ସମ୍ପର୍କକୁ ମାମୁଁ କଲେ କଳଙ୍କିତ। ଦୀର୍ଘ 5 ବର୍ଷ ଧରି ନିଜ ଭାଣିଜୀ ସହିତ ଦୁଷ୍କର୍ମ କରିଆସୁଥିଲା ମାମୁଁ,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ରିବାରୁ ଏକ ସମ୍ପର୍କ କଳଙ୍କିତ ହୋଇଥିବାର ସାମ୍ନାକୁ ଆସିଛି। ଏଠାରେ ଭାଣିଜୀ ସମ୍ପର୍କରେ ନିଜର ମାମୁଁ ଉପରେ ରେପ କରିବାର ଆରୋପ ଆଣିଥିଲା। ପିଡ଼ିତାଙ୍କ କହିବାହେଲା ସମାଜର ଲାଜଜୁ ସେ ସାମ୍ନାରେ ରଖି କାହା ଆଗରେ ମୁହଁ ଖୋଲି ପାରୁନଥିଲା କିନ୍ତୁ କିଛିଦିନ ହେବ ଆରୋପୀ ମାମୁଁ ତାଙ୍କର ଭିଡ଼ିଓ ଭାଇରାଲ କରିବ ବୋଲି କହି ଜବରଦସ୍ତ ଦୁଷ୍କର୍ମ କରୁଥିଲା। ପୋଲିସ ବର୍ତ୍ତମାନ ଆରୋପୀକୁ ଗିରଫ କରି ଜେଲ ପଠାଇଦେଇଛି।

ପିଡ଼ିତା କହିଥିଲେ କି, ସମ୍ପର୍କରେ ମାମୁଁ ହେଉଥିବା ଏହି ବ୍ୟକ୍ତି ଜଣକ ସେତେବେଳୁ ତାଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିଥିଲେ ଯେତେବେଳୁ ସେ ନାବାଳିକା ଥିଲେ। ମାମୁଁ-ଭାଣିଜୀ ସମ୍ପର୍କ ଯୋଗୁଁ କେହି ତାଙ୍କ ଉପରେ ସନ୍ଦେହ କରୁନଥିଲେ ଓ ସେ ବହୁବାର ମାମୁଁଙ୍କୁ ବୁଝାଇଥିଲେ କିନ୍ତୁ ସେ ଏହିକାମ ଜାରି ରଖିଥିଲେ। ଏହାପରେ ଝିଅଟି ଚିନ୍ତିତ ହୋଇ ପରିଜନଙ୍କୁ ସବୁକଥା କହିଥିଲେ ଓ ତୁରନ୍ତ ମାମୁଁ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଥାନାରେ ମାମଲା ଦର୍ଜ କରାଗଲା।

ପୋଲିସ, ପିଡିତାଙ୍କ ମେଡ଼ିକାଲ ମଧ୍ୟ କରାଇଲେ ଓ ଆରୋପୀ ଲଲନ ମିଶ୍ରାଙ୍କୁ ଗିରଫ କରି ନ୍ୟାୟାଳୟ ପଠାଇଥିଲେ। କୋର୍ଟର ଆଦେଶ ପରେ ଆରୋପୀକୁ ଜେଲ ପଠାଗଲା। ଏହି ମାମଲା ଉପରେ ବିଶ୍ୱବିଦ୍ୟାଳୟ ଥାନା ପ୍ରଭାରୀ ଜୟପ୍ରକାଶ ପଟେଲ ବତାଇଲେ କି, 2017 ରେ ପ୍ରଥମଥର ନାବାଳିକା ଝିଅ ଘରେ ଏକଲା ଥିବା ସମୟରେ ଆରୋପୀ ମାମୁଁ ତାଙ୍କୁ ରେପ କରିଥିଲେ। ଏହି ସମୟରେ ସେ କିଶୋରୀଙ୍କ କିଛି ଭିଡ଼ିଓ ବନାଇଥିଲେ ଓ ଏହା ଭାଇରାଲ କରିବାକୁ ଧମକ ଦେଇ ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ଆରୋପୀ ବିପକ୍ଷରେ ଆଇପିସି ଧାରା 376,506 ଓ 3/4 POSCO ଆକ୍ଟ ଅନ୍ତର୍ଗତ ମାମଲା ଦର୍ଜ କରାଯାଇଥିଲା।

Leave A Reply

Your email address will not be published.