ଜାଣନ୍ତୁ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କ୍ ସହ ଜଡ଼ିତ ନୂତନ ନିୟମ ବିଷୟରେ, ନଚେତ୍ ପଇସା ବାହାର କରିପାରିବେନି ଆପଣ

0

Get real time updates directly on you device, subscribe now.

ଯଦି ଆପଣଙ୍କ ପାଖରେ ମଧ୍ୟ ବ୍ୟାଙ୍କ୍ କିମ୍ବା ପୋଷ୍ଟ ଅଫିସ ଇଣ୍ଡିଆ ବ୍ୟାଙ୍କରେ ଖାତା ଅଛି ଏବଂ ଏହା ମାଧ୍ୟମରେ ଆପଣ ବଡ ଟ୍ରାଞ୍ଜାକ୍ସନ କରନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ଅଟେ । ବାସ୍ତବରେ ସରକାରଙ୍କ ତରଫରୁ ବ୍ୟାଙ୍କ୍ ଏବଂ ପୋଷ୍ଟ ଅଫିସର ନିୟମ ଗୁଡିକରେ ବଡ ପରିବର୍ତ୍ତନ କରାଯାଇଛି ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଯଦି ଗୋଟିଏ ଆର୍ଥିକ ବର୍ଷରେ 20 ଲକ୍ଷ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ କରନ୍ତି, ତେବେ ସେମାନଙ୍କୁ ନିଜର ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ବ୍ୟାଙ୍କରେ ଅପଡେଟ କରିବାକୁ ପଡ଼ିବ ।

ଇନକମ ଟ୍ୟାକ୍ସ ରୁଲ୍ସ, 2022 ଅଧୀନରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକସେଜ (CBDT) ନୂତନ ନିୟମ ଜାରି କରିଛି । ଆପଣଙ୍କୁ କହିରଖୁଛୁ ଯେ ନୂତନ ନିୟମ ମେ 26 ତାରିଖ ଠାରୁ ଲାଗୁ ହେବ । ତେବେ ଏହି ନିୟମକୁ ନୋଟିଫାଇ କରି ଦିଆଯାଇଛି ।

ଏହି ଟ୍ରାଞ୍ଜାକ୍ସନରେ ଜରୁରୀ ଅଟେ PAN-Aadhaar :-

– ଏହି ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଏକ ଆର୍ଥିକ ବର୍ଷରେ 20 ଲକ୍ଷରୁ ଅଧିକ ଟଙ୍କା ଜମା କିମ୍ବା ୱିଥଡ୍ରଲ କରନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ଜମା କରିବାକୁ ପଡିବ ।

– ଏକ ଆର୍ଥିକ ବର୍ଷରେ କୌଣସି ବ୍ୟାଙ୍କିଙ୍ଗ୍ କମ୍ପାନୀ କିମ୍ବା ସମବାୟ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ କୌଣସି ଗୋଟିଏ କିମ୍ବା ଅଧିକ ଆକାଉଣ୍ଟରୁ 20 ଲକ୍ଷ ଟଙ୍କା ୱିଥଡ୍ରଲ କଲେ ମଧ୍ୟ ପାନ୍-ଆଧାରର ଲିଙ୍କ୍ ଆବଶ୍ୟକ ହେବ ।

– ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କରେଣ୍ଟ ଆକାଉଣ୍ଟ୍ ଖୋଲନ୍ତି, ତେବେ ତାଙ୍କୁ ପାନ କାର୍ଡ ମଧ୍ୟ ଦାଖଲ କରିବାକୁ ପଡିବ |

– ଯଦି କାହାର ବ୍ୟାଙ୍କ ଆକାଉଣ୍ଟ ପୁର୍ବରୁ PAN ସହିତ ଲିଙ୍କ ହୋଇସାରିଛି, ତଥାପି ତାଙ୍କୁ କାରବାର ପାଇଁ ପାନ୍-ଆଧାରକୁ ଲିଙ୍କ୍ କରିବାକୁ ପଡିବ ।

– ଆପଣଙ୍କ ସୂଚନା ପାଇଁ କୁହାଯାଉଛି ଯେ ସରକାର ଏହି ନିୟମ ଟ୍ୟାକ୍ସ ଚୋରି ଠାରୁ ବଞ୍ଚିବା ପାଇଁ ଲାଗୁ କରିଛନ୍ତି ।

Leave A Reply

Your email address will not be published.