ପୁଣି ମାଡ଼ି ଆସିଲା ଆଉ ଏକ ନୂଆ ଭାଇରସ ! ୮୦ ରୁ ଉର୍ଦ୍ଧ୍ୱ ଶିଶୁ ‘ଟାମଟର ଫ୍ଲୁ’ରେ ଆକ୍ରାନ୍ତ।

0

Get real time updates directly on you device, subscribe now.

କୋରନା ର ପ୍ରୋକପ ହ୍ରାସ ପାଇ ନାହିଁ। ଏହି କୋରନା ଭାଇରସ୍ ୨୦୧୯ ମସିହା ଠାରୁ ସାରା ବିଶ୍ୱ କୁ ନିଜ ଅଧୀନରେ ରଖିଛି। ଏହି କୋରନା ଲୋକମାନଙ୍କ ବଞ୍ଚିବା ଶୈଳୀ କୁ ଛାରଖାର କରିଦେଇଥିଲା। ଲୋକମାନଙ୍କୁ ନିଜ କାରାଗାର ରେ ରଖିବା ପାଇଁ କରୋନା ବାଧ୍ୟ କରିଦେଇଥିଲା। କିଏ ଖାଇବାକୁ ପାଇନଥିଲା ତ କିଏ ପୁଣି କୋରନା ରେ ଆକ୍ରାନ୍ତ ହୋଇ ପୋକ ମାଛି ପରି ମରିଯାଉଥିଲା। କିନ୍ତୁ ଏହି କୋରନା ର ଲହର ନ ସରୁଣୁ ବର୍ତ୍ତମାନ ପୁଣି ଥରେ ଏହାର ନୂଆ ଭାଇରସ ହଇଚଇ ସୃଷ୍ଟି କରିବା ଆରମ୍ଭ କଲାଣି।ଟାମଟର ଫ୍ଲୁ’ ନାମକ ଏକ ରୋଗ ପୁଣି ଥରେ ଚିନ୍ତା ବଢ଼ାଇଛି। ଗୋଟିଏ ସମସ୍ୟା ଦୂର ହବାର ନାଁ ଧରୁ ନାହିଁ, କିନ୍ତୁ ପୃଥିବୀ ଉପରେ ସମସ୍ୟା ଉପରେ ସମସ୍ୟା ବଢିଚାଲିଛି।ଏପର୍ଯ୍ୟନ୍ତ ୮୦ରୁ ଅଧିକ ପିଲା ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଛୋଟ ପିଲାମାନେ ଏହାର ଅଧିକ ଶିକାର ହେଉଛନ୍ତି।ତେବେ ଏହା ଭାଇରାଲ ଫିବର, ଚିକନଗୁନିଆ କିମ୍ୱା ଡେଙ୍ଗୁର ସାଇଡ ଇଫେକ୍ଟ ବୋଲି ଅନୁମାନ କରାଯାଉଛି।ତେବେ ଏହି ରୋଗ କେବଳ କେରଳର କେତେକ ଅଞ୍ଚଳରେ ଦେଖିବାକୁ ମିଳିଛି।

ଟାମଟର ଫ୍ଲୁ’ କ’ଣ?

‘ଟାମଟର ଫ୍ଲୁ’ ହେଉଛି ଏକ ପ୍ରକାର ଜ୍ୱର। ବର୍ତ୍ତମାନ କେରଳରେ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହା ସଂକ୍ରମିତ ପିଲାମାନଙ୍କ ଶରୀରରେ ଘା ’ଏବଂ ଫୁଲା ସୃଷ୍ଟି କରିଥାଏ। ତେବେ ଏହା ଲାଲ ରଙ୍ଗର ହୋଇଥିବାରୁ ଏହାକୁ ‘ଟାମଟର ଫ୍ଲୁ’ କୁହାଯାଏ।

ଲକ୍ଷଣ:-

ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି ଲାଲ୍ ଦାଗ ଏବଂ ଫୁଲା। ଏହା ରୋଗୀର ଚର୍ମରେ ସଂକ୍ରମଣ କରିଥାଏ। ସଂକ୍ରମିତ ହେବା ପରେ ଜ୍ୱର, ଶରୀରରେ ଯନ୍ତ୍ରଣା, ଫୁଲା ଗଣ୍ଠି, ଥକାପଣ, ପେଟରେ ଥକାପଣ, ବାନ୍ତି, ଝାଡା, କାଶ, ଛିଙ୍କ, ନାକରୁ ପାଣି ବାହାରିବା ପରି ସମସ୍ୟା ଆଦି ଦେଖା ଦେଇଥାଏ।ତେବେ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆ ନ ଗଲେ ସଂକ୍ରମଣ ବିସ୍ତାର ହୋଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.