ବିଜନେସ ଆଇଡ଼ିଆ: ଦରମା ବଢୁ ନାହିଁ ତ ଆରମ୍ଭ କରନ୍ତୁ ଏହି ବ୍ୟବସାୟ,ଭୀଷଣ ଗରମରେ ହେବ ବମ୍ପର ଆୟ

0

Get real time updates directly on you device, subscribe now.

ମଣିଷ ପାଇଁ ପାଣି ଓ ଟଙ୍କା ନିତ୍ୟାନ୍ତ ଆବଶ୍ୟକ|ବିନା ପାଣିରେ ଜୀବନ ଅସହ୍ୟ|ସଫା ପାଣିର ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି|ଫଳରେ ଏହି ବିଜନେସ ଦିନକୁ ଦିନ ବଢିବାରେ ଲାଗିଛି|ଭାରତରେ ବୋତଲ ପାଣିର ବ୍ୟବସାୟ ବାର୍ଷିକ ୨୦% ଦରରେ ବଢ଼ିବାରେ ଲାଗିଛି|୧ଲିଟର ପାଣି ବୋତଲର ବଜାର ୭୫% ବଢ଼ିଛି|ଆପଣ ଏଥିରେ ନିବେଶ କରି ଭଲ ଆୟ କରିପାରିବେ|

ଆରଓ ବା ମିନେରାଲ ପାଣି ବ୍ୟବସାୟରେ ଭଲ ଲାଭ ହେଉଛି|ମାର୍କେଟରେ ୧ଲିଟର ପାଉଚ ଠାରୁ ନେଇ ୨୦ ଲିଟରର ବୋତଲ ମୁହାଁ କରାଯାଉଛି|ଘର ପାଇଁ ବଡ ବୋତଲ ମିଳୁଛି|

ଏହି ବ୍ୟବସାୟ ଆରମ୍ଭ ପାଇଁ ସର୍ବପ୍ରଥମେ ଏକ କମ୍ପାନୀ ବନାଇ ଦିଅନ୍ତୁ|କମ୍ପାନୀ ଅଧିନିୟମ ଅନୁସାରେ ଏହାର ରେଜିଷ୍ଟ୍ରେସନ କରନ୍ତୁ|କମ୍ପାନୀର ପ୍ୟାନ ନମ୍ଵର ଓ ଜିସଟି ତଥ୍ୟ ଦିଅନ୍ତୁ|ବୋରିଙ୍ଗ,ଆରଓ ଓ ଚିଲର ମେସିନ ଓ କେନ ଆଦି ରଖିବାକୁ ୧୦୦୦-୧୫୦୦ ବର୍ଗଫୁଟ ଜାଗା ଆବଶ୍ୟକ|

ପାଣି ପ୍ଲାଣ୍ଟ‌ ଲଗାଇବା ପାଇଁ ଆପଣଙ୍କୁ ଏଭଳି ଜାଗା ଆବଶ୍ୟକ ଯେଉଁଥିରେ ଟିଡିଏସ୍ ଲେବଲ ଅଧିକ ନଥିବ|ଏହାପରେ ପ୍ରଶାସନିକ ଲାଇସେନ୍ସ ଓ ଆଇଏସ୍ଆଇ ନମ୍ବର ନେବାକୁ ହେବ|ବହୁ କମ୍ପାନୀ କମର୍ସିଆଲ ଆରଓ ପ୍ଲାଣ୍ଟ ବନାଉଛନ୍ତି|ଯାହାର ମୂଲ୍ୟ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ|ଏହାସହ ଅତିକମରେ ୧୦୦ ଜାର କିଣିବାକୁ ହେବ|ଏସଵୁ ମିଶି ୪-୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ|ବ୍ୟାଙ୍କରୁ ଲୋନ ପାଇଁ ଆପ୍ଲାଏ କରି ପାରିବେ|ଯଦି ଆପଣ ଏଭଳି ପ୍ଲାଣ୍ଟ ଲଗାନ୍ତି ଯେଉଁଥିରେ ଘଣ୍ଟା ପ୍ରତି ୧୦୦୦ ଲିଟର ପାଣି ପ୍ରଡକ୍ସନ ହେବ କମରେ ୩୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ମାସିକ ଆୟ କରି ପାରିବେ|

ଏହି ବ୍ୟବସାୟରେ ଗୁଣବତ୍ତା ଓ ଡେଲିଭରି କରିବା ଫଳରେ ମୋଟା ରକମର ଆୟ ହୋଇପାରିବ|ବୋତଲ ଓ ଜାର ଵହୁ ଚୋରି ହୋଇଥାଏ, ଏହାହିଁ ଏହି ବ୍ୟବସାୟର ଇମେଜ ଅଟେ|ଯଦି ଆପଣଙ୍କ ୧୫୦ ରେଗୁଲାର କଷ୍ଟମର ରହିଛନ୍ତି ତେଵେ କଣ୍ଟେନର ପ୍ରତି ୨୫ ଟଙ୍କା ହିସାବରେ ମାସିକ ୧,୧୨,୫୦୦ ଟଙ୍କା ଆୟ ହେବ|ଏଥିରେ ସାଲାରି, ବିଜୁଳି ଓ ଅନ୍ୟାନ୍ୟ ଖର୍ଚ୍ଚ ବାଦ୍ ୧୫-୨୦ ହଜାର ଲାଭ ହେବ|ଗ୍ରାହକ ବଢିଲେ ଲାଭ ବଢିବ|

Leave A Reply

Your email address will not be published.