ପତ୍ନୀଙ୍କ ବିନା ଅନୁମତିରେ ଶାରୀରିକ ସମ୍ବନ୍ଧ ରଖିବା ଅପରାଧ କି ? ଦିଲ୍ଲୀ ହାଇକୋର୍ଟ ଦେଲେ ଏମିତି ରାୟ

0

Get real time updates directly on you device, subscribe now.

ହାଇକୋର୍ଟ ଆବେ ଏକ ଗୁରୁତତ୍ୱପୂର୍ଣକଥା ର ଶୁଣାଣି କରି ଛନ୍ତି ଯାହା କୁ ନେଇ ଆବେ ଚର୍ଚ୍ଚା ଚାଲିଛି । ପତ୍ନୀ ଙ୍କ ବିନା ସହମତି ରେ ଜବରଦସ୍ତ ଶାରୀରିକ ସମ୍ପର୍କ ଅପରାଧ କି ବୋଲି ପ୍ରଶ୍ନ ଉଠିବା ପରେ ଏ ସମ୍ପର୍କିତ ମାମଲା ର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବିଭାଜିତ ରାୟ ଦେଇଛନ୍ତି।ଏହି ମାମଲା ରେ ଦୁଇ ଜଣିଆ ଖଣ୍ଡପୀଠ ମାମଲା ର ଶୁଣାଣି କରୁଥିଲେ। ଆଉ ଏହା ର ଉତ୍ତର ରେ ଦୁଇ ବିଚାରପତି ଙ୍କ ରାୟ ଅଲଗା ଆସିଥିଲା। ଆଇପିସି ଧାରା ୩୭୫ ଅନୁଯାୟୀ ପତ୍ନୀ ଙ୍କ ବିନା ଅନୁମତିରେ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହଁ।

ଏହାକୁ ଅପରାଧ ବୋଲି କୁହାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ରେ ଚ୍ୟାଲେଞ୍ଜ ହୋଇଥିଲା।ଏହି ମାମଲାର ଶୁଣାଣି ରେ ଜଷ୍ଟିସ ରାଜୀବ ଶକଧର ବର୍ତ୍ତମାନ ର ଏହି ଧାରାକୁ ବିରୋଧ କରିଥିଲେ ଆଉ ଏହି ରାୟ ସହ ସହମିତ ରଖି ନ ଥିଲେ । ଆଉ ଅନ୍ୟ ପଟେ ଜଣେ ବିଚାରପତି ଜଷ୍ଟିସ ସି ହରିଶଙ୍କର ଜଷ୍ଟିସ ଶକଧର କହିଥିଲେ କି ଯେଉଁ ଆଇନ ରହିଛି ସେଥିରେ ପତ୍ନୀଙ୍କ ବିନା ସହମତି ସ୍ୱାମୀ ଯୌନ ସମ୍ପର୍କ ରଖିବା ସମ୍ବିଧାନ ହିସାବ ରେ ଧାର ୧୪ ଅନୁସାରେ ନିୟମ ଭାଙ୍ଗିବା ସହିତ ସମାନ । ଆଇନ ଆଗରେ ସମସ୍ତେ ସମାନ ଅଟନ୍ତି ଏହି ମୌଳିକ ଅଧିକାର ର ଉଲ୍ଲଂଘନ କରିବା ସହିତ ସମାନ ବୋଲି କହିଥିଲେ ।

ବୈବାହିକ ଦୁଷ୍କର୍ମ ଭାରତୀୟ ଆଇନରେ ଅପରାଧ ନୁହଁ ବୋଲି କହିଥିଲେ । ଅପରାଧ ବିବେଚନା ପାଇଁ ହୋଇଥିବା ଆବେଦନ ରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା। ସେ କହିଥିଲେ ଏ ପ୍ରସଙ୍ଗର ପାରିବାରିକ ଓ ସାମାଜିକ ପ୍ରଭାବ ରହିଛି। ତେଣୁ ବିଭିନ୍ନ ରାଜ୍ୟ ଠାରୁ ମତାମତ ଲୋଡା ଯାଇଛି। ମତାମତ ନେବା ପରେ କେନ୍ଦ୍ର ତାର ମତ ରଖିବ ଓ ନିଷ୍ପତ୍ତି ନେବେ।

Leave A Reply

Your email address will not be published.