ଦେଖନ୍ତୁ ଭିଡିଓ: ଇଟା ଜାଗାରେ କାଚ ବୋତଲରେ ବନାଇଦେଲେ କୋଠରୀର ଚଟାଣ, ଦେଖିଲାପରେ ଲୋକଙ୍କର ବୁଲାଇ ଦେଲା ମୁଣ୍ଡ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଅଜବ ଗଜବ ଭିଡିଓର ଭଣ୍ଡାର ରହିଛି|ଏଠାରେ ଆପଣଙ୍କୁ ମଜାଦାର ଠାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଭିଡିଓର ଭଣ୍ଡାର ଦେଖିବାକୁ ମିଳେ|କିଛି ଲୋକଙ୍କୁ ଏଭଳି ଭିଡିଓ ପସନ୍ଦ ହୋଇଥାଏ ଯେଉଁଥିରେ କନଷ୍ଟ୍ରକ୍ସନ କାମ ହେଉଥିବା ଦେଖାଯାଏ|
ଏବେ ନିକଟରେ ଏଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଯେଉଁଥିରେ ମିସ୍ତ୍ରୀ କୋଠରୀର ଚଟାଣକୁ ବନାଉଥିବା ଦେଖାଯାଏ|କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ସେ ଚଟାଣ ବନାଇବାକୁ ଇଟା ବ୍ୟବହାର ପରିବର୍ତ୍ତେ କାଚର ଖାଲି ବୋତଲ ବ୍ୟବହାର କରୁଥିବା ଦେଖାଯାଏ|

ନିଜର ଆମାଜିଙ୍ଗ ଭିଡିଓ ପାଇଁ ପ୍ରସିଦ୍ଧ ଥିବା ଇନଷ୍ଟଗ୍ରାମ ଏକାଉଣ୍ଟ୍ ଟେକ ଏକ୍ସପ୍ରେସ ନିକଟରେ ଏକ ମଜାଦାର ଭିଡିଓ ସେୟାର କରିଛି ଯାହା ଆଶ୍ଚର୍ଯ୍ୟ କରିଛି,ଏହା ସହ ଲୋକଙ୍କ ଦିମାକକୁ ବି ଘୁରେଉଛି|ଆପଣ ତ କେତେବେଳେ ଘର ବନେଇଥିବା ଦେଖିଥିବେ|ଘର ବନାଇବା ପାଇଁ ଇଟା,ବାଲି, ସିମେଣ୍ଟ ଆଦି ପ୍ରମୁଖ ଜିନିଷ ବ୍ୟବହାର ହୋଇଥାଏ| କିନ୍ତୁ କେବେ ଆପଣ ଇଟା ପରିବର୍ତ୍ତେ କାଚରେ ପ୍ରସ୍ତୁତ ଘର ଦେଖିଛନ୍ତି?ଏହି ଭିଡିଓରେ ଏଭଳି କରାଯାଇଛି|

View this post on Instagram

A post shared by Techzexpress (@techzexpress)

ଭିଡିଓରେ ମଜଦୁର ଦୁଇ କୋଠରୀର ଚଟାଣକୁ ଲାଇନରେ ବିଅର ଓ ଅନ୍ୟାନ୍ୟ ଜିନିଷର କାଚ ବୋତଲକୁ ତରିକାରେ ବିଛାଉଥିବା ଦେଖାଯାଏ|ଏହାପରେ ଯେତେବେଳେ ସେ ସମସ୍ତ ବୋତଲକୁ ଚଟାଣକୁ ସେଟ କରିଦିଏ ତା ଉପରେ ବାଲି ଢାଳେ|ବାଲିରେ ଯେତେବେଳେ ବୋତଲ ଠିକ ଭାବେ ସେଟ ହୋଇଯାଏ ସେତେବେଳେ ସିମେଣ୍ଟ ଦେଇ ପ୍ଲାଷ୍ଟର କରେ|ଚଟାଣକୁ ଏଭଳି କରିବାପରେ ଲାଗେ ଯେପରି ଇଟାରେ ବନିଛି|କିନ୍ତୁ ଆଶ୍ଚର୍ଯ୍ୟର କଥା ତଳେ ଖାଲି ବୋତଲ ରହିଛି|

ଏହି ଭିଡିଓକୁ ୪ ଲକ୍ଷ ପାଖାପାଖି ଭିଉଜ ମିଳି ସାରିଛି ଓ ହଜାର ହଜାର ଲୋକ ଲାଇକ କରିଛନ୍ତି|ଵହୁ ଲୋକ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଖାଲି ବୋତଲ ତଳେ ରଖି କ’ଣ ଲାଭ ମିଳିବ|କିଛି ଲୋକ ମଜାଳିଆ ଉତ୍ତର ଦେଇ ଥର୍ମାଲ ଇନସୁଲେସନ ପାଇଁ କରାଯାଇଛି|ଜଣେ ବ୍ୟକ୍ତି କହିଛନ୍ତି ଥଣ୍ଡା ଦିନରେ ଚଟାଣ ଶିଘ୍ର ଥଣ୍ଡା ହେବ ଏଭଳି କ୍ଷେତ୍ରରେ ଵୋତଲ ରଖିଲେ ଥଣ୍ଡା ହେଵ ନାହିଁ|କିନ୍ତୁ ଏହାର ଜଵାବ ନାହିଁ ଯେ ଚଟାଣରେ ଅଧିକ ଚାପ ଫଳରେ ବୋତଲ ଭାଙ୍ଗିବ କି ନାହିଁ ?|

Leave A Reply

Your email address will not be published.