ଆଇପିଏଲ ୨୦୨୨: ରୋହିତ ଶର୍ମା ପାଇଁ ଵଡ ଭୟଙ୍କର ସାବ୍ୟସ୍ତ ହେବେ ଦୁଇ ଧୂଆଁଧାର ଓପନର, ଆଇପିଏଲରେ ଖେଳର ଦମରେ ଛଡାଇ ନେଵେ ଜାଗା !

0

Get real time updates directly on you device, subscribe now.

ଆଇପିଏଲ ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଲୋକପ୍ରିୟ ଲିଗ ଅଟେ|ଆଇପିଏଲ ୨୦୨୨ ବହୁ ଭଲ ଅନ୍ଦାଜରେ ଖେଳା ଯାଉଛି|ଆଇପିଏଲ ୨୦୨୨ରେ ଦୁଇ ଓପନର ଭଲ ଅନ୍ଦାଜରେ ଖେଳୁଛନ୍ତି|ଏହି ଖେଳାଳି ମାନେ ଭବିଷ୍ୟତରେ ଭାରତୀୟ ଦଳରେ ରୋହିତ ଶର୍ମାଂକ ଜାଗା ନେଇ ପାରନ୍ତି|ଏହି ଖେଳାଳି ବଲ ବଲରେ ମ୍ୟାଚ ବଦଳାଇ ଦେଉଛନ୍ତି|

ଆଇପିଏଲ ୨୦୨୨ରେ ଅଭିଷେକ ଶର୍ମା ଭଲ ବ୍ୟାଟିଂ କରିଛନ୍ତି|ସେ ଓପନିଙ୍ଗ ବ୍ୟାଟିଙ୍ଗ ରେ ସଭିଙ୍କ ହୃଦୟ ଜିତିଛନ୍ତି|ସେ ଆଇପିଏଲ ୨୦୨୨ର ୯ ମ୍ୟାଚରେ ୩୩୧ ରନ କରିଛନ୍ତି|ସେ ହାଇଦ୍ରାବାଦ ଦଳ ପାଇଁ ସେ ବଡ ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଛନ୍ତି|୨୧ ବର୍ଷୀୟ ଅଭିଷେକ ଶର୍ମା ଭଲ ଫର୍ମରେ ଅଛନ୍ତି|ତାଙ୍କ ଵଲରୁ ଖୁବ ରନ ବାହାରୁଛି|ତାଙ୍କୁ ସନରାଇଜର୍ସ ଆଇପିଏଲ ମେଗା ଅକ୍ସନ ୨୦୨୨ରେ ୬.୫ କୋଟି ଟଙ୍କାରେ କିଣିଥିଲେ|

ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ଭଲ ପ୍ରଦର୍ଶନ କରୁଛନ୍ତି|ଏଥିରେ ସବୁଠାରୁ ବଡ ଯୋଗଦାନ ଦଳର ବିସ୍ପୋଟକ ଓପନର ଶୁଭମ ଗିଲ ଅଟନ୍ତି|ସେ ତାଙ୍କ ଦମ ଫଳରେ ଗୁଜୁରାଟକୁ ବହୁ ମ୍ୟାଚ ଜିତାଇଛନ୍ତି|ଆଇପିଏଲ ୨୦୨୨ର ୧୨ ମ୍ୟାଚରେ ଗିଲ ୩୨୨ ରନ କରିଛନ୍ତି ଯେଉଁଥିରେ ତିନିଟି ଵଡ ଅର୍ଦ୍ଧ ଶତକ ରହିଛି|ତାଙ୍କ ପାଖରେ ଏପରି ରଣନିତୀ ରହିଛି ଯାହା ବିରୋଧୀ ବୋଲିଙ୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କରିଦିଏ|ସେ ଟେଷ୍ଟ ଦଳର ସଦସ୍ୟ ଅଟନ୍ତି|ତେଣୁ ତାଙ୍କର ଖତରନାକ ଫର୍ମକୁ ଦେଖି ଚୟନକାରୀ ତାଙ୍କୁ ଭାରତୀୟ ଦଳରେ ମଧ୍ୟ ସ୍ଥାନ ଦେଇ ପାରନ୍ତି|

ରୋହିତ ଶର୍ମାଙ୍କୁ ୩୪ ବର୍ଷ ବୟସ ହେଲାଣି ଓ ସେ ଖରାପ ଫର୍ମ ଦେଇ ସଂଘର୍ଷ କରୁଛନ୍ତି|ଆଇପିଏଲ ୨୦୨୨ପରେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ଅଛି|ଏଥିରେ ବହୁ ଷ୍ଟାର ଖେଳାଳୀଙ୍କୁ ଆରାମ ଦିଆଯାଇପାରେ|ତେଣୁ ସିଲେକ୍ଟର୍ସ ଭବିଷ୍ୟତ ପାଇଁ ଦଳ ଚୟନ କରିବାକୁ ଶୁଭମ ଗିଲ ଓ ଅଭିଷେକ ଶର୍ମାକୁ ସୁଯୋଗ ଦେଇ ପାରନ୍ତି|

Leave A Reply

Your email address will not be published.