ଗାଁ କିମ୍ବା ସହରରେ ଆରମ୍ଭ କରନ୍ତୁ ଏହି ୫ଟି ବିଜନେସ, କମ ଖର୍ଚ୍ଚରେ ହେବ ଅଧିକ ଲାଭ,ଜାଣନ୍ତୁ ସମସ୍ତ ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆଜିର ସମୟରେ କରୋନା ମହାମାରୀ ସମସ୍ତଙ୍କ ଜୀବନରେ ଖରାପ ପରିସ୍ଥିତି ଆଣିଦେଇଛି। ଏହା ସାରା ଦୁନିଆର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇଛି। କିଛିଲୋକ ଏହି ସମୟରେ ନିଜର ରୋଜଗାର ହରାଇଥିବା ବେଳେ କିଛିଲୋକ ଦୁଇବେଳା ଖାଦ୍ୟ ମଧ୍ୟ ଖାଇ ପାରୁନାହାଁନ୍ତି।

ଏହି ସମୟରେ ଲୋକେ ଷ୍ଟାର୍ଟଅପକୁ ଆମଦାନୀର ରାସ୍ତା ଭାବରେ ବାଛି ନେଉଛନ୍ତି। ଷ୍ଟାର୍ଟଅପ ଆଇଡ଼ିଆ ବଦଳରେ ଗ୍ରାମୀଣ ଭାରତରେ ଷ୍ଟାର୍ଟଅପ ସେଟଅପ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡିଜିଟାଲ ଇଣ୍ଡିଆ ଅନ୍ତର୍ଗତ ଭାରତ ସରକାର ଆପଣଙ୍କୁ ଷ୍ଟାର୍ଟଅପ ଆରମ୍ଭ କରିବା ପାଇଁ ଲୋନ ଭଳି ସୁବିଧା ମଧ୍ୟ ପ୍ରଦାନ କରୁଛନ୍ତି। ଏଥିପାଇଁ ଆପଣ ଭାରତ ସରକାରଙ୍କ ୱେବସାଇଟକୁ ଭିଜିଟ କରିପାରିବେ। ଯଦି ଆପଣ ଷ୍ଟାର୍ଟଅପ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ କେବଳ 20 ହଜାର ଟଙ୍କା ନିବେଶ କରିବାକୁ ହେବ, ଯାହାପାଇଁ ଆପଣ ଏକମାସ ଭିତରେ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ଯେତେବେଳେ ଆମ ମନରେ ବ୍ୟବସାୟ ସ୍ଥାପିତ କରିବାର ନିଷ୍ପତି ଆସିଥାଏ ସେତେବେଳେ ଆମେ ସଠିକ ଉପାୟରେ ପ୍ଲାନିଂ କରିପାରିନଥାନ୍ତି। ଏଥିପାଇଁ ଅଧିକତର ଲୋକ ବିଜନେସ ଆରମ୍ଭ କରିବାପୂର୍ବରୁ ହିଁ ଏହାକୁ ବନ୍ଦ କରିଦେଇଥାନ୍ତି। ବିଜନେସ ଆରମ୍ଭ କରିବାପାଇଁ ଦୃଢ଼ ସଂକଳ୍ପ ଓ ଆତ୍ମବିଶ୍ବାସ ଦରକାର ହୋଇଥାଏ। କିନ୍ତୁ ବ୍ୟବସାୟ କ୍ଷେତ୍ରରେ ପାଦ ରଖିବା ପୂର୍ବରୁ ଆପଣଙ୍କୁ ନିଜର ବ୍ୟବସାୟ ବିଚାର ବିଷୟରେ ସ୍ପଷ୍ଟ ବିଚାର ଆଣିବା ଉଚିତ।

କମ ଦାମରେ ଆରମ୍ଭ କରିପାରିବେ ଏହି 5ଟି ବିଜନେସ:-

ଆଚାରକୁ ଭାରତର ପାରମ୍ପରିକ ଖାଦ୍ୟ ପଦାର୍ଥ ରୂପରେ ଦେଖାଯାଇଥାଏ ଓ ଏହା ବହୁତ ଲୋକପ୍ରିୟ ଅଟେ। ପ୍ରତ୍ୟେକ ଭାରତୀୟ ମାନଙ୍କ ଘରେ ଏକ ପ୍ରକାରର ଆଚାର ଆପଣଙ୍କୁ ଦେଖିବାକୁ ମିଳିବ। ଯଦି ଆପଣ ଏକ ଛୋଟ ବ୍ୟବସାୟରୁ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆଚାର ଆପଣଙ୍କ ପାଇଁ ଏକ ଭଲ ବ୍ୟବସାୟ ସାଧ୍ୟ ହେବ। ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଭାରତୀୟ ଆଚାରର ଡିମାଣ୍ଡ ରହିଛି। ପାଖାପାଖି 20 ରୁ 25 ହଜାର ପୁଞ୍ଜି ଲଗାଇ ଆପଣ ଏହି ବିଜନେସ ଆରମ୍ଭ କରିପାରିବେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତ କିଛି ମହିଳା ଘରେ ବସି ଏହାକୁ ଆରମ୍ଭ କରିଥିଲେ ଓ ଆଜି ମାସକୁ ଲକ୍ଷଟଙ୍କା ରୋଜଗାର କରୁଛନ୍ତି।

ଆଇସକ୍ରିମ କାରବାର:-

ଥଣ୍ଡା ହେଉ କିମ୍ବା ଗରମ ପ୍ରତ୍ୟେକ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତ। ଦେଶରେ ଚାରିଆଡେ ଆଇସକ୍ରିମ କୋନର ଡିମାଣ୍ଡ ମଧ୍ୟ ରହିଛି। ଏହି ଡିମାଣ୍ଡ ଯୋଗୁଁ ଆପଣ ଆଇସକ୍ରିମ କୋନ ବିଜନେସ ଆରମ୍ଭ କରିପାରିବେ ଓ ଏହାକୁ ଆପଣ ମାତ୍ର 1 ଲକ୍ଷରୁ 1.5 ଲକ୍ଷର ନିବେଶ ଜରିଆରେ ଆରମ୍ଭ କରିପାରିବେ। ଯଦି ଆପଣ ବଡ଼ ଆକାରରେ ଏହାକୁ କରିବାକୁ ଚାହାଁନ୍ତି ତାହେଲେ ଏଥିପାଇଁ ବଡ଼ ନିବେଶ ମଧ୍ୟ ଆପଣଙ୍କୁ କରିବାକୁ ହେବ। ଏହା ଏକ ବହୁତ ଲାଭଦାୟକ ବିଜନେସ ଅଟେ ଯାହାକୁ ଆପଣ ଘରେ ଯେକୌଣସି ଜାଗାରେ ଆରମ୍ଭ କରିପାରିବେ। ଏହାକୁ ଆରମ୍ଭ କରିବାପାଇଁ କୌଣସି ଖାଆସ ସେଟଅପ ର ମଧ୍ୟ ଆବଶ୍ୟକତା ନାହିଁ। ଏହି ବ୍ୟବସାୟକୁ ଆରମ୍ଭ କରିବାପାଇଁ ଆପଣଙ୍କୁ ଇଣ୍ଟରନେଟରୁ ଖାଆସ ସୂଚନା ମିଳିବ।

ଡିସ୍ପୋଜେବୁଲ ପ୍ଲେଟ ଓ କପ ବିଜନେସ:-

ଭାରତରେ ଡ଼ିସ୍ପୋଜେବୁଲ ପ୍ଲେଟ ଓ କପ ଉପଯୋଗ ବହୁତ ପୁରୁଣା ଅଟେ। ଏହାର ଉପଯୋଗ କାର୍ଯ୍ୟକ୍ରମ, ସମାରୋହ ଓ ପିକନିକ ଭଳି ବହୁତ ସ୍ଥାନରେ ବ୍ୟବହାର କରାଯାଇଥାଏ। ଏହାର ଉପଯୋଗ ରେହାଡ଼ି-ପଟରୀ ବାଲା ଓ ଫେରିବାଲା ମଧ୍ୟ ବଡ଼ ଆକାରରେ କରିଥାନ୍ତି। ଏହା ବ୍ୟାପକ ରୂପରେ ଉପଯୋଗ କରାଯାଇଥାଏ ଓ ଲମ୍ବା ସମୟ ଯାଏଁ ବନାଇବା ପାଇଁ ଶସ୍ତା ହୋଇଥାଏ। ଏହା ସାଧାରଣତଃ କାଗଜରେ ନିର୍ମିତ ହୋଇଥାଏ। ଯାହାକି ପ୍ଲାଷ୍ଟିକ, ଷ୍ଟିଲ, କାଚ ଆଦିର ବିକଳ୍ପ ରୂପରେ ଆସିଥାଏ। ପେପର ପ୍ଲେଟ ଓ କପ ବନାଇବା ପାଇଁ ସ୍ଥାନୀୟ Scrap ଦୋକାନରୁ କମ ଦରରେ କାଗଜ ପ୍ରାପ୍ତ କରାଯାଇଥାଏ। ନିବେଶର ବଡ଼ ଭାଗ ଡିସ୍ପୋଜେବୁଲ ପ୍ଲେଟ ବନାଉଥିବା କମ୍ପାନୀକୁ ଯାଇଥାଏ। ଯାହାର ମୂଲ୍ୟ କ୍ଷମତା ଆଧାରରେ 50,000 ଟଙ୍କାରୁ ଅଧିକ ହୋଇଥାଏ। ଆପଣ ନିଜର ବଜାର ଅନୁସାରେ ସଠିକ ଓ ଉପଯୁକ୍ତ ମେସିନର ଚୟନ କରନ୍ତୁ ଯାହାକି ଉପଯୋଗୀ ହେବ।

ସାବୁନ ବ୍ୟବସାୟ:-

ଯଦି ଆପଣ ଛୋଟ ବିଜନେସ ଆରମ୍ଭ କରିବାକୁ ଚାହାଁନ୍ତି ତାହେଲେ ଅର୍ଗାନିକ ସାବୁନ ଏକ ଭଲ ବିଜନେସ ଆଇଡ଼ିଆ ଅଟେ। ଏହା ଏକ ଏମିତି ଜିନିଷ ଅଟେ ଯାହାର ବ୍ୟବହାର ପ୍ରତିଦିନ କୋଟି କୋଟି ଲୋକ କରନ୍ତି। ଏକ ଛୋଟ ହର୍ବାଲ ସାବୁନ ବ୍ୟବସାୟ ଆରମ୍ଭ କରିବାପାଇଁ ଆପଣଙ୍କୁ Gliserine, ଜଡ଼ିବୁଟି, ଆବଶ୍ୟକ ତେଲ, ମୋଲଡ୍ସ, ମାଇକ୍ରୋୱେବ ଓ ଅଧିକ କଞ୍ଚାମାଲର ଆବଶ୍ୟକତା ହୋଇଥାଏ। ଏଥିରେ ଆପଣଙ୍କୁ 1.5 ଲକ୍ଷରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶର ଆବଶ୍ୟକତା ରହିଥାଏ।

Leave A Reply

Your email address will not be published.