100 ନମ୍ବର ଡାଏଲ୍ କରି ବ୍ୟକ୍ତିଜଣକ କହିଲେ – ଶୁଣ, ଆସିବା ସମୟରେ 2 ବୋତଲ ବିୟର ଧରି ଆସିବ, ଜାଣନ୍ତୁ ତାପରେ କଣ୍ ହେଲା

0

Get real time updates directly on you device, subscribe now.

ଏହି ଅଜବ ଘଟଣା ଦୌଲତାବାଦ ଥାନା ଅଞ୍ଚଳର ଫଲାବାଦ ଗାଁର ବୋଲି କୁହାଯାଉଛି । ଏଠାରେ ରହୁଥିବା 22 ବର୍ଷୀୟ ଜେ ମଧ୍ୟ ନାମକ ବ୍ୟକ୍ତି ଗୋଟିଏ ବାହାଘର ପାର୍ଟିକୁ ଯାଇଥିଲେ । ଏଠାରେ ବିଳମ୍ବିତ ରାତିରେ ମଦ ଶେଷ ହୋଇଯାଇଥିଲା । ଏପରି ପରିସ୍ଥିତିରେ ବ୍ୟକ୍ତି ରାତି ଅଢେଇଟା ସମୟରେ 100 ନମ୍ୱର ଡାଏଲ୍ କରି ପୋଲିସକୁ ଡକାଇଲେ ।

ପ୍ରଥମେ ତ ସେ ପୋଲିସକୁ କହିଲେ ଯେ ମୋ ଜୀବନ ଉପରେ ବିପଦ ଅଛି । କିଛି ଲୋକ ମତେ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି । କିନ୍ତୁ ଯେତେବେଳେ ପୋଲିସ ଗାଁରେ ପହଞ୍ଚିଲା, ସେତେବେଳେ ସେ ଦୁଇ ବୋତଲ ବିୟର ପାଇଁ ଡିମାଣ୍ଡ କରିଦେଲା । କହିଲା ଯେ ଆସିଲାବେଳେ ଦୁଇ ବୋତଲ ବିୟର ଡିମାଣ୍ଡ କରିଦେଲା । କହିଲା ଯେ ଆସିଲାବେଳେ ଦୁଇ ବୋତଲ ବିୟର ମଧ୍ୟ ନେଇ ଆସିବ ।

ପୋଲିସ ନେଲା ଏମିତି ଆକ୍ସନ :-

ଯୁବକଙ୍କ ଏପରି ଡିମାଣ୍ଡ ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା । ତାପରେ ପୋଲିସ ଯେତେବେଳେ ଯୁବକଙ୍କ ପାଖରେ ପହଞ୍ଚିଲା, ସେତେବେଳେ ସେ ଭୟଙ୍କର ନିଶାରେ ଥିଲା । ସେ ଦେଶୀ ମଦ ଏବଂ ବିୟର ପିଇଥିଲା । ଯୁବକ ଆହୁରି ମଦ ପିଇବାକୁ ଚାହୁଁଥିଲା । କିନ୍ତୁ ମଦ ଦୋକାନ ବନ୍ଦ ହୋଇଯାଇଥିଲା । ତେଣୁ ସେ ପୋଲିସକୁ କଲ୍ କରି ବିୟର ପାଇଁ ଅର୍ଡର ଦେଲା । ଯୁବକଙ୍କର ଯୁକ୍ତି ଥିଲା ଯେ ପୋଲିସ ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଅଛନ୍ତି । ମୋର ବିୟର ଦରକାର୍ ଥିଲା । ତେଣୁ ମଗାଇ ଦେଲି ।

ଏହି ଘଟଣା ପରେ ପୋଲିସ ଯୁବକଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିନେଲା । ସେମାନେ ତାକୁ ନିଜ ସହିତ ଥାନାକୁ ନେଇଗଲେ । ସେଠାକୁ ତା ବାପାଙ୍କୁ ମଧ୍ୟ ଡକାଗଲା । ତାପରେ ଯୁବକଙ୍କର କାଉନସେଲିଙ୍ଗ କରାଗଲା ଏବଂ ତାକୁ ଛାଡି ଦିଆଗଲା । ବର୍ତ୍ତମାନ ଏହି ପୁରା ମାମଲା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଆଶ୍ଚର୍ଯ୍ୟ ଯେ ପୋଲିସ ପାଖରେ ଏପରି ଡିମାଣ୍ଡ କିଏ କରେ ।

ଏହିପରି ଘଟଣା ପରେ ପୋଲିସ ଜନତାଙ୍କ ଠାରେ ନିବେଦନ କରିଛନ୍ତି ଯେ ସେମାନେ ଡାଏଲ୍ 100 ର ସୁବିଧାକୁ ଭୁଲ ଭାବେ ବ୍ୟବହାର ନ କରନ୍ତୁ । ଏପରି କରିବା ଦ୍ବାରା ପୋଲିସ କର୍ମଚାରୀଙ୍କ ସମୟ ନଷ୍ଟ ହୋଇଥାଏ । ସେହିପରି ଯଦି କୌଣସି ବ୍ୟକ୍ତି ସତରେ ଏମରଜେନ୍ସି ପରିସ୍ଥିତିରେ ଥାଆନ୍ତି, ତେବେ ତାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ ।

Leave A Reply

Your email address will not be published.