ହାତର ମେହେନ୍ଦି ଲିଭିନାହିଁ, ଆଉ ଏପଟେ ଟ୍ରେନ ଆଗରେ ଡେଇଁ ପଡିଲା ବର, ବିବାହର 2 ଦିନ ପରେ ବିଧବା ହୋଇଗଲା କନ୍ୟା

0

Get real time updates directly on you device, subscribe now.

ହରସିଦ୍ଧି ପୋଲିସ୍ ଷ୍ଟେସନ ଅଞ୍ଚଳର ଜଲହା ଟୋଲାର ବାସିନ୍ଦା ବିଟଟୁ ଯାଦବ (ବାପା ଭୋଲା ଯାଦବ) ଙ୍କ ବିବାହ ମେ 9 ତାରିଖରେ ହୋଇଥିଲା । ବିବାହ ବହୁତ ଧୁମଧାମର ସହିତ ହୋଇଥିଲା । ବିବାହରେ ବର ଏବଂ କନ୍ୟା ମଧ୍ୟ ବହୁତ ଖୁସି ଦେଖାଯାଉଥିଲେ । ଦୁହେଁ ସାତ ଜନ୍ମ ପାଇଁ ପରସ୍ପର ସହିତ ରହିବାର ଶପଥ ମଧ୍ୟ କରିଥିଲେ । କିନ୍ତୁ ତା’ପରେ ବିବାହର ଦୁଇ ଦିନ ପରେ ହିଁ ବର ବିଟଟୁଙ୍କ ମୃତ୍ୟୁ ଖବର ଆସିଗଲା ।

ବାସ୍ତବରେ ବିଟଟୁ ଯାଦବ ନିଜ ଗାଁ ଠାରୁ ମୋତିହାରି ବିଏ ଫର୍ଷ୍ଟ ପାର୍ଟର ପରୀକ୍ଷା ଦେବାକୁ ଆସିଥିଲେ । ଏଠାରେ ମୋତିହାରିର ତୁରକୌଲିଆ ଥାନା ଅଂଚଳର ସେମରା ରେଲୱେ ଷ୍ଟେସନ ପାଖରେ ସେ ଆତ୍ମହତ୍ୟା କରିଦେଲା । ସେଠାରେ ଥିବା ଜଣେ ବ୍ୟକ୍ତି କହିବା ଅନୁଯାୟୀ ବିଟଟୁ ଟ୍ରାକ ପାଖରେ ନିଜର ମୋଟର ସାଇକେଲ ଠିଆ କରିଦେଲେ । ତାପରେ ସେ ଟ୍ରେନ ଆସିବାକୁ ଅପେକ୍ଷା କଲେ । ତାପରେ ଟ୍ରେନ ଆସିବା ମାତ୍ରେ ସେ ତା ସାମ୍ନାରେ ଡେଇଁ ପଡ଼ିଲେ ।

ଟ୍ରେନ ଆଗରେ ଡେଇଁ ଦେଇଦେଲେ ଜୀବନ :-

ତୁରକୌଲିଆ ଥାନା ଅଧ୍ୟକ୍ଷ ମିଥଲେସ କୁମାରଙ୍କ ଅନୁଯାୟୀ ଯୁବକ ଟ୍ରେନ ସାମ୍ନାରେ ଡେଇଁ ଜୀବନ ଦେଇଛନ୍ତି । ପୋଲିସ ଶବକୁ ନିଜ ହେପାଜତରେ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ମୃତକଙ୍କ ପରିବାର ଲୋକେ ମଧ୍ୟ ଏହି ମାମଲାରେ କୌଣସି ଅଭିଯୋଗ କରି ନାହାନ୍ତି । ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ କରୁଛି ।

ଏହି ଘଟଣା ପରେ ମୃତକଙ୍କ ପରିବାର ବହୁତ୍ ଦୁଃଖରେ ଅଛନ୍ତି । ସେମାନେ ମଧ୍ୟ ବୁଝିପାରୁ ନାହାନ୍ତି ଯେ ବିଟଟୁ ଆତ୍ମହତ୍ୟା ଭଳି ଏତେ ବଡ ପଦକ୍ଷେପ କାହିଁକି ନେଲା ? ସେ ତ ଦୁଇଦିନ ପୂର୍ବରୁ ବହୁତ୍ ଖୁସି ଥିଲା । ତା ହାତର ମେହେନ୍ଦି ରଙ୍ଗ ମଧ୍ୟ ଲିଭି ନଥିଲା । ଆଉ ଦେଖୁ ଦେଖୁ ସେ ଭଗବାନଙ୍କ ପାଖକୁ ଚାଲିଗଲା । ସେପଟେ କନ୍ୟା ଏବଂ ତାଙ୍କ ପରିବାର ଲୋକେ ବୁଝିପାରୁନାହାନ୍ତି ଯେ ବର୍ତ୍ତମାନ ବିଟଟୁଙ୍କ ବିଧବା ସ୍ତ୍ରୀର କଣ ହେବ । ତା ଜୀବନର ଖୁସି ଅଚାନକ ଦୁଃଖରେ ବଦଳିଗଲା ।

କୁହାଯାଉଛି ଯେ ବିଟଟୁ ପରୀକ୍ଷା ଦେବାକୁ ବିଳମ୍ବରେ ପହଞ୍ଚି ଥିଲେ । ଏପରି ପରିସ୍ଥିତିରେ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ଦିଆଗଲା ନାହିଁ । ପରୀକ୍ଷା ଦେଇ ନ ପାରିବାରୁ ସେ ବହୁତ୍ ଦୁଃଖୀ ଥିଲେ ଏବଂ ବୋଧହୁଏ ସେଥିପାଇଁ ଟ୍ରେନ ସାମ୍ନାରେ ଡେଇଁ ଆତ୍ମହତ୍ୟା କରିଦେଲେ ।

Leave A Reply

Your email address will not be published.