟ ଟେଲିକମ୍ ସେବା ଉପଲବ୍ଧ ନାହିଁ । ତେବେ ଆପଣ ଏଥିରେ ଡାଟା, କଲିଂ ପରି ସେବାଗୁଡିକର ପାଇ ପାରିବେ ।

ତେବେ ଏୟାରଟେଲ କେବଳ ୧୦ ଟଙ୍କା ନୁହେଁ , ୨୦, ୧୦୦, ୫୦୦, ୧୦୦୦ ଏବଂ ୫୦୦୦ ଟଙ୍କା ମୂଲ୍ୟର ଟପ୍ଅପ୍ ରିଚାର୍ଜ ପ୍ରଦାନ କରୁଚି । ତେବେ ସେଥିରେ ୧୪.୯୫ ,୮୧.୭୫ , ୪୨୩.୭୩ , ୮୪୭.୪୬ ଏବଂ ୪୨୩୭.୨୯ ଟଙ୍କା ଟକ ଟାଇମ୍ ପାଇବେ । ତେବେ ଏଥିରେ କିନ୍ତୁ ମାସିକିଆ ପ୍ଲାନ୍ ଭଳି ଭେଲିଦିଟି ଓ ସମସ୍ତ ସୁବିଧା ଉପଲବ୍ଧ ନାହିଁ ।

Leave A Reply

Your email address will not be published.