କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ଆପଣଙ୍କ ସ୍ତ୍ରୀକୁ ମିଳିବ ମାସକୁ ୪୪,୭୯୩ ଟଙ୍କା ! ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଯଦି ଆପଣ ଆପଣଙ୍କ ପତ୍ନୀ ମାନଙ୍କୁ ଜୀବନର ଗୋଟିଏ ଭଲ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ଯୋଜନାର ଫାଇଦା ଉଠାନ୍ତୁ । ଏଥିପାଇଁ ଆପଣଙ୍କ ପତ୍ନୀଙ୍କୁ ଭବିଷ୍ୟତରେ କାହାରି ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ । ଏହି ସ୍କିମରେ ମହିଳାଙ୍କୁ ରେଗୁଲାର ଇନକମ ମିଳିବ । ଏହି ସ୍କିମର ନାମ ହେଉଛି ନ୍ୟାସନାଲ ପେନସନ ସ୍କିମ ।

ଏହି ସ୍କିମ ଅନ୍ତର୍ଗତ ଆପଣ ନିଜ ପତ୍ନୀଙ୍କ ପାଇଁ ନ୍ୟୁ ପେନସନ ସିଷ୍ଟମରେ ଆକାଉଣ୍ଟ ଖୋଲି ପାରିବେ । ଏନପିଏସ୍‌ ଆକାଉଣ୍ଟରେ ମହିଳାଙ୍କୁ ୬୦ ବର୍ଷ ପରେ ଏହି ରାଶିର ଆକ୍ୟୁମସେନ ମିଳିବ। ଏହାସହିତ ସବୁମାସରେ ସେମାନଙ୍କୁ ପେନସନ ମିଳିବ । ଏହି ସ୍କିମରେ ସବୁଠୁ ବଢ଼ିଆ କଥା ହେଉଛି ଏଥିରେ ଆପଣ ପେନସନ ପାଇବାର ଲିମିଟ ମଧ୍ୟ ନିଜେ ସେଟ୍‌ କରିପାରିବେ । ଯେଉଁଥିରେ ୬୦ ବର୍ଷ ପରେ ଆକ୍ୟୁମେସନ ରାଶି ମିଳିବ । ଏଥିରେ ନିବେଶ କରିବା ମଧ୍ୟ ଖୁବ ସହଜ । ମାନେ ଆପଣ କେବଳ ୧୦୦୦ ଟଙ୍କା ରେ ମଧ୍ୟ ଏନପିଏସ୍‌ ରେ ଆକାଉଣ୍ଟ ଖୋଲି ପାରିବେ । ୬୦ ବର୍ଷ ପରେ ଏହି ଆକାଉଣ୍ଟ ମାଚ୍ୟୁର ହୋଇଯାଏ । ତେବେ ଏଥିରେ ଆପଣ ୪୫ ହଜାର ଟଙ୍କାର କିପରି ଲାଭ ଉଠାଇବେ ଜାଣନ୍ତୁ ।

ଯଦି ଆପଣଙ୍କ ସ୍ତ୍ରୀଙ୍କ ବୟସ ୩୦ ବର୍ଷ । ଆଉ ଯଦି ଆପଣ ଏହି ସମୟରେ ଏନପିଏସ୍‌ ଆକାଉଣ୍ଟରେ ୫୦୦୦ ଟଙ୍କା ପ୍ରତିମାସରେ ନିବେଶ କରୁଛନ୍ତି । ତେବେ ବାର୍ଷିକ ୧୦% ରିଟର୍ଣ୍ଣ ମିଳିବ । ୬୦ବର୍ଷ ପରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ହେବ । ଏଥିରେ ତାଙ୍କୁ ପାଖାପାଖି ୪୫ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତିତ ତାଙ୍କୁ ପ୍ରତି ମାସରେ ୪୫ ହଜାର ଟଙ୍କା ପାଖାପାଖି ଆଜୀବନ ପେନସନ ମିଳିବ । ୩୦ବର୍ଷ ହେଲେ ନିବେଶ କରିବାର ପୁରା ସମୟ ୩୦ ବର୍ଷ । ମାସିକ କଣ୍ଟି୍ରବ୍ୟୁସନ ୫ ହଜାର ଟଙ୍କା ।

ନିବେଶ ପରେ ଆନୁମାନିକ ରିଟର୍ଣ୍ଣ ୧୦% । ମୋଟ ପେନସନ ଫଣ୍ଡ ୧୧ ଲକ୍ଷ ୧୯୮ ହଜାର ୪୭୧ ଟଙ୍କା ହୋଇଯିବ । ଯାହାକି ମାଚ୍ୟୁରିଟି ପରେ ମିଳିବ । ଅନ୍ୟୁଟି ପ୍ଳାନ ପାଇଁ ୪୪୭୯୩୮୮ ଟଙ୍କା । ଏହାର ୮% ମାନେ ୬୭୧୯୦୮୩ ଟଙ୍କା । ଏଭଳି ଭାବେ ଶେଷରେ ମାସିକ ପେନସନ ହେବ ୪୪୭୯୩ । କହିଦେବାକୁ ଚାହୁଁ ଯେ ଏହା କେନ୍ଦ୍ର ସରକାରଙ୍କ ସୋସିଆଲ ସିକ୍ୟୁରିଟି ସ୍କିମ । ଏହି ସ୍କିମରେ ଲୋକ ଯେଉଁ ଟଙ୍କା ନିବେଶ କରନ୍ତି ତାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପ୍ରଫେସନାଲ ଫଣ୍ଡ ମ୍ୟାନେଜରଙ୍କ ମାଧ୍ୟମରେ ହୋଇଥାଏ । ତେଣୁ ଏହା ପୂର୍ଣ୍ଣ ରୂପେ ସୁରକ୍ଷିତ ।

Leave A Reply

Your email address will not be published.