ବାପା ମାଆ କଲେ ପୁଅ – ବୋହୂ ଉପରେ କେସ, କହିଲେ ବର୍ଷେ ଭିତରେ ଅଜା- ଆଈ କରାଅ, ନହେଲେ…..

0

Get real time updates directly on you device, subscribe now.

ଉତ୍ତରାଖଣ୍ଡର ଏକ ବୃଦ୍ଧ ଦମ୍ପତି ଏସ ପ୍ରସାଦ ଏବଂ ତାଙ୍କ ସ୍ତ୍ରୀ ନିଜ ପୁଅ ଏବଂ ବୋହୂ ଠାରୁ ନିଜର ଉତ୍ତରାଧିକାରୀ ହାସଲ କରିବାପାଇଁ ଅଦାଲତରେ ଗୁହାରୀ କରିଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ମାମଲାରେ ଏହି ଦମ୍ପତି ପୁଅ ଏବଂ ବୋହୂ ଠାରୁ ବର୍ଷେ ଭିତରେ ତାଙ୍କ ଦାବିକୁ ପୁରା କରିବା ସହିତ ପୁଅକୁ ପାଠ ପଢ଼ାଇବା ପାଇଁ ଏବଂ ଲାଳନ ପାଳନ କରିବାପାଇଁ କରାଯାଇଥିବା କୋଟି କୋଟି ଟଙ୍କାର ଖର୍ଚ୍ଚ ଫେରାଇବା ପାଇଁ ଗୁହାରୀ କରିଛନ୍ତି । ଆବେଦନକାରୀଙ୍କ ଓକିଲଙ୍କ ଅନୁଯାୟୀ, ଏହି ବୃଦ୍ଧ ଦମ୍ପତିଙ୍କ ଆବେଦନ ଉପରେ ମେ 17 ତାରିଖରେ ଶୁଣାଣି ହେବ ।

ବୁଢ଼ା ବାପାମାଆଙ୍କ ଦୁଃଖ :-

ପ୍ରସାଦ ମିଡ଼ିଆ ସାମ୍ନାରେ ନିଜର ଦୁଃଖ ବାଣ୍ଟି କହିଛନ୍ତି, ‘ ନିଜ ପୁଅକୁ ଶିକ୍ଷିତ କରିବାପାଇଁ ଏବଂ ଆମେରିକାରୁ ଟ୍ରେନିଙ୍ଗ ଦେବାପାଇଁ ନିଜର ସବୁକିଛି ଖର୍ଚ୍ଚ କରିଦେଲୁ । ବର୍ତ୍ତମାନ ଆମ ପାଖରେ କୌଣସି ସଞ୍ଚୟ ପଇସା ନାହିଁ । ଆମେ ନାତି ନାତୁଣୀ ଆଶାରେ 2016 ମସିହାରେ ତାର ବାହାଘର କରିଦେଲୁ, ଯେପରିକି ଆମର ବୃଦ୍ଧାବସ୍ଥା ଆରାମରେ ବିତିବ ।’

ପ୍ରସାଦ ଆଗକୁ କହିଛନ୍ତି, ‘କିନ୍ତୁ ବାହାଘର ପରେ ପୁଅ ଏବଂ ବୋହୂ ଆମକୁ ଏକୁଟିଆ ଛାଡ଼ିଦେଲେ । ଆମେ ଘର ତିଆରି ପାଇଁ ବ୍ୟାଙ୍କରୁ ଲୋନ ନେଇଛୁ । ଆମେ ଆର୍ଥିକ ଏବଂ ବ୍ୟକ୍ତିଗତ ଭାବରେ ବହୁତ୍ ହଇରାଣ ଏବଂ ଚିନ୍ତିତ ଅଛୁ । ତେଣୁ ଆମେ ପୁଅ ଏବଂ ବୋହୂ ଉଭୟଙ୍କ ଠାରୁ ଅଢେଇ – ଅଢେଇ କୋଟି ଟଙ୍କାର କ୍ଷତିପୂରଣ ଦାବି କରୁଛୁ ।’

ଆବେଦନକାରୀ ବାପାଙ୍କ ଓକିଲ ନିଜ ପୁଅ ବିରୋଧରେ ଦାଖଲ ହୋଇଥିବା ଆବେଦନରେ କହିଛନ୍ତି ଯେ ଏହି ମାମଲା ସମାଜର ସତ୍ୟତାକୁ ଦର୍ଶାଇଥାଏ । ଓକିଲ ଏକେ ଶ୍ରୀବାସ୍ତବଙ୍କ ଅନୁଯାୟୀ ପୀଡିତ ଦମ୍ପତି କହିଛନ୍ତି ଯେ ସେମାନେ ସବୁ ବାପାମାଆଙ୍କ ଭଳି ନିଜ ପିଲା ଉପରେ ନିଜର ସବୁ ଧନ ଖର୍ଚ୍ଚ କରିଦେଲେ ଏବଂ ସମାଜରେ ବଞ୍ଚିବା ଯୋଗ୍ୟ କରାଇଲେ । କିନ୍ତୁ ଯେତେବେଳେ ସେ ହିଁ ଏକୁଟିଆ ଛାଡ଼ିଦେଲା, ସେତେବେଳେ ତାଙ୍କ ପାଖରେ ଅନ୍ୟ କୌଣସି ବାଟ ନଥିଲା ।

Leave A Reply

Your email address will not be published.