ମାସକୁ କେବଳ 5000 ଟଙ୍କା କରନ୍ତୁ ନିବେଶ, ପ୍ରତିମାସରେ ମିଳିବ 35000 ଟଙ୍କା, ଦେଖନ୍ତୁ କାଲକୁଲେସନ

0

Get real time updates directly on you device, subscribe now.

Mutual Fund SIP-SWP: ରିଟାୟରମେଣ୍ଟ ପରେ ଖର୍ଚ୍ଚ ପାଇଁ ସମସ୍ତଙ୍କର ଚିନ୍ତା ହୋଇଥାଏ, ଏହି କାରଣରୁ ଲୋକମାନେ ଅଲଗା ଅଲଗା ଜାଗାରେ ନିବେଶ କରନ୍ତି । ଯଦି ଆପଣ ବର୍ତ୍ତମାନ ସୁଦ୍ଧା ରିଟାୟରମେଣ୍ଟ ପାଇଁ ପ୍ଲାନୀଙ୍ଗ କରିନାହାନ୍ତି, ତେବେ ଆଜିଠାରୁ ହିଁ କରନ୍ତୁ । କାରଣ ଚାକିରି ପରେ ମାସିକ ସ୍ୟାଲେରି ମିଳିବା ବନ୍ଦ ହୋଇଯାଏ । ଆଜି ଆମେ ଆପଣଙ୍କୁ କହୁଛୁ କିଛି ବିଶେଷ ନିବେଶ ବିଷୟରେ, ଯାହାଦ୍ଵାରା ଆପଣଙ୍କୁ ରିଟାୟରମେଣ୍ଟ ପରେ ପ୍ରତି ମାସରେ ପେନସନ ଭାବରେ ମୋଟା ରକମର ପଇସା ମିଳିଯିବ ।

SWP ଦ୍ଵାରା ପେନସନର ବ୍ୟବସ୍ଥା :-

ଯଦି ଆପଣ କୌଣସି ରୀସ୍କ ବିନା ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣ SIP ଠାରୁ ଅଲଗା SWP ଅର୍ଥାତ୍ ସିଷ୍ଟମେଟିକ ୱିଥଡ୍ରଲ ପ୍ଲାନ୍ ଉପରେ ଚିନ୍ତା କରିପାରିବେ, ଯେଉଁଥିରେ ଆପଣଙ୍କୁ ପ୍ରତି ମାସରେ ପେନସନ ଭାବରେ ପଇସା ମିଳିବ । ଏହା ଅଧୀନରେ ଆପଣ 20 ବର୍ଷ ପର୍ଯ୍ୟନ୍ତ 5 ହଜାର ଟଙ୍କାର ମନ୍ଥଲୀ ଏସଆଇପି କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ 35 ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିପାରେ ।

ସିଷ୍ଟମେଟିକ ୱିଥଡ୍ରଲ ପ୍ଲାନ (SWP) କଣ ଅଟେ ?

ସିଷ୍ଟମେଟିକ ୱିଥଡ୍ରଲ ପ୍ଲାନ (SWP) ଏମିତି ଏକ ନିବେଶ, ଯେଉଁଥିରେ ନିବେଶକୁ ଏକ ମ୍ୟୁଚୁଆଲ୍ ଫଣ୍ଡ ସ୍କିମରୁ ଏକ ନିର୍ଦ୍ଦିଷ୍ଟ ପରିମାଣ ମିଳିଥାଏ । ଏଥିରେ ନିବେଶକ ନିଜେ ସ୍ଥିର କରନ୍ତି ଯେ ତାଙ୍କୁ କେତେ ସମୟ ମଧ୍ୟରେ କେତେ ଟଙ୍କା ୱିଥଡ୍ରଲ କରିବାକୁ ପଡିବ । SWP ଅଧୀନରେ ଆପଣ ଦୈନିକ, ସାପ୍ତାହିକ, ମାସିକ, ତ୍ରୟମାସିକ, ଛଅ ମାସିକ କିମ୍ବା ବାର୍ଷିକ ଭିତ୍ତିରେ ଆପଣଙ୍କର ଟଙ୍କା ୱିଥଡ୍ରଲ କରିପାରିବେ ।

ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) :-

ଆସନ୍ତୁ ଜାଣିବା କିପରି ଆପଣ 5000 ଟଙ୍କା ନିବେଶରୁ ମୋଟା ରକମର ପେନସନ ପାଇପାରିବେ ।

20 ବର୍ଷ ପର୍ଯ୍ୟନ୍ତ SIP :-

ମନ୍ଥଲି SIP            5000 ଟଙ୍କା
ଅବଧି                   20 ବର୍ଷ
ଆନୁମାନିକ ରିଟର୍ନ     12 ପରସେଣ୍ଟ
ମୋଟ ଭ୍ୟାଲ୍ୟୁ          50 ଲକ୍ଷ ଟଙ୍କା

ବର୍ତ୍ତମାନ ଏହାଠାରୁ ଅଧିକ ଲାଭ ପାଇଁ ଆପଣ SWP ପାଇଁ ଏହି 50 ଲକ୍ଷ ଟଙ୍କାକୁ ଅଲଗା ଅଲଗା ସ୍କିମ ଗୁଡିକରେ ପକାଇ ଦିଅନ୍ତୁ । ଆନୁମାନିକ ରିଟର୍ନ 8.5 ପରସେଣ୍ଟ ହେଲେ ଏହି ଆଧାରରେ ଆପଣଙ୍କୁ ମନ୍ଥଲି 35000 ଟଙ୍କା ପେନସନ ଭାବରେ ମିଳିବ ।

20 ବର୍ଷର SWP :-

ଅଲଗା ଅଲଗା ସ୍କିମରେ ନିବେଶ          50 ଲକ୍ଷ ଟଙ୍କା
ଆନୁମାନିକ ରିଟର୍ନ                          8.5 ପରସେଣ୍ଟ
ବାର୍ଷିକ ରିଟର୍ନ                               4.25 ଲକ୍ଷ ଟଙ୍କା
ମନ୍ଥଲି ରିଟର୍ନ                                4.25 ଲକ୍ଷ/12= 35417 ଟଙ୍କା

Leave A Reply

Your email address will not be published.