ଚଉଠି ରାତି ମନାଇବା ପାଇଁ ରୁମରେ ପଶିଲା ବୋହୂ, ଆଉ ସକାଳେ ବୋହୂ କାନ୍ଦିବାକୁ ଲାଗିଲା, ବର କରିଦେଲା ଏମିତି କାଣ୍ଡ

0

Get real time updates directly on you device, subscribe now.

ଏହି ଘଟଣାଟି ମଙ୍ଗଲପୁର ଥାନା ଅଂଚଳର ଗୋଟିଏ ଗାଁର ଅଟେ । ଏଠାରେ ସୋମବାର (ମେ 9ତାରିଖ) ରେ ଜଣେ ଯୁବକ ଏବଂ ଯୁବତୀଙ୍କ ବିବାହ ହୋଇଥିଲା । କନ୍ୟା ମଙ୍ଗଲପୁରର ବାସିନ୍ଦା ଥିଲେ । ବର ନିକଟସ୍ଥ ଗୋଟିଏ ଗାଁର ବାସିନ୍ଦା । ସୋମବାର ସକାଳେ ବରଯାତ୍ରୀ ଠିକ୍ ସମୟରେ ପହଞ୍ଚିଥିଲେ । ଝିଅଘର ଲୋକେ ବରଯାତ୍ରୀକୁ ବହୁତ୍ ଭଲରେ ସ୍ୱାଗତ କରିଥିଲେ । ଏହା ପରେ ଅପରାହ୍ନରେ ବର ଏବଂ କନ୍ୟାଙ୍କ ବିବାହ ହୋଇଥିଲା ।

ଚଉଠି ରାତି ପରେ କାନ୍ଦିବାକୁ ଲାଗିଲା କନ୍ୟା :-

ବିବାହର ସମସ୍ତ ରୀତିନୀତି ଠିକରେ ପୁରା ହେଲା । ତା’ପରେ ବାପାମାଆ ଝିଅକୁ ବିଦାୟ ଦେଇ ବର ସହିତ ତା ଶାଶୁଘରକୁ ପଠାଇଲେ । ସନ୍ଧ୍ୟାରେ ବୋହୂ ଯେତେବେଳେ ତା ଶାଶୁ ଘରକୁ ଆସିଲା, ପଡ଼ୋଶୀ ଲୋକ ଏବଂ ସମ୍ପର୍କୀୟମାନେ ତାଙ୍କୁ ଦେଖା କରିବାକୁ ଆସିଲେ । ଏହି ସମୟରେ ହସ ଖୁସି ଜାରି ରହିଲା । ତା’ପରେ ରାତି ହେଲା ଏବଂ ଚଉଠି ରାତି ପାଇଁ ସମୟ ହୋଇଗଲା । ସାଙ୍ଗମାନେ ଚଉଠି ରାତିକୁ ନେଇ ବରର ଗୋଡ ଟାଣିବା ଆରମ୍ଭ କଲେ । ଅନ୍ୟପକ୍ଷରେ ଶାଶୁଘର ଲୋକେ ମଧ୍ୟ ଚଉଠି ରାତି ମନାଇବା ପାଇଁ ବୋହୂକୁ ମଧ୍ୟ ରୁମକୁ ପଠାଇଦେଲେ ।

ପରବର୍ତ୍ତୀ ଦିନ ଯେତେବେଳେ ନୁଆଁବୋହୁ ଉଠିଲା, ସେତେବେଳେ ସେ ବହୁତ୍ କାନ୍ଦିଲା । ସେ ଫୋନ୍ କରି ନିଜ ବାପାମାଆଙ୍କୁ ନିଜ ସହ ଘଟିଥିବା ଘଟଣା ବିଷୟରେ ଶୁଣାଇଲା । ଝିଅର ଦୁଃଖ ଶୁଣି ବାପାମାଆ ମଧ୍ୟ ଶାଶୂଘରକୁ ଆସିଗଲେ । ସେମାନେ ପୋଲିସ ମଧ୍ୟ ଡକାଇଲେ ।

ପୋଲିସ ଯେତେବେଳେ ଆସିଲା, ସେତେବେଳେ ସେ ମଧ୍ୟ ପୁରା କାହାଣୀ ଶୁଣିଲେ ଏବଂ ବରକୁ ହେପାଜତକୁ ନେଇ ଥାନାକୁ ନେଇଗଲେ । ଏଠାରେ ବହୁତ୍ ଯୁକ୍ତିତର୍କ ହେଲା ଏବଂ ଶେଷରେ ପୋଲିସ ଝିଅ ଏବଂ ପୁଅ ଘର ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଇଲା । କିନ୍ତୁ ବର୍ତ୍ତମାନ ମଧ୍ୟ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ଚଉଠି ରାତିରେ ବର – କନ୍ୟାଙ୍କ ମଧ୍ୟରେ ଏମିତି କଣ ହେଇଗଲା, ଯେଉଁଥିପାଇଁ ଏମିତି କାଣ୍ଡ ଘଟିଲା ।

କନ୍ୟା ଶୁଣାଇଲା ନିଜ ସହ ଘଟିଥିବା ଘଟଣା :-

ବାସ୍ତବରେ କନ୍ୟା କହିଲା ଯେ ଚଉଠି ରାତି ଦିନ ସେ ନିଜ ରୁମକୁ ଚାଲି ଯାଇଥିଲେ । ବହୁତ୍ ସମୟ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ତାଙ୍କ ରୁମକୁ ଆସିଲେ ନାହିଁ । ଏପରି ପରିସ୍ଥିତିରେ ତାଙ୍କୁ ନିଦ ଲାଗିଗଲା । ପରେ ଯେତେବେଳେ ବର ଆସିଲା, ସେ କନ୍ୟାକୁ ଉଠାଇବାକୁ ଚେଷ୍ଟା କଲା । କିନ୍ତୁ ଗଭୀର ନିଦରେ ଶୋଇଥିବା କାରଣରୁ ସେ ଉଠିପାରିଲେ ନାହିଁ । ଏପରି ପରିସ୍ଥିତିରେ ସ୍ବାମୀ ରାଗିଗଲା । ସେ ନିଜ ବେଲ୍ଟ ଖୋଲିଲା ଏବଂ ନୂଆଁ ବୋହୂକୁ ନିର୍ଦ୍ଦୟ ଭାବେ ମାରିବାକୁ ଲାଗିଲା । ବୋହୂର ଚିତ୍କାର ଶୁଣି ଶାଶୂଘର ଲୋକେ ଆସିଲେ ଏବଂ ସେ ବୋହୂକୁ ନିର୍ଦ୍ଦୟ ବର ଠାରୁ ବଂଚାଇଲେ ।

Leave A Reply

Your email address will not be published.