‘ ପ୍ରଥମେ ନୂଆଁ କାର କିଣ, ତାପରେ ଯାଇ ଘରେ ପାଦ ରଖିବି’… ସ୍ତ୍ରୀର ଏହି ଜିଦ୍ ପାଇଁ ଚିନ୍ତାରେ ସ୍ୱାମୀ

0

Get real time updates directly on you device, subscribe now.

କୁହାଯାଏ ବାହାଘର ପରେ ସ୍ତ୍ରୀର ଜିଦକୁ ସହିବାକୁ ପଡେ । କେତେବେଳେ ନୂଆଁ ଶାଢ଼ୀ ପାଇଁ ଜିଦ୍ କରନ୍ତି ତ ଆଉ କେତେବେଳେ ନୂଆଁ ଗହଣା ପାଇଁ ଜିଦ୍ କରିଥାନ୍ତି । ଅନେକ ଥର ତ ମାମଲା ବହୁତ୍ ଆଗକୁ ବଢିଯାଏ । ଏପରି କିଛି ହୋଇଛି ଉତ୍ତରପ୍ରଦେଶରେ ଜଣେ ଯୁବକଙ୍କ ସହିତ, ଯାହାଙ୍କ ସ୍ତ୍ରୀ ଅଜବ ପ୍ରକାରର ଜିଦ୍ କରୁଛି ।

ସ୍ତ୍ରୀର ଜିଦ୍ କାରଣରୁ ସ୍ବାମୀ ଚିନ୍ତିତ ହୋଇପଡ଼ିଲା । ତାଙ୍କ ସ୍ତ୍ରୀ ଚାହୁଁଛନ୍ତି ଯେ ସ୍ବାମୀ ଘରକୁ ନୂଆଁ କାର କିଣି ଆଣନ୍ତୁ । ସେ ରାଗରେ ନିଜ ବାପଘରକୁ ଚାଲି ଯାଇଛି ଏବଂ ସେଠାରୁ ଫେରି ଆସିବାର ନାଁ ଧରୁନି । ସେ କେବଳ ନୂଆଁ କାର ପାଇଁ ଜିଦ୍ କରୁଛି । ଚିନ୍ତିତ ଯୁବକ ସାହାଯ୍ୟ ପାଇଁ ଏସଏସପିଙ୍କ ପାଖକୁ ଯାଇ ନିବେଦନ କରିଛନ୍ତି ।

ସନ୍ଦୀପ ବର୍ମା ୟୁପିର ବରେଲି ସହରରେ ରୁହନ୍ତି । ସେ ଏଠାରେ ଇଜ୍ଜତନଗରରେ ବାସ କରନ୍ତି । ତାଙ୍କ ବାହାଘର 2007 ମସିହାରେ ହୋଇଥିଲା । ତାଙ୍କ ସ୍ତ୍ରୀର ନାମ ବୀଣା ଅଟେ । ଦୁହିଁଙ୍କ ବାହାଘରକୁ ବହୁତ୍ ବର୍ଷ ହୋଇଗଲାଣି । ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । କିନ୍ତୁ ଆଜିକାଲି ସ୍ତ୍ରୀଙ୍କ ଜିଦ୍ କାରଣରୁ ସନ୍ଦୀପ ବହୁତ୍ ଚିନ୍ତାରେ ଅଛନ୍ତି ଏବଂ ପୋଲିସର ଦୁଆର ମୁଁହ ମାଡୁଛନ୍ତି ।

ନୂଆଁ କାର ପାଇଁ ଜିଦ୍ କରି ଛାଡ଼ିଲେ ଶାଶୂଘର :-

ସନ୍ଦୀପ ବର୍ମା ନିକଟରେ ଏସଏସପି ଅଫିସରେ ପହଞ୍ଚିଥିଲେ । ସେ ଅଫିସରେ ପ୍ରାର୍ଥନା ପତ୍ର ଦେଇଛନ୍ତି । ଏଥିରେ ସେ ନିଜ ସ୍ତ୍ରୀ କାରଣରୁ ବିଚଳିତ ଏବଂ ଚିନ୍ତାରେ ଥିବା କଥାକୁ ପ୍ରକାଶ କରିଛନ୍ତି । ତାଙ୍କର କହିବା କଥା ହେଉଛି ତାଙ୍କ ସ୍ତ୍ରୀ ବୀଣା କିଛି ସମୟ ପୁର୍ବରୁ ତାଙ୍କୁ ନୂଆଁ କାର କିଣିବାକୁ କହି ଜିଦ୍ କରି ବସିଲେ । କିନ୍ତୁ ତାଙ୍କର ଆର୍ଥିକ ପରିସ୍ଥିତି ଏତେ ବି ଭଲ ନୁହେଁ ଯେ ସେ କାର କିଣିପାରିବେ ।

ଏହାପରେ ସନ୍ଦୀପ ବୀଣାଙ୍କୁ ବୁଝାଇ କହିଲେ ଯେ ସେ ବର୍ତ୍ତମାନ ସେକେଣ୍ଡ ହ୍ୟାଣ୍ଡ କାର କିଣିବେ । ପରେ ପଇସା ସଂଗ୍ରହ ହେଲେ ନୂଆଁ କାର ମଧ୍ୟ ଘରକୁ ଆଣିବେ । ସନ୍ଦୀପଙ୍କ କଥା ବୀଣାଙ୍କ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ । ସେ ନୂଆଁ କାର ଜିଦ୍ କଲେ ଏବଂ ଏହାପରେ ରାଗରେ ଶାଶୂଘର ଛାଡି ନିଜ ବାପଘରକୁ ଚାଲିଗଲେ ।

ସନ୍ଦୀପ ସ୍ତ୍ରୀର ବାପଘର ଲୋକଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ଛୋଟ ଛୋଟ କଥାରେ ରାଗି ସ୍ତ୍ରୀ ବାପଘରକୁ ଗଲେ ସେଠାରେ ତାଙ୍କ ଘର ଲୋକେ ତାଙ୍କୁ ବୁଝାନ୍ତି ନାହିଁ ବରଂ ଓଲଟା ତାଙ୍କ ବିରୋଧରେ ମିଛ ଅଭିଯୋଗ ଥାନାରେ କରନ୍ତି । ସନ୍ଦୀପ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ସବୁ କଥାରେ ତାଙ୍କୁ ସନ୍ଦେହ କରନ୍ତି ।

ସନ୍ଦୀପ ଏସଏସପିଙ୍କୁ ଚିଠି ଲେଖି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସେ ଏସଏସପିଙ୍କ ଠାରେ ସ୍ତ୍ରୀକୁ ତାଙ୍କ ସହିତ ଆଣିବାକୁ ନିବେଦନ କରିଛନ୍ତି । ଅନ୍ୟପଟରେ ଏସଏସପି ରୋହିତ ସିଂହ ସଜବାଣ କହିଛନ୍ତି ଯେ ତାଙ୍କ ଅଫିସକୁ ଗୋଟିଏ ଚିଠି ଆସିଛି । ଏଥିରେ ସ୍ବାମୀ ସ୍ତ୍ରୀଙ୍କ ଝଗଡା ହୋଇଯାଇଛି । ସେ କହିଛନ୍ତି ଯେ ଉଭୟ ପକ୍ଷଙ୍କୁ ଡକାଇ ବୁଝାଯିବ ।

Leave A Reply

Your email address will not be published.