ତୁ କଣ କଲେକ୍ଟର ନା କଣ ? ପ୍ରିୟଙ୍କା ମାଡାମକୁ ଏମିତି ଜଣେ ମହିଳା କହିବାରୁ ଛାଡିଦେଲେ ଡାକ୍ତର ଚାକିରୀ,ଆଉ ବର୍ତମାନ ହେଲେ IAS

0

Get real time updates directly on you device, subscribe now.

କେତେଥର ଏମିତି ହୋଇଥାଏ କି, କିଛିଲୋକଙ୍କ ମନ୍ତବ୍ୟ ଓ ଆମ ଉପରେ ଆଲୋଚନା କରିବା ତାହା ଆମ ପାଇଁ ବରଦାନ ସାବ୍ୟସ୍ତ ହୋଇଯାଇଥାଏ। ବାଆସ ଆପଣଙ୍କ ଭାବିବାର ନଜର ସାକାରାତ୍ମକ ହେବା ଆବଶ୍ୟକ। ଯଦି ଆପଣ କୌଣସି ମନ୍ତବ୍ୟ ଭାବକୁ ଭଲ ଭାବରେ ନିଅନ୍ତି ତାହେଲେ ଆପଣଙ୍କ ଜୀବନ ବଦଳିଯିବ ଯେମିତି ଆଇଏଏସ ପ୍ରିୟଙ୍କାଙ୍କ ବଦଳିଯାଇଛି। ତାଙ୍କ ଉପରେ ଜଣେ ମହିଳା ମନ୍ତବ୍ୟ ସହିତ ଗାଳି କରିଦେଇଥିଲେ।

ପ୍ରିୟଙ୍କା ଶୁକ୍ଳାଙ୍କୁ ସେହି ମହିଳାଙ୍କ ଗାଳି ଏତେ ମାତ୍ରାରେ ପ୍ରଭାବ ପକାଇଦେଲା ଯେ, ସେ ସିଧା ଆଇଏଏସ ଅଫିସର ହୋଇଗଲେ। ଭାଗ୍ୟ ତାଙ୍କର ସାଥ ଦେଲା ଓ ସେ ପରିଶ୍ରମର ରଙ୍ଗ ଦେଖାଇଥିଲେ। ସେ ଦେଶର ସବୁଠାରୁ ବଡ଼ ପରୀକ୍ଷା ପାସ କରି ସିଭିଲ ସେବାରେ ଚାଲିଆସିଲେ। ସେ ଆଇଏଏସ ହୋଇ ପ୍ରମାଣିତ କରିଦେଲେ ଯେ, ପରିଶ୍ରମ ଦ୍ୱାରା ଜୀବନ ବଦଳି ଯାଇପାରିବ।

ଡ଼କ୍ଟର ହେବାର ସ୍ୱପ୍ନ କରିଥିଲେ ପୂରଣ:-

ପ୍ରୟଙ୍କା ଆରମ୍ଭରୁ ପାଠପଢାରେ ଭଲ ଥିଲେ ଓ ତାଙ୍କ ଘରଲୋକ ଚାହୁଁଥିଲେ ସେ ପାଠପଢ଼ି ଆଇଏଏସ ଅଧିକାରୀ ହୁଅନ୍ତୁ। ସେପଟେ ପ୍ରିୟଙ୍କାଙ୍କ ମନ ସିଭିଲ ସେବାରେ ଯିବାର ନଥିଲା। ସେ ଡ଼କ୍ଟର ହେବାକୁ ଚାହୁଁଥିଲେ ଓ ନିଜର ସ୍ୱପ୍ନ ପୂରଣ କରିବାପାଇଁ ସେ ଇଣ୍ଟର ପରେ ପରିଶ୍ରମ କରିବା ଆରମ୍ଭ କରିଦେଇଥିଲେ।

ଏହାର ଫଳ ସ୍ୱରୂପ ତାଙ୍କୁ MBBS ରେ ସ୍ଥାନ ମିଳିଗଲା। ସେ ଲକ୍ନୌର ପ୍ରତିଷ୍ଠିତ କିଙ୍ଗ ଜର୍ଜ ମେଡ଼ିକାଲ ୟୁନିଭରସିଟିରେ ଆଡ଼ମିଶନ ନେଇଥିଲେ। ସେଠାରେ ସେ ଡାକ୍ତରୀ ପଢିବା ଆରମ୍ଭ କରିଥିଲେ। ମବଶ3 ପଢ଼ା ଶେଷପରେ ତାଙ୍କୁ ଚାକିରୀ ମିଳିଗଲା ଓ ସେ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରିଦେଲେ।

ଅପରିଷ୍କାର ପାଣି ପିଉଥିବା ଜଣେ ମହିଳାଙ୍କ ଗାଳି ତାଙ୍କୁ ବଦଳାଇ ଦେଲା:-

ପ୍ରିୟଙ୍କା ନିଜ କାମରେ ଖୁସି ଥିବାର ନଜର ଆସୁଥିଲେ ଓ ସେ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରତିଟି କ୍ଷେତ୍ରରେ ସାହାର୍ଯ୍ୟ କରିବାସହିତ ସେମାନଙ୍କୁ ମେଡ଼ିସିନ ପ୍ରଦାନ ମଧ୍ୟ କରୁଥିଲେ। ଦିନେ ତାଙ୍କ ଜୀବନରେ ପରିବର୍ତ୍ତନ ହୋଇଥିଲା ଓ ସେ ଚିକିତ୍ସା ପାଇଁ ମଳିନ ବସ୍ତିକୁ ଆସିଥିଲେ।

ଏଠାରେ ଯେତେବେଳେ ପ୍ରିୟଙ୍କା ପହଞ୍ଚିଥିଲେ ସେତେବେଳେ ସେ ଦେଖିଲେ ଜଣେ ମହିଳା ଅପରିଷ୍କାର ପାଣି ପିଉଛନ୍ତି ଓ ତାଙ୍କ ପିଲାଙ୍କୁ ମଧ୍ୟ ସେ ଅପରିଷ୍କାର ପାଣି ପିଇବାକୁ ଦେଉଛନ୍ତି। ଏହାଦେଖି ପ୍ରିୟଙ୍କା ନିଜକି ଅଟକାଇ ପାରିଲେନାହିଁ ଓ ସେ ମହିଳାଙ୍କୁ ମନା କରିଥିଲେ କିନ୍ତୁ ମହିଳା ଜଣକ ତାଙ୍କୁ ଗାଳି କରି କହିଥିଲେ କି, କଣ ତୁମ କଲେକ୍ଟର କି ତମ କଥା ମାନିବି।

ବଦଳିଗଲା ଜୀବନ ଓ ସେ କଲେକ୍ଟର ହୋଇ ଦେଖାଇଲେ:-

ମହିଳାଙ୍କ ମନ୍ତବ୍ୟ ପରେ ପ୍ରିୟଙ୍କା ଶୁକ୍ଳାଙ୍କ ଜୀବନ ବଦଳିଗଲା। ତାଙ୍କ ମନରୁ ଏହିକଥା ଯାଉନଥିଲା ଓ ସେ ଡ଼କ୍ଟର ଛାଡ଼ି ସିଭିଲ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଦେଲେ। ସେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ପ୍ରିୟଙ୍କାକୁ ପ୍ରଥମ ଚେଷ୍ଟାରେ ସଫଳତା ମିଳିନଥିଲା। ତଥାପି ସେ ନିଜର ଆଗ୍ରହ ନହରାଇ ଆଉଥରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ।

2009 ମସିହାରେ ସେ ପରୀକ୍ଷାରେ ସଫଳ ହୋଇ ଆଇଏଏସ ହୋଇଗଲେ। ଏବେ ସେ ସିଭିଲରେ ଅଛନ୍ତି ଓ ଭଲ କାମ ପାଇଁ ଜଣାଯାଉଛନ୍ତି। ତାଙ୍କୁ ରାଷ୍ଟ୍ରପତିଙ୍କ ତରଫରୁ ସମ୍ମାନ ମଧ୍ୟ ମିଳିସାରିଛି। ଆଇଏଏସଙ୍କ ସୋସିଆଲ ମିଡ଼ିଆରେ ମଧ୍ୟ ହଜାର ହଜାତ ଫ୍ୟାନ୍ସ ରହିଛନ୍ତି ଓ ତାଙ୍କର ଭଲ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଏ।

Leave A Reply

Your email address will not be published.