ପେଟର ଚର୍ବିକୁ କମାଇଦେବ ଏହି ଗୋଟିଏ ଆସନ, ପେଟର ଅନେକ ସମସ୍ୟାରୁ ମଧ୍ୟ ମିଳିବ ମୁକ୍ତି, ଜାଣନ୍ତୁ କିପରି କରିବେ ଏହି ଆସନ !

0

Get real time updates directly on you device, subscribe now.

Benefits Of Halasana: ଆଜି ଆମେ ଆପଣଙ୍କ ପାଇଁ ହଲାସନ ଆସନର ଫାଇଦା ନେଇ ଆସିଛୁ । ବିଶେଷଜ୍ଞମାନେ କୁହନ୍ତି ଯେ ଗୋଟିଏ ଭଲ ଡ଼ାଇଟ ସହିତ ସୁସ୍ଥ ରହିବାର ସବୁଠାରୁ ସରଳ ଏବଂ ସଠିକ୍ ଉପାୟ ଯୋଗ ଅଟେ । ନିୟମିତ ଭାବରେ ଯୋଗ ଅଭ୍ୟାସ ଦ୍ଵାରା ଆପଣ କେବଳ ସୁସ୍ଥ ଏବଂ ସୁଖୀ ରୁହନ୍ତି ନାହିଁ ବରଂ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଧ୍ୟ ମଜବୁତ୍ ହୋଇଥାଏ । ଏହି ଖବରରେ ଆମେ ଆପଣଙ୍କୁ କହିବୁ ଯେ ପ୍ରକୃତରେ ହଲାସନ କଣ ଅଟେ, ଏହାକୁ କିପରି କରିବା ଉଚିତ୍ ଏବଂ ଏହାର କି ଫାଇଦା ରହିଛି ?

ହଲାସନ କଣ ଅଟେ ?

ହଲାସନ ଦୁଇଟି ଶବ୍ଦ ମିଶି ତିଆରି ହୋଇଛି । ଏହି ଦୁଇଟି ଶବ୍ଦ ‘ହଳ’ ଏବଂ ‘ ଆସନ ‘ ଅଟେ । ଏହାର ଅର୍ଥ ହେଉଛି ଜମିକୁ ଖୋଳୁଥିବା କୃଷି ଯନ୍ତ୍ର ଏବଂ ଆସନ ବସିବାର ମୁଦ୍ରା । ଯେତେବେଳେ ଆପଣ ଏହାର ଅଭ୍ୟାସ କରନ୍ତି, ସେତେବେଳେ ଶରୀରର ମୁଦ୍ରା ହଳ ପରି ହୋଇଥାଏ । ଯାହାକୁ ଇଂରାଜୀରେ ‘ ପ୍ଲୋ ପୋଜ’ କୁହନ୍ତି । ଏହାର ନିୟମିତ ଅଭ୍ୟାସ ଦ୍ଵାରା ସ୍ୱାସ୍ଥ୍ୟକୁ ଅନେକ ଜବରଦସ୍ତ ଫାଇଦା ମିଳିଥାଏ । ଓଜନ ହ୍ରାସ କରିବା ଠାରୁ ନେଇ ଶରୀରକୁ ମଜବୁତ୍ କରିବାରେ ଏହି ଆସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ହଲାସନ ଆସନ କରିବାର ପ୍ରକ୍ରିୟା :-

– ସର୍ବପ୍ରଥମେ ଗୋଟିଏ ସମତଳ ସ୍ଥାନରେ ଗୋଟିଏ ମ୍ୟାଟ ବିଛାଇ ଦିଅନ୍ତୁ ।

– ବର୍ତ୍ତମାନ ଏହା ଉପରେ ଉପରକୁ ମୁହଁ କରି ଶୋଇ ପଡନ୍ତୁ ।

– ଏହି ସମୟରେ ଦୁଇ ହାତକୁ ମ୍ୟାଟ ଉପରେ ରଖନ୍ତୁ ।

– ବର୍ତ୍ତମାନ ଧିରେ ଧିରେ ନିଜ ଗୋଡ଼କୁ ସିଧା ଭାବରେ ଉପରକୁ ଉଠାନ୍ତୁ ।

– ତାପରେ ଗୋଡ଼କୁ ନିଜ ଅଣ୍ଟା ସାହାଯ୍ୟରେ ମୁଣ୍ଡ ପଛକୁ ନେଇଯାନ୍ତୁ ।

– ଗୋଡ଼କୁ ସେ ପର୍ଯ୍ୟନ୍ତ ମୁଣ୍ଡ ପଛକୁ ନିଅନ୍ତୁ, ଯେପର୍ଯ୍ୟନ୍ତ ପାଦ ମାଟିକୁ ନ ଛୁଇଁଛି ।

– ଯେତିକି ସହି ପାରିବେ ସେହି ଅନୁଯାୟୀ ଏହି ମୁଦ୍ରାରେ ରୁହନ୍ତୁ ।

– ତାପରେ ନିଜର ସାଧାରଣ ଅବସ୍ଥାକୁ ଆସନ୍ତୁ ।

– ଏହି ଯୋଗକୁ ପ୍ରତିଦିନ ନିଶ୍ଚିତ ଭାବେ 5 ଥର କରନ୍ତୁ ।

ହଲାସନ ଆସନ କରିବାର ଲାଭ :-

– ଇମ୍ୟୁନିଟି ସହିତ ପାଚନ ତନ୍ତ୍ରକୁ ଭଲ ଉତ୍ତମ କରିବାରେ ସାହାଯ୍ୟ କରେ ।

-କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ମିଳେ ।

– ଓଜନ ହ୍ରାସ କରିବା ପାଇଁ ହଲାସନ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ ।

– ହଲାସନର ନିୟମିତ ଅଭ୍ୟାସ ଦ୍ଵାରା ଉଭୟ ଅନିଦ୍ରା ଏବଂ ଚାପକୁ ଦୂର କରିଥାଏ ।

– ଏହାର ଅଭ୍ୟାସ ଦ୍ଵାରା ମେରୁଦଣ୍ଡରେ ନମନୀୟତା ଆସିଥାଏ ।

Leave A Reply

Your email address will not be published.