I Love You କହିଲେ ଏବଂ ଟ୍ରେନ ସାମ୍ନାକୁ ଡେଇଁ ପଡିଲେ ,ଏମାନଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣଙ୍କ ହୃଦୟ ମଧ୍ୟ କାନ୍ଦିବ

0

Get real time updates directly on you device, subscribe now.

ଝାଡ଼ଖଣ୍ଡରେ ପାଞ୍ଚଜଣ ଝିଅ ସମାଜକୁ ଆଇନା ଦେଖାଇଦେଲେ । ଲୋକମାନେ ପୁଅ ହେଲେ ଖୁସି ହୁଅନ୍ତି ଏବଂ ଝିଅ ହେଲେ ଦୁଃଖ ବୋଲି ଭାବନ୍ତି । କିନ୍ତୁ ସେମାନେ ଜାଣିନଥାନ୍ତି ଯେ ତାଙ୍କ ପାଇଁ ଅନ୍ତିମ ସଂସ୍କାର ସମୟରେ କିଏ କାମରେ ଆସିବ । ଝାଡ଼ଖଣ୍ଡର ଏହି ଝିଅମାନେ ପୁଅ – ଝିଅ ଭିତରେ ଭେଦଭାବ ରଖୁଥିବା ଲୋକଙ୍କୁ ଆଇନା ଦେଖାଇବାର କାମ କରିଛନ୍ତି ।

ଏଠାରେ ଜଣେ ବୃଦ୍ଧ ବାପାଙ୍କର ମୃତ୍ୟୁ ହୋଇଗଲା । ଯେତେବେଳେ ତାଙ୍କର ଶବ ଯାତ୍ରା ବାହାରିବାର ଥିଲା, ସେତେବେଳେ ପୁଅ କାନ୍ଧ ଦେବାକୁ ସଫା ସଫା ମନା କରିଦେଲା । ସେ ଅନ୍ତିମ ଯାତ୍ରାରେ ସାମିଲ ହେବାକୁ ହିଁ ଚାହୁଁନଥିଲା । ଏହାପରେ ପାଞ୍ଚ ଝିଅ ନିଜର ଦାୟିତ୍ଵ ସମ୍ଭାଳିଲେ ଏବଂ ବାପାଙ୍କ ଶବକୁ ନିଜ କାନ୍ଧରେ ଶ୍ମଶାନ ଘାଟକୁ ନେଇଗଲେ । ଯିଏ ବି ସେମାନଙ୍କୁ ଦେଖିଲା, ନ କାନ୍ଦି ରହିପାରିଲା ନାହିଁ ।

ଝାଡ଼ଖଣ୍ଡର କାମଡ଼ାରା ବ୍ଲକ ରହିଛି । ଏଠାରେ ସାଲେଗୁଟୁ ଗାଁ ରହିଛି । ଯେଉଁଠାରେ କି 75 ବର୍ଷୀୟ ଲକ୍ଷ୍ମୀ ନାରାୟଣ ସାହୁଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଅନ୍ତିମ ସଂସ୍କାର ହେବାର ଥିଲା । ଏଥିପାଇଁ ଯେତେବେଳେ ଗାଁ ଲୋକେ ତାଙ୍କ ପୁଅ ଘୁନେଶ୍ୱର ସାହୁଙ୍କ ସହିତ କଥା ହେଲେ, ସେତେବେଳେ ସେ ବାପାଙ୍କୁ କାନ୍ଧ ଦେବାକୁ ଏବଂ ଅନ୍ତିମ ସଂସ୍କାରରେ ଆସିବାକୁ ସଫା ସଫା ମନା କରିଦେଲା ।

ଝିଅମାନେ ଆଗେଇ ଆସିଲେ, ଝିଅମାନଙ୍କ କାନ୍ଧରେ ବାହାରିଲା ଶବଯାତ୍ରା :-

ପୁଅ ନିଜ ବାପାଙ୍କ ଅନ୍ତିମ ସଂସ୍କାରରେ ନ ଆସିବାର କାରଣ ହେଉଛି ବାପା ଏବଂ ପୁଅ ଭିତରେ ହୋଇଥିବା ବିବାଦ । ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ପୁରୁଣା ଝଗଡା ଚାଲିଥିଲା । ଏଥିପାଇଁ ରାଗିଯାଇ ପୁଅ ବାପାଙ୍କୁ କାନ୍ଧ ଦେବାପାଇଁ ମନା କରିଦେଇଥିଲା । ଯେତେବେଳେ ଏହି କଥା ଗାଁ ଲୋକେ ଲକ୍ଷ୍ମୀ ନାରାୟଣ ସାହୁଙ୍କ ପାଞ୍ଚ ଝିଅଙ୍କୁ କହିଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ସାମ୍ନାରେ ପରମ୍ପରା ପାଳନ କରିବାର ପ୍ରଶ୍ନ ଥିଲା ।

ଏହାପରେ ପାଞ୍ଚ ଭଉଣୀ ଗୋଟିଏ ବଡ ନିଷ୍ପତ୍ତି ନେଇଗଲେ, ଯାହାଦ୍ଵାରା ଗାଁର ବର୍ଷ ବର୍ଷର ପୁରୁଣା ପରମ୍ପରା ଭାଙ୍ଗିଗଲା । ବିମଳା ଦେବୀ, ସୁମିତ୍ରା ଦେବୀ, ମେଇନି ଦେବୀ, ପଦମା ଦେବୀ ଏବଂ ଶାନ୍ତି ଦେବୀ ନିଜ ବାପାଙ୍କ ଶବକୁ କାନ୍ଧ ଦେବାପାଇଁ ନିଷ୍ପତ୍ତି ନେଲେ । ସେମାନେ ବାପାଙ୍କ ଶବକୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ନେଲେ ।

ଝିଅମାନଙ୍କ କାନ୍ଧରେ ବାହାରିଲା ଶବ ଯାତ୍ରା :-

ଗାଁରେ ଏହା ପ୍ରଥମ ଥର ଘଟୁଥିଲା ଯେ କୌଣସି ଝିଅମାନେ ନିଜ ବାପାଙ୍କ ଶବକୁ କାନ୍ଧ ଦେଉଛନ୍ତି । ଏଠାରେ ବର୍ଷ ବର୍ଷର ପୁରୁଣା ପରମ୍ପରା ଭାଙ୍ଗି ଯାଉଥିବାର ଦେଖାଗଲା । ଏହାର ସାକ୍ଷୀ ମଧ୍ୟ ଗାଁ ଲୋକ ହେଲେ । ଏହାପରେ ଝିଅମାନେ ନିଜ ବାପାଙ୍କ ଶବକୁ ନେଇ ଶ୍ମଶାନ ଘାଟରେ ପହଞ୍ଚିଲେ । ସେଠାରେ ଏମାନେ ମିଶି ବାପାଙ୍କ ଶବ ଦାହ ପାଇଁ କାଠ ମଧ୍ୟ ଯୋଗାଡ କଲେ ଏବଂ ବାପାଙ୍କ ଅନ୍ତିମ ସଂସ୍କାର କରିଦେଲେ ।

Leave A Reply

Your email address will not be published.