ସ୍ତ୍ରୀ ସହିତ ଜବରଦସ୍ତ ସମ୍ବନ୍ଧ ରଖିବା ଅପରାଧ କି ନୁହେଁ, ଅଦାଲତ ଶୁଣାଇଲା ନିଜର ଫଇସଲା…

0

Get real time updates directly on you device, subscribe now.

ବିବାହ ପରେ ପତ୍ନୀ ସହିତ ଜବରଦସ୍ତ ସେକ୍ସ, ମ୍ୟାରିଟାଲ ଅପରାଧ କି ନୁହେଁ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ନିଜର ଫଇସଲା ଶୁଣାଇବ। ମ୍ୟାରିଟାଲ ରେପ ଅପରାଧ ନୁହେଁ ଏହାକୁ ନେଇ କେନ୍ଦ୍ର ଓ ଦେଶର ଅନ୍ୟ ହାଇକୋର୍ଟରେ ସମୟ ସମୟରେ ଟିପ୍ପଣୀ କରାଯାଇଛି। ଏହିପରି ଯେବେବି ମାମଲା ସାମ୍ନାକୁ ଆସିଛି ଏହାକୁ ନେଇ ରାଜ୍ୟ ହାଇକୋର୍ଟ ତରଫରୁ ଟିପ୍ପଣୀ ସାମ୍ନାକୁ ଆସିଛି। ବିଭିନ୍ନ ହାଇକୋର୍ଟ ତରଫରୁ ଭିନ୍ନ ଭିନ୍ନ ଟିପ୍ପଣୀ ଆସିଛି। ଏମିତି ମାମଲା ଉପରେ ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼, କେରଳ, ଇଲାହାବାଦ ହାଇକୋର୍ଟ କଣ କହିଛି।

ବିବାହିତ ଓ ଅବିବାହିତ ଏହା କେମିତି ତର୍କ?:-

ଦିଲ୍ଲୀ ହାଇକୋର୍ଟ କହିଛି ଜଣେ ମହିଳା ବିବାହିତ କିମ୍ବା ଅବିବାହିତ ହେବାଦ୍ୱାରା ତାଙ୍କର ଗାରିମା କେମିତି ପ୍ରଭାବିତ ହେବ। ଏହା କେମିତି ହୋଇପାରିବ କୌଣସି ପୁରୁଷ ଦ୍ୱାରା ମହିଳାଙ୍କ ଇଛା ବିରୁଦ୍ଧରେ ନିଜକୁ ତାଙ୍କ ଉପରେ ଲଦି ଦିଆଯିବା ଉପରେ ମହିଳାଙ୍କ ଗାରିମାରେ ଭଙ୍ଗ ହୋଇଯିବ। ହାଇକୋର୍ଟ ଏହି ଶୁଣାଣି ମ୍ୟାରିଟାଲ ଅପରାଧୀକରଣ ଉପରେ ନିଜର ମତ ରଖିଥିଲା।

କେରଳ ହାଇକୋର୍ଟର କହିବାହେଲା ମ୍ୟାରିଟାଲ ରେପ, ଛାଡ଼ପତ୍ର କରିବାର ଏକ ମଜବୁତ ଆଧାର ଅଟେ। ହାଇକୋର୍ଟ କହିଛି ହୁଏତ ଭାରତରେ ମ୍ୟାରିଟାଲ ରେପ ଉପରେ ଦଣ୍ଡ ବିଧାନ ନାହିଁ। କିନ୍ତୁ ଏହା ଉପରେ ଛାଡ଼ପତ୍ର ମାମଲା ଉଠିପାରେ। ହାଇକୋର୍ଟ ସ୍ୱାମୀଙ୍କ ଦାବିକୁ ଖାରିଜ କରି ଫ୍ୟାମିଲି କୋର୍ଟର ଫଇସଲାକୁ ନିର୍ଦ୍ଧାରଣ କରିଥିଲା। ପତିଙ୍କ ତରଫରୁ ଫ୍ୟାମିଲିର ଫଇସଲା ବିରୁଦ୍ଧରେ ହାଇକୋର୍ଟରେ ଅପିଲ ଦାରଜ କରାଯାଇଥିଲା, ଯେଉଁଥିରେ କ୍ରୁରତା ଆଧାରରେ ଛାଡ଼ପତ୍ରର ଅନୁମତି ଦିଆଯାଇଥିଲା।

ଜଣେ କ୍ରୁର ଜାନୁଆରକୁ ଛଡ଼ାଇବା ପାଇଁ ଲାଇସେନ୍ସ ନାହିଁ:-

କର୍ଣ୍ଣାଟକ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ମ୍ୟାରିଟାଲ ରେପ ବଢ଼ୁଥିବା ମାମଲା ଉପରେ ନାରାଜ ଜାହିର କରି କହିଥିଲେ କି, ପତି ତରଫରୁ ନିଜ ପତ୍ନୀ ଉପରେ ଯୌନ ଆକ୍ରମଣର ଗମ୍ଭୀର ପରିଣାମ ଆସିଥାଏ। ଏହାର ତାହା ଉପରେ ମନୋବୈଜ୍ଞାନିକ ଓ ଶାରିରୀକ ଉଭୟ ଉପରେ ପ୍ରଭାବ ପଡ଼ିଥାଏ। ପତିଙ୍କ ଏହିପ୍ରକାରର କାର୍ଯ୍ୟ ପତ୍ନୀଙ୍କ ଆତ୍ମାକୁ ଡ଼ରାଇଥାଏ। ଅଦାଲତର କହିବାହେଉଛି ବିବାହ ହୋଇଗଲେ କୌଣସି ବ୍ୟକ୍ତି ବିଶେଷ ଉପରେ କ୍ରୁରତା କରିବାପରେ ଏହାର ଲାଇସେନ୍ସ ହଟିଯିବନାହିଁ। କର୍ଣ୍ଣାଟକ ହାଇକୋର୍ଟରେ ଜଣେ ପତ୍ନୀ ନିଜ ପତି ବିରୁଦ୍ଧରେ ଧାରା 376 ଲଗାଇ ବଳାତ୍କାର କରିବା ଯୋଗୁଁ ଦଣ୍ଡ ଦିଆଯାଜ ବୋଲି ଦାବି କରିଥିଲେ। କର୍ଣ୍ଣାଟକ ହାଇକୋର୍ଟ ବଳତ୍କାର ଆରୋପକୁ ବାରଣ କରିବାକୁ ମନା କରିଦେଇଛି।

ଦିଲ୍ଲୀ ହାଇକୋର୍ଟ ନିଜ ବେଞ୍ଚରେ ଟିପ୍ପଣୀ ଦେଇ କହିଥିଲେ କି, କଣ ଏକ ପତ୍ନୀଙ୍କୁ ତଳ ସ୍ତରରେ ରଖାଯାଇପାରିବ ଯିଏକି ଏକ ସେକ୍ସ ୱାର୍କର ତୁଳନାରେ କମ ସଶକ୍ତ ହୋଇପାରିବ। କୋର୍ଟ ପଚାରିଥିଲା କି, କେମିତି ଏକ ବିବାହିତା ମହିଳାଙ୍କୁ ସେକ୍ସ କୁ ମନା କରିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ। ଯେବେକି ଅନ୍ୟର ସହମତି ବିନା ସମ୍ବନ୍ଧ ହେବାପରେ ବଳାତ୍କାର ମାମଲା ଦର୍ଜ କରିବାର ଅଭିଯୋଗ ରହିଛି।

ପତ୍ନୀର ବିନାର ଇଚ୍ଛାରେ ସେକ୍ସ କରିବା କୌଣସି ବଳାତ୍କାର ନୁହେଁ:-

ଛତିଶଗଡ଼ ହାଇକୋର୍ଟ ଆଇନଗତ ଅନୁଯାୟୀ ପତ୍ନୀଙ୍କ ସହିତ ତାଙ୍କ ଇଛା ବିରୁଦ୍ଧରେ ଯୌନ ସମ୍ବନ୍ଧକୁ ବଳାତ୍କାର ମାନିବା ଉଚିତ ନୁହେଁ। ଏହି ମାମଲାରେ ପତ୍ନୀଙ୍କ ସହିତ ବଳପୂର୍ବକ ଓ ତାଙ୍କ ଇଛା ବିନା ସେକ୍ସ କରିବାରେ କୋରର ଏହାକୁ ବଳାତ୍କାର ମାନୁନାହିଁ। ଏହି ରାଜ୍ୟର ବେମତରା ଜିଲ୍ଲାରୁ ଜଣେ ପତ୍ନୀ ନିଜ ପତି ବିରୁଦ୍ଧରେ ଜବରଦସ୍ତ ଓ ଅପ୍ରାକୃତିକ ସମ୍ବନ୍ଧ ବନାଇବାକୁ ନେଇ ଅଭିଯୋଗ କରିଥିଲେ। ଏଥିରେ ପତି ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ହାଇକୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ। ପତ୍ନୀର ଆରୋପ ଥିଲା କି, ତାଙ୍କର ବିବାହ ଜୁନ 2017 ରେ ହୋଇଥିଲା ଓ ବିବାହର କିଛିଦିନ ପରେ ଯୌତୁକ ବାବଦକୁ ନେଇ ତାଙ୍କ ପ୍ରତାଡୀତ କରାଯିବା ସହିତ ମାଡ଼ ମଧ୍ୟ ମରାଗଲା। ପତ୍ନୀ ଏହାମଧ୍ୟ ଅଭିଯୋଗ ଆଣିଥିଲେ କି, ପତି ବହୁତଥର ତାଙ୍କ ଇଛା ବିରୁଦ୍ଧରେ ଅପ୍ରାକୃତିକ ଭଳି ସମ୍ଵନ୍ଧ ବନାଇଥାନ୍ତି।

ସୁପ୍ରିମକୋର୍ଟ ଜାରିକଲେ ନୋଟିସ:-

ସୁପ୍ରିମକୋର୍ଟ କାଲି ହିଁ ମଙ୍ଗଳବାର ଦିନ ଏହାଉପରେ ନୋଟିସ ଜାରି କରିଛି। ଯେଉଁଥିରେ ମ୍ୟାରିଟାଲ ରେପ ମାମଲାରେ ପତିଙ୍କ ବିରୁଦ୍ଧରେ ଚାଲିଥିବା କାର୍ଯ୍ୟବାହୀକୁ ଖାରିଜ କରିବା ଦାବି କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ମହିଳାଙ୍କ ପତିଙ୍କ ଦାବିକୁ ଖାରିଜ କରିବାପରେ ପତି ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନୋଟିସ ଜାରି କରି ରାଜ୍ୟ ସରକାରଙ୍କ ପାଖରେ ଜବାବ ତଲବ କରିଛି। ଏବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ 3 ତାରିଖରେ ହେବ।

15 ବର୍ଷରୁ ଅଧିକ ବୟସର ପତ୍ନୀଙ୍କ ସହିତ ଶାରିରୀକ ସମ୍ଵନ୍ଧ ବନାଇବା ରେପ ନୁହେଁ:-

ଇଲାହାବାଦ ହାଇକୋର୍ଟର କହିବାକଥା ହେଲା ଆଇପିସି ଧାରା 315 ରେ ସଂଶୋଧନ ପରେ 15 ବର୍ଷରୁ ଅଧିକ ବୟସର ପତ୍ନୀଙ୍କ ସହିତ ଯୌନ ସମ୍ବନ୍ଧ ବନାଇବା ରେପ ଶ୍ରେଣୀରେ ଆସିନଥାଏ। ଏକ ମାମଲାର ଶୁଣାଣି କରି ଇଲାହବାଦ ହାଇକୋର୍ଟ ଏହିକଥା କହିଥିଲେ।

Leave A Reply

Your email address will not be published.